Gautam Gambhir Statement / ୪୦୦+ ରନ୍ ଚେଜ୍ କରି ଜିତିଲା ଟିମ୍ ଇଣ୍ଡିଆ, ତଥାପି ଖୁସି ନାହାନ୍ତି ଗମ୍ଭୀର! କହିଲେ ବଡ଼ କଥା
·2 hours ago·2 min read

Key Points
ଭାରତୀୟ ଟିମର ମୁଖ୍ୟ କୋଚ ଗୌତମ ଗମ୍ଭୀର ମ୍ୟାଚ ସରିବା ପରେ ଏହି ବିଷୟରେ ବହୁ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି
ଟିମ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଦ୍ବିତୀୟ ଦିନିକିଆରେ ଇତିହାସ ରଚିଛି କହିଲେ ଭୁଲ ହେବନି। ଓ୍ବେଷ୍ଟଇଣ୍ଡିଜ ଶାନଦାର ବ୍ୟାଟିଂ କରି ୪୦୬ ରନର ଟାର୍ଗେଟ ଦେଇଥିଲେ। ଯାହାର ଭାରତ ଖୁବ ସହଜରେ ପିଛା କରି ଜିତିଯାଇଥିଲା। ଏହି ମ୍ୟାଚରେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ଉଭୟ ଟିମର ବୋଲର ମାନଙ୍କୁ ବ୍ୟାଟ୍ସମ୍ୟାନ ମାନେ ଖୁବ ପିଟିଥିଲେ। ମ୍ୟାଚରେ ସମୁଦାୟ ୮୧୧ ରନ ହୋଇଥିଲା। ଯେଉଁଥିରେ ବୋଲରମାନଙ୍କର କଣ ଅବସ୍ଥା ହୋଇଥିବା ଆପଣ ଥରେ ଭାବନ୍ତୁ। ଭାରତୀୟ ଟିମର ମୁଖ୍ୟ କୋଚ ଗୌତମ ଗମ୍ଭୀର ମ୍ୟାଚ ସରିବା ପରେ ଏହି ବିଷୟରେ ବହୁ ଗୁରୁତ୍ବପୂର୍ଣ୍ଣ କଥା କହିଥିଲେ। ସେ କହିଛନ୍ତି ଯେ, ଏହିଭଳି ପିଜରେ ବୋଲରମାନଙ୍କ ପ୍ରତି ଏହିଭଳି ଅନ୍ୟାୟ ହୁଏ। ଭାରତ ଜିତିବାପରେ ବି ଗମ୍ଭୀର ଖୁସି ନାହାନ୍ତି।
ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦ୍ବିତୀୟ ODI ମ୍ୟାଚ ଗୌହାଟୀରେ ଖେଳାଯାଇଥିଲା। ଏହି ପିଜରେ ବୋଲରଙ୍କୁ ବିଲକୁଲ ସୁହାଇଲା ନାହିଁ। ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଲା। ଜନ କାମ୍ପବେଲ, ସାଇ ହୋପ ଏବଂ ଆମିର ଜାଙ୍ଗୁଙ୍କ ଶତକ ବଦଳରେ ଓ୍ବେଷ୍ଟଇଣ୍ଡିଜ ୪୦୫ ରନର ଧୂଆଁଧାର ପାଳି ଖେଳିଥିଲା। ଭାରତ ଜିତିବ ବୋଲି ଖୁବ କମ ଆଶା ଥିଲା। କାରଣ ଆଖି ସାମ୍ନାରେ ଥିଲା ୪୦୫ ବିଶାଳ ରନ। ଏତେ ବଡ଼ ରନର ପିଛା ଭାରତ କେବେ କରି ନଥିଲା। କିନ୍ତୁ ରୋହିତ ଶର୍ମା ୧୦୧ ରନ, ଶୁଭମନ ଗିଲ ୨୨୩ ରନର ଧୂଆଁଧାର ପାଳି ଖେଳିଥିଲେ। ଏହିକ୍ରମରେ ୪୩.୩ ଓଭରରେ ୮ଓ୍ବିକେଟ ଜୀବିତ ଥାଇ ଇଣ୍ଡିଆ ଟିମ ମ୍ୟାଚ ଜିତିଯାଇଥିଲା।
ମ୍ୟାଚ ପରେ ଏକ ଇଣ୍ଟରଭ୍ୟୁରେ ଗୌତମ ଗମ୍ଭୀର ଏହି ବିଜୟରେ କିନ୍ତୁ ଆଦୌ ଖୁସି ନଥିଲେ। କେବଳ ବ୍ୟାଟ୍ସମ୍ୟାନଙ୍କ ଯୋଗୁ ଏହି ବିଜୟ ସମ୍ଭବ ହୋଇପାରିଲା। ସେ ଆଉ ମଧ୍ୟ କହିଛନ୍ତି ଫ୍ୟାନ୍ସଙ୍କୁ ଯଦିଓ ମ୍ୟାଚ ଦେଖିବାକୁ ମଜା ଲାଗିଥିଲା। ବୋଲରମାନେ ଏମିତି ମାଡ଼ ଖାଇବେ ବୋଲି ମୁଁ କେବେ ଭାବି ନଥିଲି। ଏହା କ୍ରିକେଟ ନୁହେଁ କେବଳ ବ୍ୟାଟିଂ ଥିଲା। "ମୁଁ ବ୍ୟାଟ୍ ଏବଂ ବଲ୍ ମଧ୍ୟରେ ଅଧିକ ପ୍ରତିଯୋଗିତା ଦେଖିବାକୁ ଚାହୁଁଛି। ଏହା ପ୍ରଶଂସକ ଏବଂ ପ୍ରସାରକମାନଙ୍କ ପାଇଁ ଭଲ ଥିଲା, କିନ୍ତୁ ଆପଣଙ୍କୁ ବୋଲିଂ ବିଷୟରେ ଚିନ୍ତା କରିବାକୁ ପଡିବ। ଆପଣଙ୍କୁ ସେମାନଙ୍କୁ କିଛି ସମର୍ଥନ ଦେବାକୁ ପଡିବ।"
ଭାରତର ବିଜୟ ପରେ, ଗୌତମ ଗମ୍ଭୀର X ରେ ପୋଷ୍ଟ କରିଥିଲେ, ରୋହିତ ଶର୍ମାଙ୍କ ଶତକ ଏବଂ ଶୁଭମନ ଗିଲଙ୍କ ଦ୍ୱିଶତକକୁ ପ୍ରଶଂସା କରିଥିଲେ। ସେ ବିଶ୍ୱାସ କରନ୍ତି ଯେ ଭାରତର ଐତିହାସିକ ରନ ଚେଜ୍ ପାଇଁ ସମସ୍ତେ ଗର୍ବିତ ହେବା ଉଚିତ। ସେ ଲେଖିଛନ୍ତି, "ଶୁଭମନ ଗିଲଙ୍କ ଐତିହାସିକ ଦ୍ୱିଶତକ ଦେଖିବା ଏକ ଆନନ୍ଦଦାୟକ ଘଟଣା ଥିଲା। ରୋହିତ ଶର୍ମା ଏକ ଚମତ୍କାର ଶତକ ହାସଲ କରିଥିଲେ। ସେ ନିର୍ଭୀକ କ୍ରିକେଟ୍ ଖେଳିଥିଲେ। ଏହା ଗର୍ବ କରିବାର ବିଜୟ।"
- ମ୍ୟାଚପରେ ଗମ୍ଭୀର କଣ କହିଲେ

- ଗୌତମ ଗମ୍ଭୀର ରୋହିତ ଏବଂ ଗିଲଙ୍କ ପ୍ରଶଂସା କରିଛନ୍ତି
ଭାରତର ବିଜୟ ପରେ, ଗୌତମ ଗମ୍ଭୀର X ରେ ପୋଷ୍ଟ କରିଥିଲେ, ରୋହିତ ଶର୍ମାଙ୍କ ଶତକ ଏବଂ ଶୁଭମନ ଗିଲଙ୍କ ଦ୍ୱିଶତକକୁ ପ୍ରଶଂସା କରିଥିଲେ। ସେ ବିଶ୍ୱାସ କରନ୍ତି ଯେ ଭାରତର ଐତିହାସିକ ରନ ଚେଜ୍ ପାଇଁ ସମସ୍ତେ ଗର୍ବିତ ହେବା ଉଚିତ। ସେ ଲେଖିଛନ୍ତି, "ଶୁଭମନ ଗିଲଙ୍କ ଐତିହାସିକ ଦ୍ୱିଶତକ ଦେଖିବା ଏକ ଆନନ୍ଦଦାୟକ ଘଟଣା ଥିଲା। ରୋହିତ ଶର୍ମା ଏକ ଚମତ୍କାର ଶତକ ହାସଲ କରିଥିଲେ। ସେ ନିର୍ଭୀକ କ୍ରିକେଟ୍ ଖେଳିଥିଲେ। ଏହା ଗର୍ବ କରିବାର ବିଜୟ।"
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- କେବେ ହେବ ଭାରତର ଆଗାମୀ ମ୍ୟାଚ
ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜକୁ ଦ୍ବିତୀୟ ଦିନିକିଆରେ ପରାସ୍ତ କରି ୨-୦ରେ ସିରିଜ କବଜା କରିଛି। ଏବେ ଆଉ ଏକ ଦିନିକିଆ ମ୍ୟାଚ ବାକି ଅଛି। ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଅକ୍ଟୋବର ୩ତାରିଖରେ ନ୍ୟୁ ଚଣ୍ଡୀଗଡ଼ରେ ତୃତୀୟ ଦିନିକିଆ ଖେଳାଯିବ। ଟିମ ଇଣ୍ଡିଆ ତୃତୀୟ ଦିନିକିଆରେ ମ୍ୟାଚ ଜିତି ଓ୍ବେଷ୍ଟଇଣ୍ଡିଜକୁ କ୍ଲିନ ସ୍ବିପ କରିବା ଲକ୍ଷ୍ୟ ରଖିଛି।
Related Topics
Explore more stories