ଶେଷ ୩ ଟେଷ୍ଟ ପାଇଁ ଟିମ ଇଣ୍ଡିଆ ଘୋଷଣା: ଦଳରେ ଫେରିଲେ ରାହୁଲ-ଜାଡେଜା
·2 years ago·1 min read

ଅର୍ଗସ ବ୍ୟୁରୋ: ଇଂଲଣ୍ଡ ବିପକ୍ଷରେ ଶେଷ ୩ ଟେଷ୍ଟ ପାଇଁ ଶନିବାର ବିସିସିଆଇ ଟିମ ଇଣ୍ଡିଆ ଘୋଷଣା କରିଛି। ଦଳରେ ଏକ ନୂଅ ଚେହେରାକୁ ମଧ୍ୟ ସୁଯୋଗ ଦିଆଯାଇଛି। କେ.ଏଲ ରାହୁଲ ଏବଂ ରବୀନ୍ଦ୍ର ଜାଡେଜା ଦଳକୁ ଫେରିଛନ୍ତି। ଏହାବ୍ୟତୀତ ବିରାଟ କୋଡଳି ଶେଷ ୩ ଟେଷ୍ଟରେ ମଧ୍ୟ ଟିମ ଇଣ୍ଡିଆର ଅଂଶ ନୁହନ୍ତି।
ବିସିସିଆଇ ଶେଷ ୩ ଟେଷ୍ଟ ପାଇଁ ୧୭ଜଣିଆ ଟିମ ଘୋଷଣା କରିଛି।
ଦ୍ରୂତ ବୋଲିଂ ବିଭାଗରେ ଉପ-ଅଧିନାୟକଯଶପ୍ରିତ ବୁମରା, ମହମ୍ମଦ ସିରାଜ ଏବଂ ମୁକେଶ କୁମାରଙ୍କ ସହ ଯୁବ ଆକାଶଦୀପଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ସ୍ପିନ ବିଭାଗରେ ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଏବଂ କୁଲଦୀପ ଯାଦବଙ୍କ ସହ ଓ୍ବାଶିଂଟନ ସୁନ୍ଦର ମଧ୍ୟ ସ୍ଥାନ ପାଇଛନ୍ତି। ଷ୍ଟାର ବ୍ୟାଟର ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ଶ୍ରେଷ୍ଠ ୩ ଟେଷ୍ଟରେ ମଧ୍ୟ ଦଳକୁ ଫେରି ନାହାନ୍ତି। ବ୍ୟକ୍ତିଗତ କାରଣରୁ ସେ ପ୍ରଥମ ଦୁଇଟି ଟେଷ୍ଟରେ ମଧ୍ୟ ଟିମ ଇଣ୍ଡିଆର ଅଂଶ ହୋଇ ନ ଥିଲେ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: