Videos
|
Sports

ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା: ଟି୨୦ରୁ ବାଦ ପଡ଼ିଲେ ୨ କ୍ରିକେଟର

Ritu Das
Browse all articles by Ritu Das
·2 years ago·1 min read
ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା: ଟି୨୦ରୁ ବାଦ ପଡ଼ିଲେ ୨ କ୍ରିକେଟର

ଅର୍ଗସ ବ୍ୟୁରୋ: ଆସନ୍ତା ସପ୍ତାହରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳକୁ ଭେଟେରାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ଆଫଗାନିସ୍ତାନ ତାର ଦଳ ଘୋଷଣା କରିଛି ଏବଂ ଏହାର ଖେଳାଳିମାନେ ମଧ୍ୟ ଭାରତରେ ପହଞ୍ଚିଛନ୍ତି। ସିରିଜ ପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟକା ଲାଗିଛି। ଅଭିଜ୍ଞ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟ କୁମାର ଯାଦବଙ୍କୁ ଏହି ସିରିଜରେ ବାଦ ଦିଆଯାଇଛି। ଏଥିସହିତ ଆହତ କାରଣରୁ ଋତୁରାଜ ଗାଏକ୍ବାଡ ମଧ୍ୟ ଉପଲବ୍ଧ ହେବେ ନାହିଁ।

 

ଆଙ୍ଗୁଠିରେ ଆଘାତ ହେତୁ ଗାଏକ୍ବାଡ ଖେଳିବେନି। ସେ ଇଂଲଣ୍ଡ ଟେଷ୍ଟ ସିରିଜର ପ୍ରାରମ୍ଭିକ ମ୍ୟାଚରୁ ମଧ୍ୟ ଦୂରେଇ ରହିବାର ସମ୍ଭାବନା ରହିଛି। ଉଭୟ ସୂର୍ଯ୍ୟକୁମାର ଏବଂ ହାର୍ଦ୍ଦିକ ଆଇପିଏଲରୁ ଫେରିବେ ବୋଲି ଆଶା କରାଯାଉଛି। ଡିସେମ୍ବରରେ ସାଉଥଆଫ୍ରିକାର ଟି-୨୦ରେ ଭାରତର ନେତୃତ୍ବ ନେଇଥିବା ସୂର୍ଯ୍ୟ କୁମାର ଜୋହାନ୍ସବର୍ଗର ତୃତୀୟ ତଥା ଅନ୍ତିମ ମ୍ୟାଚରେ ଫିଲ୍ଡିଂ କରୁଥିବାବେଳେ ଗୋଡ଼ରେ ଆଘାତ ଲାଗିଥିଲା। ନିକଟରେ ତାଙ୍କ ଗୋଡ଼ରେ ଅସ୍ତ୍ରୋପଚାର କରାଯାଇଥିଲା। ଏବଂ କିଛି ମଧ୍ୟରେ ସେ ତାଲିମକୁ ଫେରିବେ ବୋଲି ଆଶା କରାଯାଉଛି। ଆଫଗାନିସ୍ତାନ ବିପକ୍ଷ ସିରିଜ ହେଉଛି ଟି-୨୦ ବିଶ୍ବକପ ପୂର୍ବରୁ ଭାରତର ଶେଷ ଦ୍ବିପାକ୍ଷିକ ଟି-୨୦ ସିରିଜ। ତେଣୁ ଏହି ସିରିଜ ମଧ୍ୟ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Team India got a | Argus News