Videos
|
Sports

ଶ୍ରୀଲଙ୍କା ଠାରୁ ଦ୍ୱିତୀୟ ଦିନିକିଆ ହାରିଲା ଟିମ୍ ଇଣ୍ଡିଆ

Sangram Tripathy
Browse all articles by Sangram Tripathy
·2 years ago·2 min read
ଶ୍ରୀଲଙ୍କା ଠାରୁ ଦ୍ୱିତୀୟ ଦିନିକିଆ ହାରିଲା ଟିମ୍ ଇଣ୍ଡିଆ


ଅର୍ଗସ ବ୍ୟୁରୋ: ଶ୍ରୀଲଙ୍କା ଠାରୁ ଦ୍ୱିତୀୟ ଦିନିକିଆ ହାରିଛି ଟିମ୍ ଇଣ୍ଡିଆ। ସେ ପୁଣି ୩୨ ରନରେ । ଭାରତ ହାରିବା ପରେ ନିରାଶ ବ୍ୟକ୍ତ କରିଛନ୍ତି ଫ୍ୟାନ୍। ସୋସିଆଲ ମିଡିଆରେ ଜୋରଧରିଛି ଚର୍ଚ୍ଚା। ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କ କୋଚିଂରେ ପ୍ରଥମ ଥର କୌଣସି ଦିନିକିଆ ସିରିଜ ଖେଳୁଥିବା ଭାରତକୁ ଶ୍ରୀଲଙ୍କା ଠାରୁ ଦ୍ୱିତୀୟ ଦିନିକିଆରେ ପରାସ୍ତ ହେବାକୁ ପଡ଼ିଛି। ଟି-୨୦ ସିରିଜ୍ ପରାଜୟର ପ୍ରତିଶୋଧ ନେଇଛି ଶ୍ରୀଲଙ୍କା ବାହିନୀ।ପ୍ରଶ୍ନ ଉଠିଛି କାମଦେଲାନି କି ଗମ୍ଭୀରଙ୍କ ରଣନୀତି, ଡ୍ରେସିଂ ରୁମରେ ସବୁ ଠିକ୍ ତ। କାରଣ କିଛିଦିନ ପୂର୍ବରୁ ଭାରତ ଟି-୨୦ରେ ବିଶ୍ବବିଜୟୀ ହୋଇଥିଲା,ମାତ୍ର ଦିନ କେଇଟା ନଜାଉଣୁ କେମିତି ଫେଲ୍ ମାରିଗଲା ଟିମ୍ ଇଣ୍ଡିଆ।

ପ୍ରଥମ ଦିନିକିଆରେ ସୁଯୋଗ ହାତ ଛଡ଼ା କରି ମ୍ୟାଚ୍‌କୁ ଟାଇ କରିଥିବା ଭାରତ। ଆଶାଥିଲା ଦ୍ବିତୀୟ ଦିନିକିଆରେ ଦଳ କମାଲ କରିବ,କିନ୍ତୁ ଶେଷରେ ଦ୍ବିତୀୟ ମ୍ୟାଚରେ ଶ୍ରୀଲଙ୍କା ଭାରତକୁ ୩୨ ରନରେ ପରାସ୍ତ କରିଛି। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୪୦ ରନ କରିଥିବାବେଳେ ଭାରତ ଆଗରେ ବିଜୟ ଲକ୍ଷ୍ୟ ରହିଥିଲା ୨୪୧ ରନ୍ । ଅଧିନାୟକ ରୋହିତ ଶର୍ମା ୪୪ ବଲରୁ ୬୪ ରନ୍ ,ଶୁବମନ ଗିଲ ୩୫ ରନ ଇନିଂସ ଖେଳି ପାଭିଲିୟନକୁ ଫେରିଥିଲେ, ଆଉ ତାପରେ ଆରମ୍ଭ ହୋଇଯାଇଥିଲା ବ୍ୟାଟିଂ ବିପର୍ଯ୍ୟାୟ,ଭୁଷୁ଼ଡି ଯାଇଥିଲା ଭାରତର ଟପ୍ ଅର୍ଡର। ବିରାଟ୧୪,ଆୟର ୭,ରାହୁଲ ଏବଂ ଦୁବେ ଖାତା ଖୋଲିପାରିନଥିଲେ। 


ସ୍ପିନ ଆଟାକକୁ ଭଲଭାବେ ଖେଳୁଥିବା ଭାରତୀୟ ଟିମ, ସ୍ପିନ ଜାଲରେ ଫସି ୨୦୮ରେ ରନରେ ଅଲଆଉଟ ହୋଇଯାଇଥିଲା। ଶ୍ରୀଲଙ୍କା ପକ୍ଷରୁ ଲେଗ ସ୍ପିନର ଜେଫ୍ରୀ ବନ୍ଦାରେସୟ  ୬ ୱିକେଟ ଦଖଲ କରି ଭାରତୀୟ ଲାଇନ ଅପକୁ ଛିନଛତ୍ର କରି ଦେଇଥିଲା। ସେ ଭାରତର ପ୍ରଥମ ୬ଟି ୱିକେଟ ନେଇ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଛନ୍ତି।ଅନ୍ୟପକ୍ଷରେ ଶ୍ରୀଲଙ୍କା ଟିମ୍ ଘରୋଇ ପରିବେଶରେ ଦମଦାର ପ୍ରଦର୍ଶନ କରି ୩ ଟିକିଆ ସିରିଜରେ ଏବେ ୧-୦ରେ ଆଗୁଆ ରହିଛି
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Team India lost the second day against Sri Lanka | Argus News