Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ନାକେଦମ୍ ହେଲା ଟିମ୍ ଇଣ୍ଡିଆ,୨୭ ବର୍ଷ ପରେ ଶ୍ରୀଲଙ୍କା ଠୁ ସିରିଜ୍ ହାରିଗଲା ଭାରତ

Sangram Tripathy
Browse all articles by Sangram Tripathy
·1 year ago·2 min read
ନାକେଦମ୍ ହେଲା ଟିମ୍ ଇଣ୍ଡିଆ,୨୭ ବର୍ଷ ପରେ ଶ୍ରୀଲଙ୍କା ଠୁ ସିରିଜ୍ ହାରିଗଲା ଭାରତ


ଅର୍ଗସ ବ୍ୟୁରୋ: ଟି-୨୦ରେ ବିଶ୍ବବିଜୟୀ ହେଲେ ଦିନିକିଆରେ ୨୭ ବର୍ଷ ପରେ ଶ୍ରୀଲଙ୍କା ଠୁ ସିରିଜ୍ ହାରିଛି ଭାରତ। ଫେଲ୍ ମାରିଲେ ଗମ୍ଭୀର-ରୋହିତଙ୍କ ଯୋଡି। ଶେଷ ଦିନିକିଆକୁ ୧୧୦ ରନରେ ଜିତି ଦମ୍ ଦେଖାଇଛି ଶ୍ରୀଲଙ୍କା ଦଳ,ପ୍ରମାଣିତ ହୋଇଛି ଘରୋଇ ଦଳ କିଛି ନୁହେଁ। ଆଉ ଶେଷରେ କାମ ଦେଇନି ଗମ୍ଭୀରଙ୍କ ଇରା। କେଉଁଠି ରହିଲା ଦୋଷତ୍ରୁଟି,କେବେ ପସିବ ଚେତା।  ଡ୍ରେସିଂ ରୁମରେ ସବୁ ଠିକ୍ ତ? ନା କେଉଁଠି ରହିଲା ସମସ୍ୟା,କାହିଁକି ହାରିଲା ଭାରତ,ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର। ଯେଉଁ ଟିମ୍ ଇଣ୍ଡିଆ ସ୍ପିନଙ୍କ ବିରୋଧରେ ଜବରଦସ୍ତ ପ୍ରର୍ଦଶନ କରୁଥିଲା ସେହି ଟିମ୍ କେମିତି ହାତ ଟେକିଦେଲା ଶ୍ରୀଲଙ୍କା ବାହିନୀ ଆଗରେ। ଅନ୍ୟପଟେ ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କ କୋଚିଂରେ ପ୍ରଥମ ଥର କୌଣସି ଦିନିକିଆ ସିରିଜ ଖେଳୁଥିବା ଭାରତ ପରାସ୍ତ ହୋଇଛି।

ଭାରତ ଦିନିକିଆ ବିଶ୍ୱକପର ରନର୍ସ ଅପ ହୋଇଥିବାବେଳେ ଟି-୨୦ ସିରିଜ୍ ପରାଜୟର ପ୍ରତିଶୋଧ ନେଇଛି ଶ୍ରୀଲଙ୍କା ବାହିନୀ। କାରଣ କିଛିଦିନ ପୂର୍ବରୁ ଭାରତ ଟି-୨୦ରେ ବିଶ୍ବବିଜୟୀ ହୋଇଥିଲା,ମାତ୍ର ଦିନ କେଇଟା ନଜାଉଣୁ କେମିତି ଫେଲ୍ ମାରିଗଲା ଟିମ୍ ଇଣ୍ଡିଆ। ଗୌତମ ଗମ୍ଭୀରଙ୍କ କୋଚିଂରେ ଭାରତୀୟ ଟିମ୍ ଶ୍ରୀଲଙ୍କା ଠାରୁ ଦିନିକିଆ ସିରିଜ ହାରି ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି। ଶ୍ରୀଲଙ୍କାକୁ ଟି-୨୦ରେ ସିରିଜରେ ମୂଳପୋଛ କରି ଦେଇଥିବା ଭାରତୀୟ ଦଳ କିନ୍ତୁ ଦିନିକିଆ ସିରିଜରେ ମାଟି କାମୁଡ଼ିଛି। ୧୯୯୭ରେ ଶେଷଥର ପାଇଁ ଶ୍ରୀଲଙ୍କା ୩-୦ରେ ଭାରତକୁ ଦିନିକିଆ ସିରିଜରେ ହରାଇଥିଲା। ଏହାପରେ ଖେଳା ଯାଇଥିବା ପ୍ରାୟ ୧୧ଟି ଦ୍ୱିପାକ୍ଷିକ ସିରିଜରେ ଭାରତ ସବୁବେଳେ ବିଜୟୀ ହୋଇ ଆସୁଥିଲା। କିନ୍ତୁ ଏଥର ଶ୍ରୀଲଙ୍କା ମାଟିରେ ଭାରତ ସିରିଜ ପରାଜୟବରଣ କରିଛି । ଚରିତ ଅସଲଙ୍କା ଶ୍ରୀଲଙ୍କାର ନୂଆ କ୍ୟାପ୍ଟେନ ଭାବେ ଦିନିକିଆ ସିରିଜର ନେତୃତ୍ୱ ନେଇ ଦଳକୁ ୨-୦ରେ ସିରିଜ୍ ବିଜୟ କରାଇଥିଲେ। 


ପ୍ରଥମ ଦିନିକିଆରେ ସୁଯୋଗ ହାତ ଛଡ଼ା କରି ମ୍ୟାଚ୍‌କୁ ଟାଇ କରିଥିବା ଭାରତ। ଆଶାଥିଲା ଦ୍ବିତୀୟ ଦିନିକିଆରେ ଦଳ କମାଲ କରିବ,କିନ୍ତୁ ଶେଷରେ ଦ୍ବିତୀୟ ମ୍ୟାଚରେ ଶ୍ରୀଲଙ୍କା ଭାରତକୁ ୩୨ ରନରେ ପରାସ୍ତ କରିଥିଲା। ଆଉ ଶେଷ ଦିନିକିଆରେ ମଧ୍ୟ ଭାରତ ଲଜ୍ଜାଜନକ ପରାଜୟ ବରଣ କରିଛି। ଶ୍ରୀଲଙ୍କା ୨୪୯ ରନର ବିଜୟ ଟାର୍ଗେକୁ ଭାରତ ପିଛା କରି ସ୍ପିନ ଜାଲରେ ଫସିଥିଲା  ୨୬.୧ ଓଭରରେ ସମସ୍ତ ୱିକେଟ ହରାଇ ୧୩୮ ରନରେ ହିଁ ଅଟକିଥିଲା ଦଳ,ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବଧିକ ୩୫ ରନ୍ କରିଥିଲେ ମାତ୍ର ୨୦ ରନ କରିଥିଲେ ବିରାଟ କୋହଲି। ଆଗକୁ ୨୦୨୭ ଦିନିକିଆ ବିଶ୍ବକପ୍ ରହିଥିବାବେଳେ ୨୦୨୫ରେ ଚମ୍ପିୟାନ ଟ୍ରଫି ରହିଛି। ଭାରତର ଆଗାମୀ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Team India lost the series after 27 years to Sri Lanka | Argus News