Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ନେଟ୍ ପ୍ରାକ୍ଟିସ ଦେଖିବାକୁ ଷ୍ଟାଡିୟମରେ ନାହିଁନଥିବା ଭିଡ

Smruti Parija
Browse all articles by Smruti Parija
·1 year ago·1 min read
ନେଟ୍ ପ୍ରାକ୍ଟିସ ଦେଖିବାକୁ ଷ୍ଟାଡିୟମରେ ନାହିଁନଥିବା ଭିଡ

କଟକ: ଆସନ୍ତାକାଲି ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ । ଭୁବନେଶ୍ୱରରୁ ସ୍ୱତନ୍ତ୍ର ବସ ଯୋଗେ ନେଟ୍ ପ୍ରାକ୍ଟିସ୍ ପାଇଁ ବାରବାଟୀ ଷ୍ଟାଡିୟମ୍ ରେ ପହଞ୍ଚିଛନ୍ତି ଟିମ୍ ଇଣ୍ଡିଆ । ରାତି 8 ଟା ପର୍ଯ୍ୟନ୍ତ ଅଭ୍ୟାସ କରିବେ ଖେଳାଳି । ପ୍ରାକ୍ଟିସ ଦେଖିବା ପାଇଁ ଷ୍ଟାଡିୟମରେ ଖଚାଖଚ ଭିଡ ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ଏନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।


ରାତି ପାହିଲେ ମ୍ୟାଚ୍ । ଖେଳାଳୀଙ୍କ ମଧ୍ୟରେ ଅଦ୍ଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ସୁପର୍ ସଣ୍ଡେରେ ସୁପର୍ ମୁକାବିଲା ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ଷ୍ଟାଡିୟମକୁ ପାଣି ବୋତଲ ମନା । ଷ୍ଟାଡିଅମକୁ ଫିଙ୍ଗିବା ଭଳି ସାମଗ୍ରୀ ଉପରେ କଟକଣା ରହିଛି ।


ଟିମ୍ ଇଣ୍ଡିଆ ପ୍ରେସ୍ ମିଟ୍ କରି ସୂଚନା ଦେଇଛି ଯେ ରୋହିତ ଶର୍ମାଙ୍କ ଉପରେ କୌଣସି ଚାପ ନାହିଁ । ମହମ୍ମଦ ସାମି ଓ ବିରାଟ କୋହଲି ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।  

Sponsored
team-india-reached-cuttack-barabati-for-net-practice | Argus News