Videos
|
Sports

India Squad Announcement / ଅଷ୍ଟ୍ରେଲିଆ ଗସ୍ତ ପାଇଁ ଶନିବାର ଘୋଷଣା ହେବ ଟିମ୍ ଇଣ୍ଡିଆ

Ritu Das
Browse all articles by Ritu Das
·1 year ago·2 min read
ଅଷ୍ଟ୍ରେଲିଆ ଗସ୍ତ ପାଇଁ ଶନିବାର ଘୋଷଣା ହେବ ଟିମ୍ ଇଣ୍ଡିଆ

Key Points

ଟିମ୍ ଇଣ୍ଡିଆର ଦୁଇ ବରିଷ୍ଠ କ୍ରିକେଟର ରୋହିତ ଶର୍ମା ଓ ବିରାଟ କୋହଲି ଦୀର୍ଘ ଦିନରୁ କ୍ରିକେଟରୁ ଦୂରେଇ ଅଛନ୍ତି । ରୋହିତ ଏବଂ କୋହଲି ଶେଷ ଥର ପାଇଁ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ପାଇଁ ଖେଳିଥିଲେ ।

ଟିମ୍ ଇଣ୍ଡିଆର ଦୁଇ ବରିଷ୍ଠ କ୍ରିକେଟର ରୋହିତ ଶର୍ମା ଓ ବିରାଟ କୋହଲି ଦୀର୍ଘ ଦିନରୁ କ୍ରିକେଟରୁ ଦୂରେଇ ଅଛନ୍ତି । ରୋହିତ ଏବଂ କୋହଲି ଶେଷ ଥର ପାଇଁ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ପାଇଁ ଖେଳିଥିଲେ । ଏହାପରେ ଆଇପିଏଲରେ ନିଜ ନିଜ ଦଳ ପାଇଁ ପ୍ରତିନିଧିତ୍ୱ କରିଥିଲେ । ଇଂଲଣ୍ଡ ଗସ୍ତ ପୂର୍ବରୁ କୋହଲି ଏବଂ ରୋହିତ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏହା ପରେ, ଶୁଭମନ ଗିଲଙ୍କୁ ଟେଷ୍ଟ ଅଧିନାୟକ ନିଯୁକ୍ତ କରାଯାଇଥିଲା ।


ରୋହିତ ଶର୍ମା ଏବଂ ବିରାଟ କୋହଲି ପୂର୍ବରୁ ଟି-୨୦ ଅନ୍ତର୍ଜାତୀୟରୁ ଅବସର ନେଇସାରିଛନ୍ତି । ୨୦୨୪ରେ ଭାରତର ବିଶ୍ୱକପ୍ ବିଜୟ ପରେ ଉଭୟ ଖେଳାଳି ଟି-୨୦ ଅନ୍ତର୍ଜାତୀୟରୁ ଅବସର ଘୋଷଣା କରିଥିଲେ । ଉଭୟ ଖେଳାଳି କେବଳ ଦିନିକିଆ ଫର୍ମାଟ ପାଇଁ ଉପଲବ୍ଧ । ଭାରତର ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଶନିବାର ଚୟନକର୍ତ୍ତାଙ୍କ ବୈଠକ ହେବ । କୋହଲି ଏବଂ ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳର ଅଂଶ ହୋଇପାରନ୍ତି।


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୪୭ବର୍ଷର ରେକର୍ଡ ଭାଙ୍ଗିଲେ ଶୁଭମନ ଗିଲ, ଭେଟେରିଆନ ଖେଳାଳି ଗାଭାସ୍କରଙ୍କ ଭାଙ୍ଗିଲା ରେକର୍ଡ


କ୍ରିକବଜ୍‌ ରିପୋର୍ଟ ଅନୁସାରେ, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଶନିବାର ଦିନିକିଆ ଏବଂ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିବ । କୋହଲି ଏବଂ ରୋହିତଙ୍କୁ ଦିନିକିଆ ଦଳରେ ସାମିଲ କରାଯିବାର ସମ୍ଭାବନା ରହିଛି । ଅକ୍ଟୋବର-ନଭେମ୍ବର ପାଇଁ ଭାରତ ଅଷ୍ଟ୍ରେଲିଆ ଗସ୍ତ କରିବ ।ପ୍ରଥମ ତିନୋଟି ଦିନିକିଆ ଅକ୍ଟୋବର ୧୯ରୁ ଆରମ୍ଭ ହେବ । ଏହା ପରେ ଅକ୍ଟୋବର ୨୯ରୁ ନଭେମ୍ବର ୮ ପର୍ଯ୍ୟନ୍ତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ ।


ଚୟନ କମିଟି ବୈଠକରେ ଦିନିକିଆ କ୍ୟାପଟେନ୍ସି ଉପରେ ମଧ୍ୟ ଆଲୋଚନା ହେବ । ରୋହିତଙ୍କୁ ଦିନିକିଆ ଅଧିନାୟକ ଭାବରେ ବଜାୟ ରଖାଯିବ କି ନାହିଁ ତାହା ସ୍ପଷ୍ଟ ହେବ । ଚୟନକର୍ତ୍ତାମାନେ ଏହି ପ୍ରସଙ୍ଗରେ ରୋହିତ ଶର୍ମାଙ୍କ ସହ ସିଧାସଳଖ କଥା ହେବାକୁ ଯୋଜନା କରୁଥିବା ଜଣାପଡିଛି। ରୋହିତ ଏବଂ କୋହଲିଙ୍କ ବ୍ୟତୀତ, ଚାମ୍ପିଅନ୍ସ ଟ୍ରଫି ବିଜେତା ଦଳର ଅଧିକାଂଶ ଖେଳାଳିଙ୍କୁ ଦିନିକିଆ ସିରିଜ ପାଇଁ ଚୟନ କରାଯିବାର ଆଶା କରାଯାଉଛି।


ଏଥିସହ ପଢ଼ନ୍ତୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଶତକ ମାରି ଦମ୍‌ଦାର ଶତକୀୟ ପାଳି ଖେଳିଲେ ରାହୁଲ


ଆଉ ଏକ ବଡ଼ ପ୍ରଶ୍ନ ହେଉଛି ଶ୍ରେୟସ ଆୟର ଟି-୨୦ ଦଳକୁ ପ୍ରତ୍ୟାବର୍ତ୍ତନ ହେବ କି ? ଚୟନକର୍ତ୍ତାମାନେ ଟି-୨୦ ସିରିଜ ପାଇଁ ୧୫ରୁ ଅଧିକ ଖେଳାଳିଙ୍କୁ ଚୟନ କରିବେ । ତେଣୁ ଶ୍ରେୟସ ଆୟରଙ୍କ ସହିତ ଯଶସ୍ୱୀ ଜୟସୱାଲ ମଧ୍ୟ ଟି-୨୦ ଦଳରେ ସ୍ଥାନ ପାଇ ପାରନ୍ତି । ଉଭୟ ଖେଳାଳି ଏସିଆ କପ୍ ଦଳରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଥିଲେ । ସେପଟେ ଅଭିଷେକ ଶର୍ମାଙ୍କୁ ଦିନିକିଆ ଦଳରେ ସାମିଲ କରାଯିବ କି ନାହିଁ, ତାହା ଉପରେ ମଧ୍ୟ ଆଲୋଚନା ହୋଇପାରେ ।
ଭାରତର ଅଷ୍ଟ୍ରେଲିଆ ଗସ୍ତ ସୂଚୀ:
ଅକ୍ଟୋବର ୧୯ - ପ୍ରଥମ ଦିନିକିଆ, ପର୍ଥ
ଅକ୍ଟୋବର ୨୩ - ଦ୍ୱିତୀୟ ଦିନିକିଆ, ଆଡିଲେଡ୍
ଅକ୍ଟୋବର ୨୫ - ତୃତୀୟ ଦିନିକିଆ, ସିଡନୀ
ଅକ୍ଟୋବର ୨୯ - ପ୍ରଥମ ଟି-୨୦, କାନବେରା
ଅକ୍ଟୋବର ୩୧ - ଦ୍ୱିତୀୟ ଟି-୨୦, ମେଲବୋର୍ଣ୍ଣ
ନଭେମ୍ବର ୨ - ତୃତୀୟ ଟି-୨୦, ହୋବାର୍ଟ
ନଭେମ୍ବର ୬ - ଚତୁର୍ଥ ଟି-୨୦, ଗୋଲ୍ଡ କୋଷ୍ଟ
ନଭେମ୍ବର ୮ - ପଞ୍ଚମ ଟି-୨୦, ବ୍ରିସବେନ