Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - T20 ସିରିଜରେ ନୂଆ କୋଚ୍ ପାଇବ ଟିମ ଇଣ୍ଡିଆ

Sports

T20 ସିରିଜରେ ନୂଆ କୋଚ୍ ପାଇବ ଟିମ ଇଣ୍ଡିଆ

Ritu Das
Browse all articles by Ritu Das
·1 year ago·2 min read
T20 ସିରିଜରେ ନୂଆ କୋଚ୍ ପାଇବ ଟିମ ଇଣ୍ଡିଆ

ଅର୍ଗସ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷ ୨ଟି ଟେଷ୍ଟ ମ୍ୟାଚ୍ ଏବଂ ସରିଜ ପରାଜୟ ପରେ ଟିମ ଇଣ୍ଡିଆକୁ ନେଇ ଖୁବ ଚର୍ଚ୍ଚା ହେଉଛି । ଦଳର ନେତୃତ୍ୱ, ଚୟନ ଏବଂ କୋଚିଙ୍ଗ ଉପରେ ପ୍ରଶ୍ନ ଉଠାଇଛନ୍ତି କ୍ରିକେଟପ୍ରେମୀ। ତେବେ ଏହାଭିତରେ ଏକ ଖବର ବର୍ତ୍ତମାନ କ୍ରିକେଟ ଜଗତରେ ଆଲୋଚନାର ବିଷୟ ପାଲଟିଯାଇଛି । ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ ପରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଖେଳିବ । ତେବେ ଏହାପୂର୍ବରୁ ଭାରତ ସିରିଜ ପାଇଁ କୋଚ୍ ପରିବର୍ତ୍ତନ କରିଛି ।

ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସ୍ଥାନରେ ପୂର୍ବତନ କ୍ରିକେଟର ଦଳର କୋଚ୍ ଭାବରେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜାଣିବାକୁ ମିଳିଛି ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣଙ୍କୁ କୋଚ୍ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ସମୟରେ ଗୌତମ ଗମ୍ଭୀର ଭାରତୀୟ ଦଳ ସହ ଅଷ୍ଟ୍ରେଲିଆ ଗସ୍ତ କରିବେ । ତେଣୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଲକ୍ଷ୍ମଣ କୋଚ୍ ଦାୟିତ୍ୱରେ ସୂର୍ଯ୍ୟବାହିନୀ ସହ ରହିବେ। ନଭେମ୍ବର ୮ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଆରମ୍ଭ ହେବାକୁ ତାଲିକା ରହିଛି । ତେବେ ରିପୋର୍ଟ ଅନୁସାରେ, ଗମ୍ଭୀରଙ୍କ ଅନୁପସ୍ଥିତିରେ ଲକ୍ଷ୍ମଣ କୋଚ୍ ଭାବରେ ଭାରତ ସହ ଦକ୍ଷିଣଆଫ୍ରିକା ଗସ୍ତ କରିବେ । ଏହାସହିତ ସାଇରାଜ ବହୁତୁଲେ, ହୃଷିକେଶ କାନିତକର ଏବଂ ଶୁଭଦୀପ ଘୋଷ ଏହି ସିରିଜରେ ଲକ୍ଷ୍ମଣଙ୍କ କୋଚିଙ୍ଗ ଟିମ ଇଣ୍ଡିଆ ସହ ରହିବେ ।

ଏହାପୂର୍ବରୁ ଅନେକ ସିରିଜରେ କୋଚ୍ ଭୂମିକାରେ ଦାୟିତ୍ୱ ତୁଲାଇ ସାରିଛନ୍ତି ଭିଭିଏସ ଲକ୍ଷ୍ମଣ । ତାଙ୍କ କୋଚିଙ୍ଗରେ ଭାରତ ଭଲ ପ୍ରଦର୍ଶନ ମଧ୍ୟ ଜାରି ରଖିଛି । ତେବେ ଏହି ସିରିଜରେ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ଭାରତ ଚକମା ଦେବ ବୋଲି ଆଶା କରାଯାଉଛି । ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ପାଇଁ ଭାରତ ୧୫ ଜଣିଆ ଦଳ ଘୋଷଣା କରିସାରିଛି । ଷ୍ଟାର କ୍ରିକେଟର ସୂର୍ଯ୍ୟକୁମାର ଦଳର ଅଧିନାୟକ ଦାୟିତ୍ୱରେ ରହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ପାଇଁ ଭାରତୀୟ ଦଳର ଖେଳାଳି ମାନେ ହେଲେ ସୂର୍ଯ୍ୟକୁମାର ଯାଦବ, ଅଭିଷେକ ଶର୍ମା, ସଞ୍ଜୁ ସାମସନ, ରିଙ୍କୁ ସିଂହ, ତିଲକ ବର୍ମା, ଜିତେଶ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ, ରମଣଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ବିଜୟକୁମାର ବୈଶାଖ, ଆଭେଶ ଖାନ୍, ୟଶ ଦୟାଲ। ତେବେ ଦେଖାଯାଉ ଲକ୍ଷ୍ମଣଙ୍କ ନେତୃତ୍ବରେ ଭାରତୀୟ ଦଳ କଣ କମାଲ କରୁଛନ୍ତି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Argus Whatsapp Channel Mobile Top
Sponsored
Team India | Argus News