Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଟିମ୍ ଇଣ୍ଡିଆ

Ritu Das
Browse all articles by Ritu Das
·2 years ago·1 min read
ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଟିମ୍ ଇଣ୍ଡିଆ

ଅର୍ଗସ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯାଇନପାରେ ଟିମ୍ ଇଣ୍ଡିଆ । ଅନ୍ୟସ୍ଥାନରେ ମ୍ୟାଚ୍ ଖେଳିବାକୁ ଆଇସିସିକୁ ଅପିଲ କରିବ ବିସିସିଆଇ । ଦୁବାଇ କିମ୍ବା ଶ୍ରୀଲଙ୍କାରେ ହୋଇପାରେ ମ୍ୟାଚ । ଏଭଳି ସ୍ଥିତିରେ ହାଇବ୍ରିଡ ମଡେଲରେ ମ୍ୟାଚ୍ ଖେଳାଯିବାର ସମ୍ଭାବନା ସୃଷ୍ଟି ହୋଇଛି । ପୂର୍ବରୁ ଏସିଆ କପରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ହାଇବ୍ରିଡ ମଡେଲରେ ଏସିଆ କପର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲା ଭାରତୀୟ ଟିମ୍ ।

ଆସନ୍ତା ୨୦୨୫ ଫେବ୍ରୁଆରୀରେ ପାକିସ୍ତାନରେ ଖେଳାଯିବ ଚାମ୍ପିୟନ୍ସ ଟ୍ରଫି । ଏନେଇ ପାକିସ୍ତାନ ପକ୍ଷରୁ ସମସ୍ତ ମ୍ୟାଚ୍ ସୂଚୀ ଆଇସିସିକୁ ପ୍ରଦାନ କରାଯାଇଛି । ଯେଉଁଥିରେ ସୁରକ୍ଷା ଦୃଷ୍ଟିକୋଣରୁ ଭାରତର ସମସ୍ତ ମ୍ୟାଚ୍ ଲାହୋରରେ ଖେଳାଯିବାକୁ ସ୍ଥିରୀକୃତ ହୋଇଛି । କିନ୍ତୁ ବିସିସିଆଇ ପକ୍ଷରୁ ପାକିସ୍ତାନରେ ମ୍ୟାଚ୍ ଖେଳିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ଏସବୁ ଭିତରେ ପାକିସ୍ତାନକୁ ମ୍ୟାଚ୍ ଖେଳିବାକୁ ଭାରତ ଯାଇନପାରେ ବୋଲି ବିସିସିଆଇର ବିଶ୍ୱସ୍ତ ସୂତ୍ରରୁ ଖବର ସରବରାହ ସଂସ୍ଥା ଏଏନଆଇକୁ ସୂଚନା ମିଳିଛି । ତେବେ ପାକିସ୍ତାନକୁ ଭାରତୀୟ ଟିମ୍ ଖେଳିବାକୁ ଯିବ କି ନାହିଁ ତାହାର ଶେଷ ନିଷ୍ପତ୍ତି ଭାରତ ସରକାର ନେବେ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Team India | Argus News