Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ରାଜନୈତିକ କାରଣ ଯୋଗୁ ବାଂଲାଦେଶ ଗସ୍ତ କରିବନି ଟିମ୍ ଇଣ୍ଡିଆ !

Ritu Das
Browse all articles by Ritu Das
·1 year ago·2 min read
ରାଜନୈତିକ କାରଣ ଯୋଗୁ ବାଂଲାଦେଶ ଗସ୍ତ କରିବନି ଟିମ୍ ଇଣ୍ଡିଆ !

Key Points

ରାଜନୈତିକ କାରଣ ଯୋଗୁ ବାଂଲାଦେଶ ଗସ୍ତ କରିବନି ଟିମ୍ ଇଣ୍ଡିଆ

ଭାରତ ଅଗଷ୍ଟ ୧୭ରୁ ବାଂଲାଦେଶ ଗସ୍ତରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବାର ଥିଲା

ଉଭୟ ଦେଶ ଦିନିକିଆ ସିରିଜ୍ ପରେ ୩ଟି ଟି୨୦ ମ୍ୟାଚ୍ ମଧ୍ୟ ଖେଳିଥାନ୍ତେ

ସୁରକ୍ଷା ବ୍ୟତୀତ, ଦୁଇ ଦେଶ ମଧ୍ୟରେ ବର୍ତ୍ତମାନର ରାଜନୈତିକ ସମ୍ପର୍କ ମଧ୍ୟ କ୍ରିକେଟ ସିରିଜ ସ୍ଥଗିତ ରଖିବା ଏକ ପ୍ରମୁଖ କାରଣ

ବାଂଲାଦେଶ ସ୍ଥଗିତ ରହିପାରେ ଭାରତୀୟ କ୍ରିକେଟ ଦଳର ବାଂଲାଦେଶ ଗସ୍ତ।ସୁରକ୍ଷା ଦୃଷ୍ଟିରୁ ସରକାର ନେଇପାରନ୍ତି ନିଷ୍ପତ୍ତି। ଏବେ ବାଂଲାଦେଶର ପରିସ୍ଥିତି ଭଲ ନାହିଁ। କ୍ଷମତା ପରିବର୍ତ୍ତନ ପରେ ସେଠାରେ ଅରାଜକତାର ବାତାବରଣ ରହିଛି। ତେଣୁ ଖେଳାଳିଙ୍କ ସୁରକ୍ଷା ବଡ଼ ଚିନ୍ତା ପାଲଟିଛି। ଏହି ସମସ୍ତ କାରଣ ଯୋଗୁଁ ଭାରତ ସରକାର ଟିମ୍ ଇଣ୍ଡିଆକୁ ବାଂଲାଦେଶ ଗସ୍ତ କରିବାକୁ ଅନୁମତି ଦେବେ ନାହିଁ ବୋଲି ବିଶ୍ୱାସ କରାଯାଉଛି। ଏ ସମ୍ପର୍କରେ ଖୁବ୍ ଶୀଘ୍ର ଅଧିକାରୀକ ଘୋଷଣା କରାଯିବା ବୋଲି ଜଣାଯାଇଛି। ବିସିସିଆଇ ଏବଂ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଖୁବ୍ ଶୀଘ୍ର ଆଗାମୀ ସିରିଜ୍ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି।


ସିରିଜ୍ ବାତିଲ ନକଲେ ବି ଉଭୟ କ୍ରିକେଟ୍ ବୋର୍ଡ ଏହା ବଦଳରେ ସିରିଜ୍ ସ୍ଥଗିତ ରଖିବାକୁ ରାଜି ହୋଇପାରନ୍ତି। ବିସିବି ସିରିଜ୍ ପାଇଁ ମିଡିଆ ରାଇଟ୍ସର ବିଡିଂକୁ ମଧ୍ୟ ସ୍ଥଗିତ ରଖିଛି। ପ୍ରସ୍ତାବିତ କାର୍ଯ୍ୟସୂଚୀ ଅନୁଯାୟୀ, ଭାରତ ଅଗଷ୍ଟ ୧୭ରୁ ବାଂଲାଦେଶ ଗସ୍ତରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବାର ଥିଲା। ଉଭୟ ଦେଶ ଦିନିକିଆ ସିରିଜ୍ ପରେ ୩ଟି ଟି୨୦ ମ୍ୟାଚ୍ ମଧ୍ୟ ଖେଳିଥାନ୍ତେ। ସୁରକ୍ଷା ଚିନ୍ତା ବ୍ୟତୀତ, ଦୁଇ ଦେଶ ମଧ୍ୟରେ ବର୍ତ୍ତମାନର ରାଜନୈତିକ ସମ୍ପର୍କ ମଧ୍ୟ କ୍ରିକେଟ ସିରିଜ ସ୍ଥଗିତ ରଖିବାର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ବାଂଲାଦେଶ ସରକାରଙ୍କ ବର୍ତ୍ତମାନର ମୁଖ୍ୟ ମହମ୍ମଦ ୟୁନୁସ ଭାରତ ବିରୋଧରେ ଅନେକ ବୟାନ ଦେଇଛନ୍ତି। ଗତ କିଛି ମାସ ମଧ୍ୟରେ, ତାଙ୍କୁ ଭାରତଠାରୁ ଦୂରେଇ ଯିବା ଏବଂ ଚୀନର ନିକଟତର ହେଉଥିବା ଦେଖାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
team-india-will-not-tour-bangladesh-due-to-political-reasons | Argus News