୩୩୬ ରନରେ ଇଂଲଣ୍ଡକୁ ହରାଇ ଟିମ ଇଣ୍ଡିଆର ବିଜୟ

Key Points
୩୩୬ ରନରେ ଇଂଲଣ୍ଡକୁ ହରାଇ ଟିମ ଇଣ୍ଡିଆର ବିଜୟ
ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ଭାରତର ଦମଦାର ବିଜୟ
ପ୍ରଥମ ଓ ଦ୍ବିତୀୟ ଇନିଂଶରେ ଭାରତୀୟ ବ୍ୟାଟର ଚମତ୍କାର ବ୍ୟାଟିଂ
ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ଭାରତର ଦମଦାର ବିଜୟ । ଏଜବାଷ୍ଟନରେ ଭାରତ ଓ ଇଂଲଣ୍ଡ ଦ୍ଵିତୀୟ ଟେଷ୍ଟର ଅନ୍ତିମ ମ୍ୟାଚ୍ । ୩୩୬ ରନରେ ଇଂଲଣ୍ଡକୁ ହରାଇ ଟିମ୍ ଇଣ୍ଡିଆର ବିଜୟ । ୨ୟ ଇନିଂସରେ ୪୨୭ ରନ କରିଥିଲା ଟିମ୍ ଇଣ୍ଡିଆ । ପ୍ରଥମ ଓ ଦ୍ବିତୀୟ ଇନିଂଶରେ ଭାରତୀୟ ବ୍ୟାଟର ଚମତ୍କାର ବ୍ୟାଟିଂ । ଭାରତୀୟ ବୋଲର ମଧ୍ୟ କରିଛନ୍ତି ଦମ୍ଦାର ପ୍ରଦର୍ଶନ । ଭାରତ ପକ୍ଷରୁ ଆକାଶଦୀପ୍ ୫ଟି ଓ୍ବିକେଟ ନେଇଛନ୍ତି ।
ଘାତକ ବୋଲିଂର ପ୍ରଦର୍ଶନ କରି ଇଂଲଣ୍ଡ ଦଳର ୫ଟି ଓ୍ବିକେଟ୍ ନେଇଛନ୍ତି । ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ଭାରତ ନିଜର ପ୍ରଥମ ଇନିଂସରେ ୫୮୭ ରନ କରିଥିବାବେଳେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୪୦୭ ରନ କରିଥିଲା । ଏହା ପରେ ଭାରତ ନିଜର ୨ୟ ଇନିଂସରେ ଶୁବମନ ଗିଲଙ୍କ ଶତକ ବଳରେ ୪୨୭ ରନ କରିଥିଲା ଓ ଇଂଲଣ୍ଡ ଆଗରେ ୬୦୮ ରନର ଏକ ବିଶାଳ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ।