୫ମ ଟେଷ୍ଟର ପ୍ରଥମ ଦିନରେ ଟିମ ଇଣ୍ଡିଆର ଦବଦବା

ଅର୍ଗସ ବ୍ୟୁରୋ: ଧର୍ମଶାଳାରେ ଖେଳା ଯାଉଥିବା ୫ମ ଟେଷ୍ଟର ପ୍ରଥମ ଦିନରେ ଟିମ ଇଣ୍ଡିଆର ଦବଦବା। ପ୍ରଥମେ ସ୍ପିନ ଯୋଡ଼ି କୁଲଦୀପ ଓ ରବିଚନ୍ଦ୍ରନ ଅଶ୍ବିନ ଇଂଲଣ୍ଡ ବ୍ୟାଟରଙ୍କୁ ଅସୁବିଧାରେ ପକାଇଥିଲେ। ଫଳରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୧୮ ରନ କରି ଅଲଆଉଟ ହୋଇ ଯାଇଥିଲା। ଏହାପରେ ପ୍ରଥମ ଦିନରେ ୩୦ ଓଭର ବ୍ୟାଟିଂ କରିଥିବା ଟିମ ଇଣ୍ଡିଆର ବ୍ୟାଟର ନିଜର ଜଲୱା ଦେଖାଇଛନ୍ତି। ଓପନର ଯଶସ୍ବୀ ଜୈସୱାଲ ୫୭ ରନ କରି ଆଉଟ ହୋଇଥିବା ବେଳେ ଅଧିନାୟକ ରୋହିତ ଶର୍ମା ୫୨ ରନ କରି ଅପରାଜିତ ରହିଛନ୍ତି।
ଇଂଲଣ୍ଡର ୨୧୮ ରନର ଜବାବରେ ଭାରତ ତା’ର ପ୍ରଥମ ଇନିଂସରେ ଗୋଟିଏ ୱିକେଟ ହରାଇ ୧୩୫ ରନ କରି ନେଇଛି। ଧର୍ମଶାଲାରେ ଟସ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡ ଦଳକୁ କୁଲଦୀପ ଯାଦବ ଓ ଅଶ୍ବିନ ଅଡୁଆରେ ପକାଇଥିଲେ। ଜ୍ୟାକ କ୍ରାଉଲୀଙ୍କୁ ଛାଡ଼ି ଭାରତୀୟ ସ୍ପିନ ଆଟାକକୁ କୌଣସି ଇଲିଂଶ ବ୍ୟାଟର ସମ୍ଭାଳି ପାରି ନଥିଲେ। କୁଲଦୀପ ୫, ଅଶ୍ବିନ ୪ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ୱିକେଟ ନେଇ ଇଂଲଣ୍ଡର ପ୍ରଥମ ଇନିଂସକୁ ୨୧୮ ରନରେ ଶେଷ କରି ଦେଇଥିଲେ।
ଅଧିକ ପଢ଼ନ୍ତୁ ଖେଳ ଖବର: