Videos
|
Sports

ଓଭାଲ ଟେଷ୍ଟରେ ଟିମ ଇଣ୍ଡିଆର ଐତିହାସିକ ବିଜୟ

Ritu Das
Browse all articles by Ritu Das
·1 year ago·1 min read
ଓଭାଲ ଟେଷ୍ଟରେ ଟିମ ଇଣ୍ଡିଆର ଐତିହାସିକ ବିଜୟ

Key Points

କେନିଙ୍ଗଟନ ଓଭାଲରେ ୫ମ ଟେଷ୍ଟ

ରୋମାଞ୍ଚକର ମ୍ୟାଚରେ ଇଂଲଣ୍ଡକୁ ୬ ରନରେ ହରାଇଲା ଭାରତ

୨-୨ରେ ସିରିଜ ଡ୍ର

କେନିଙ୍ଗଟନ ଓଭାଲ ଟେଷ୍ଟରେ ଭାରତର ଐତିହାସିକ ବିଜୟ ହାସଲ କରିଛି । ଏକ ରୋମାଞ୍ଚକର ମ୍ୟାଚରେ ଭାରତ ଇଂଲଣ୍ଡକୁ ୬ ରନରେ ପରାସ୍ତ କରିଛି । ଏହା ସହିତ ୫ ଟିକିଆ ସିରିଜ ୨-୨ରେ ଡ୍ର ହୋଇଛି । ପଞ୍ଚମ ଟେଷ୍ଟରେ ଭାରତର ଦମଦାର ବିଜୟ ହୋଇଛି। ଏହି ବିଜୟ ସହିତ ୫ ମ୍ୟାଚ ବିଶିଷ୍ଟ ଏହି ସିରିଜର ସମାପନ ହୋଇଛି। ଏହି ସିରିଜରେ ୨-୨ରେ ବରାବର ସ୍ଥିତିରେ ରହିଛି। ଆଟକିନସନଙ୍କୁ ବୋଲ୍ଡ କରି ସିରିଜ ଜିତିଲା ଭାରତ। ପଞ୍ଚମ ଟେଷ୍ଟ ରେ ଭାରତ ର ଦମଦାର ବିଜୟ । ଆଜି ଥିଲା ମ୍ୟାଚର ୫ମ ତଥା ଶେଷ ଦିନ । ଶେଷ ଦିନରେ ବିଜୟ ପାଇଁ ଇଂଲଣ୍ଡ ୩୫ ରନ ଆବଶ୍ୟକ ଥିବାବେଳେ ଭାରତ ୪ଟି ଓ୍ବିକେଟ ଆବଶ୍ୟକ କରୁଥିଲା ।


କିନ୍ତୁ ଆଜି ଭାରତୀୟ ବୋଲରମାନେ ଚମତ୍କାର ବୋଲିଂର ପ୍ରଦର୍ଶନ କରି ଇଂଲଣ୍ଡର ଅବଶିଷ୍ଟ ୪ଟି ଓ୍ବିକେଟ ଖସାଇବାରେ ସକ୍ଷମ ହୋଇଥିଲେ । ୩୫୭ ରନରେ ଇଂଲଣ୍ଡ ୯ଟି ଓ୍ବିକେଟ ହରାଇସାରିଥିବାବେଳେ ବ୍ୟାଟିଂ କରିବାକୁ ଆସିଥିଲେ ଆହତ କ୍ରିସ ଓକ୍ସ । ଓକ୍ସଙ୍କର କାନ୍ଧରେ ଆଘାତ ଲାଗିଥିବାରୁ ତାଙ୍କର ଗୋଟିଏ ହାତ ବ୍ୟାଣ୍ଡେଜ ହୋଇଥିଲା। ଏହା ସତ୍ତ୍ବେ ସେ ବ୍ୟାଟିଂ କରିବାକୁ ଆସିଥିଲେ । ଇଂଲଣ୍ଡ ଆଉ ୧୭ ରନ ଆବଶ୍ୟକ କରୁଥିବାବେଳେ ଗସ ଅଟକିନ୍ସନ ଗୋଟିଏ ଛକା ମାରି ମ୍ୟାଚର ରୋମାଞ୍ଚ ବଢାଇଦେଇଥିଲେ । ତେବେ ଇଂଲଣ୍ଡ ଆଉ ୭ ରନ ଆବଶ୍ୟକ କରୁଥିବାବେଳେ ସେ ମହମ୍ମଦ ସିରାଜଙ୍କ ବଲରେ ବୋଲ଼ଡ୍ ହୋଇଥିଲେ । ଏହା ସହିତ ଭାରତ ବିଜୟୀ ହୋଇଥିଲା । ଭାରତ ପକ୍ଷରୁ ସିରାଜ ୫ଟି ଓ ପ୍ରସିଧ କ୍ରିଷ୍ଣା ୪ଟି ଓ୍ବିକେଟ ନେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
team-indias-historic-victory-in-the-oval-test | Argus News