ବିଜେପିରେ ଯୋଗ ଦେଲେ ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା
·1 year ago·1 min read

ଅର୍ଗସ ବ୍ୟୁରୋ: ରାଜନୀତିରେ ପାଦ ଦେଲେ ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ସେ ବିଜେପିରେ ଯୋଗ ଦେଇଛନ୍ତି । ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ଗୁଜୁରାଟର ଜାମନଗରରୁ ବିଜେପି ବିଧାୟକ ଅଛନ୍ତି । ରିଭାବା ନିକଟରେ ଜାଡେଜାଙ୍କ ବିଷୟରେ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ସେୟାର କରିଥିଲେ। ସେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ରବୀନ୍ଦ୍ର ଜାଡେଜା ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି।
ନିକଟରେ ଟି -୨୦ ବିଶ୍ୱକପ ବିଜୟୀ ଦଳରେ ସାମିଲ୍ ଥିଲେ ଜାଡେଜା। ପରେ ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଥିଲେ। ନିର୍ବାଚନୀ ସମୟରେ ରବିନ୍ଦ୍ର ଜାଡେଜା ପତ୍ନୀଙ୍କ ସହ ଅନେକ ଥର ପ୍ରଚାର କରୁଥିବାର ନଜାର ଆସିଛନ୍ତି। ସେ ଅନେକ ରୋଡ୍ ସୋ ମଧ୍ୟ କରିଥିଲେ | ଜାଡେଜାଙ୍କ ପତ୍ନୀ ରିଭାବା ଜାମନଗର ଉତ୍ତରରୁ ବିଧାୟିକା ଅଛନ୍ତି। ଏବେ ଜାଡେଜା ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: