Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କମେଡି ସିରିଏଲରୁ ଅନୁପ୍ରାଣିତ ହେଲା ଟିମ ଇଣ୍ଡିଆର ଟି-୨୦ ବିଶ୍ବକପର ଜର୍ସି

Sports

କମେଡି ସିରିଏଲରୁ ଅନୁପ୍ରାଣିତ ହେଲା ଟିମ ଇଣ୍ଡିଆର ଟି-୨୦ ବିଶ୍ବକପର ଜର୍ସି

Ritu Das
Browse all articles by Ritu Das
·2 years ago·1 min read
କମେଡି ସିରିଏଲରୁ ଅନୁପ୍ରାଣିତ ହେଲା ଟିମ ଇଣ୍ଡିଆର ଟି-୨୦ ବିଶ୍ବକପର ଜର୍ସି

ଅର୍ଗସ ବ୍ୟୁରୋ: କାଲିଠାରୁ ଟିମ ଇଣ୍ଡିଆକୁ ନେଇ ସବୁଠି ଚର୍ଚ୍ଚା। ଥମୁନି ଟି-୨୦ ଜର୍ସି ଚର୍ଚ୍ଚା। କେତେବେଳେ ଚର୍ଚ୍ଚା ଚାଲିଛି ଯେ, ଜର୍ସିର ଦାମ ଫ୍ଲାଇଟ ଭଡ଼ା ଠାରୁ ଅଧିକ ତ ଏବେ ଚର୍ଚ୍ଚା ଚାଲିଛି ଯେ, ଜର୍ସି ଟେଲି ସିରିଏଲରୁ ଅନୁପ୍ରାଣୀତ ହୋଇ କରାଯାଇଛି। ତେବେ କେଉଁ ସିରିଏଲରୁ ଜର୍ସିର ଉପାୟ ଆସିଛି ଚାଲନ୍ତୁ ଜାଣିବା। 
କ୍ରିକେଟ ପ୍ରେମୀ ମାନେ କହିଲେ 'ତାରକ ମେହେତା କା ଉଲଟା ଚଷମା'ରୁ ଅନୁପ୍ରାଣିତ ହେଲା ଟିମ ଇଣ୍ଡିଆର ଟି-୨୦ ୱାର୍ଲଡ କପର ଜର୍ସି। ଆଇସିସି ଟି-୨୦ ୱାର୍ଲଡ କପ ଆସନ୍ତା ଜୁନ ମାସ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଯାହା ପାଇଁ ବିସିସିଆଇ ଶୋ'ପିସ୍ ଇଭେଣ୍ଟ ପାଇଁ ସୋମବାର ଦିନ ଭାରତୀୟ ଟିମର ଜର୍ସି ଉନ୍ମୋଚନ କରିଛି।

ଉନ୍ମୋଚିତ ହେଲା ଭାରତର ବିଶ୍ବକପ ଜର୍ସି

୨୦୨୩ ମସିହା ଦିନିକିଆ ବିଶ୍ୱକପ୍‌ରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ପିନ୍ଧିଥିବା ଜର୍ସିରେ ପରିବର୍ତ୍ତନ ଆସିଛି। ହିମାଚଳପ୍ରଦେଶର ଧର୍ମଶାଳାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଏହି ଜର୍ସିର ଉନ୍ମୋଚନ କରାଯାଇଥିବା ଭାରତୀୟ ଦଳର କିଟ୍ ପ୍ରାୟୋଜକ ‘ଆଡିଡାସ୍’ ଭିଡିଓ ପ୍ରକାଶ କରି ସୂଚନା ଦେଇଥିଲା। 
ତେବେ ଏହି ଜର୍ସିକୁ ଦେଖି ସୋସିଆଲ ମିଡ଼ିଆରେ କିଛି ଟ୍ରୋଲର୍ସ ମାନେ ଏହାକୁ ଟ୍ରୋଲ କରି କହିଛନ୍ତି ଯେ ଏପରି ଜର୍ସି ସୋନି ସବ ଟିଭିରେ ବହୁ ଚର୍ଚ୍ଚିତ କମେଡି ସୋ 'ତାରକ ମେହେତା କା ଉଲଟା ଚଷମା'ର ବହୁଚର୍ଚ୍ଚିତ ଚେହେରା ଜେଠାଲାଲର ଟିମ ବବିତା ବ୍ଲାଷ୍ଟର ଟିମ ଠାରୁ ଅନୁପ୍ରାଣିତ ହୋଇ ବନାଯାଇଛି। ତେବେ ଏହା ଉଲ୍ଲେଖଯୋଗ୍ୟ ଯେ ଏହା ସୋସିଆଲ ମିଡିଆରେ ମଜାଦାର ଉଦ୍ଦେଶ୍ୟ ବ୍ୟତୀତ ଅନ୍ୟକିଛି ନୁହଁ। ଯେହେତୁ ଭାରତ କିମ୍ବା ବହୁ ପ୍ରତିଷ୍ଠା ଆଡିଡାସ୍ ବ୍ରାଣ୍ଡ ଏହା କେବେ କରିବେ ନାହିଁ। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Team India's | Argus News