ଦୀପାବଳି ପରେ ଜଳିବ ତ ଟିମ୍ ଇଣ୍ଡିଆର ବିଜୟ ଦୀପ!

ଅର୍ଗସ ବ୍ୟରୋ:ଟିମ୍ ଇଣ୍ଡିଆକୁ ପଡିଛି ଶନି ଦଶା,ଯେଉଁଠି ବାଜି ମାରିବା କଥା ରୋହିତ ସେନା ସେଠି ବାଜି ହାରୁଛି ଦଳ। ନିଜ ଘରେ ନ୍ୟୁଜିଲାଣ୍ଡଠାରୁ ସିରିଜ୍ ହାରିଛି ଭାରତ। ୧୨ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଭାରତ ଘରୋଇ ମାଟିରେ ଟେଷ୍ଟ ସିରିଜ ପରାସ୍ତ ହୋଇ ସାରିଛି । ଭାରତ ସିରିଜ୍ ହାରିବା WTC ଫାଇନାଲ୍ ଗଣିତକୁ ବିଗାଡୁଛି। ଏମିତି ବି ପ୍ରଶ୍ନ ମନକୁ ଆସୁଛି ୩ୟ ଟେଷ୍ଟ ଜିତି ପାରିବ ତ ଭାରତ?। ଘରୋଇ ଦଳ ପାଇଁ ଆଗକୁ ଅଗ୍ନୀ ପରୀକ୍ଷା,ନଭେମ୍ବର ୧ରୁ ତୃତୀୟ ଟେଷ୍ଟ ଆରମ୍ଭ ହେବାକୁ ଥିବାବେଳେ ଏହି ଟେଷ୍ଟ ଜିତିବା ଟିମ୍ ଇଣ୍ଡିଆ ପାଇଁ ଜରୁରୀ ହୋଇପଡିଛି,ଯଦି ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟ ହାରୁଛି ତେବେ ସମ୍ମାନର ଲଢେଇରେ ମଧ୍ୟ ଦଳ ଫେଲ୍ ମାରିବ,WTC ଫାଇନାଲ ଖେଳିବାକୁ ନେଇ ଅଙ୍କ ଜଟିଳ ହେବ। ଯଦି ଦଳ ହାରୁଛି WTC ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନକୁ ଖସିଯିବ ଭାରତ। କଙ୍ଗାରୁ ଦଳ ପ୍ରଥମକୁ ଲମ୍ପ ମାରିବ। ଅଧିନାୟକ ରୋହିତ ଶର୍ମା,ବିରାଟ କୋହଲି, କେଏଲ ରାହୁଲ ବାରମ୍ବାର ଫେଲ୍ ମାରିବା ଟିମ୍ ଇଣ୍ଡିଆର ଟେନସନ୍ ବଢାଇଦେଇଛି। ଅନ୍ୟପଟେ ବୁମରା ଏବଂ ସୁନ୍ଦରଙ୍କୁ ଛାଡିଦେଲେ ଅନ୍ୟବୋଲର ମାନେ ସ୍ଥିର ପ୍ରର୍ଦଶନ ଦେଇପାରୁ ନାହାନ୍ତି। ଦେଖିବାକୁ ଗଲେ ନ୍ୟୁଜିଲାଣ୍ଡ ପରେ ରୋହିତ ସେନା ଅଷ୍ଟ୍ରେଲିଆ ସହ ୪ଟି ଟେଷ୍ଚ ମ୍ୟାଚ୍ ଖେଳିବ। ଦଳ ଯଦି ଏଭଳି ପ୍ରଦର୍ଶନ କରି ଚାଲେ ଭାରତର WTC ଫାଇନାଲ୍ ସ୍ବପ୍ନ ଅଧାରେ ରହିଯିବ। ତେଣୁ ଭାରତ ବିଜୟ ଧାରାକୁ ଫେରିବ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରଶଂସକ