Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପାକିସ୍ତାନକୁ ଟେନସନ ରୋ-କୋ ଯୋଡି

Sangram Tripathy
Browse all articles by Sangram Tripathy
·1 year ago·2 min read
ପାକିସ୍ତାନକୁ ଟେନସନ ରୋ-କୋ ଯୋଡି

ଅଗର୍ସ ବ୍ୟୁରୋ: ପୁଣି ଜଲୱା ଦେଖାଇବେ ରୋ-କୋ ଯୋଡି,ରୋକି ପାରିବ ତ ପାକ୍। ଚର୍ଚ୍ଚାରେ ହିଟ୍ ମ୍ୟାନ୍-ରନ୍ ମେସିନ। ଏବେ ଠୁ ଉଡିଲାଣି ପାକିସ୍ତାନର ନିଦ। ଟି-୨୦ ବିଶ୍ବକପ୍  ପରେ ଚାମ୍ପିୟନ୍ସ ଟ୍ରଫି ଉପରେ ଭାରତର ନଜର। ୨୦୧୭ରେ ପାକିସ୍ତାନ ଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ଭାରତ,୨୫ରେ ପାକ୍ କୁ ହରାଇ ପ୍ରତିଶୋଧ ନେବା ସହ ଟି-୨୦ ବିଶ୍ବକପ୍ ପରେ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଧରିତୋଳିବାକୁ  ଲକ୍ଷ୍ୟରେ ରହିଛି ରୋହିତ ସେନା।

 

ଭାରତ ମିଶନ ବି ସ୍ପଷ୍ଟ କରିଦେଇଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହ। ଟି-୨୦ ବିଶ୍ବକପ୍ ଭାରତ ଜିତିବା ପରେ ପରବର୍ତ୍ତୀ ଟାର୍ଗେଟ ଚାମ୍ପିୟନ୍ସ ଟ୍ରଫି ଓ ବିଶ୍ବ ଟେଷ୍ଟ ଚାମ୍ପିୟାନସିପ ହାତେଇବା ଲକ୍ଷ୍ୟରେ ରହିଛି ଭାରତ । ଚାମ୍ପିୟନ୍ସ ଟ୍ରଫିର ଆୟୋଜକ ପାକିସ୍ତାନ ହୋଇଥିବାବେଳେ୨୦୨୫ ଫେବୃଆରୀ ୧୯ରୁ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହୋଇ ମାର୍ଚ୍ଚ ୯ ଯାଏ ଚାଲିବ ବୋଲି କହିଛି ପିସିବି । ଆସନ୍ତାବର୍ଷ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଭେନ୍ୟୁ ତାଲିକା ପ୍ରକାଶ କରିଛି। ୧୭ ବର୍ଷ ପରେ ବାର୍ବଡସରେ ରୋହିତ ଶର୍ମାଙ୍କ ନେତୃତ୍ବରେ ବିଜୟର ତ୍ରିରଙ୍ଗା ଉଡାଇ ବିଶ୍ବ ବିଜେତା ବନିଛି ଭାରତ। ବିଶ୍ବ ଦେଖିଛି ଭାରତର ଦମ୍ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରୋହିତଙ୍କ କ୍ୟାପଟେନସିପ୍,ଫାଇନାଲରେ ବିରାଟଙ୍କ ବିରାଟପାରି,ବୁମରା-କୁଳଦୀପଙ୍କ ଘାତକ ବୋଲିଂ-ହାର୍ଦ୍ଦିକଙ୍କ ଜବରଦସ୍ତ ଅଲରାଉଣ୍ଡର ପ୍ରର୍ଦଶନ ପାକିସ୍ତାନ ଚିନ୍ତାର କାରଣ ପାଲଟିଛି ।  କାରଣ ରୋହିତ-ବିରାଟ-ଜାଡେଜା ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିସାରିଥିବାବେଳେ ଦିନିକିଆ ଓ ଟେଷ୍ଟରେ ତାଙ୍କ ଯାଦୁ ଦେଖିବାକୁ ପାଇବେ ଦର୍ଶକ। 
ପାକିସ୍ତାନର ପ୍ରସ୍ତାବ ଅନୁଯାୟୀ,ଲାହୋରରେ ୨୦୨୫ ମାର୍ଚ୍ଚ ୧ ତାରିଖରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଅନୁଷ୍ଠିତ ହେବ ମୁହାଁମୁହିଁ ହେବେ ଦୁଇ ରାଷ୍ଟ୍ର । କିନ୍ତୁ ଲାହୋରରେ ବିସିସିଆଇ ଏଯାଏ କୌଣସି ମ୍ୟାଚ୍‌ ସିଡ୍ୟୁଲ ଉପରେ ମୋହର ମାରିନାହିଁ।

ସୁରକ୍ଷା ଦୃଷ୍ଟିରୁ ଭାରତ ଏସିଆ କପ ଖେଳିବାକୁ ପାକିସ୍ତାନ ଯାଇ ନଥିଲା। ଏହାକୁ ନେଇ ପିସିବି ଖପ୍ପା ହୋଇଥିଲା। ଏବେ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ବିସିସିଆଇ ପାକିସ୍ତାନକୁ ଟିମ ପଠାଇବ କି ନାହିଁ, ସୂଚନା ମିଳିନି। ବିସିସିଆଇ ଏସିଆ କପ ଭଳି ହାଇବ୍ରିଡ ମଡେଲ ଆପଣାଇବାକୁ କହିପାରେ। ଏପରି ହେଲେ ଭାରତ ତା’ର ମ୍ୟାଚ୍‌ ଗୁଡ଼ିକ ପାକିସ୍ତାନ ବଦଳରେ ଆଉ କେଉଁଠି ଖେଳିବ। ଏସବୁ ଚୂଡ଼ାନ୍ତ ହୋଇ ନଥିବା ବେଳେ ପିସିବି ପକ୍ଷରୁ ଲାହୋରରେ ଭାରତ-ପାକିସ୍ତାନ ମୁକାବିଲା ମାର୍ଚ୍ଚ ୧ରେ ହେବ ବୋଲି କହିଛି। ଚାମ୍ପିୟନ୍ସ ଟ୍ରଫିରେ ମୋଟ୍ ୧୫ ମ୍ୟାଚ୍ ଖେଳାଯିବ। ଏହା ମଧ୍ୟରୁ ୭ଟି ମ୍ୟାଚ୍‌ ଲାହୋର, ୩ଟି କରାଚି ଓ ୫ଟି ରାୱଲପିଣ୍ଡିରେ ଆୟୋଜନ କରିବାକୁ ଯୋଜନା ରଖିଛି ପାକିସ୍ତାନ।

 

ଭାରତର ସମସ୍ତ ମ୍ୟାଚ୍‌ ସୁରକ୍ଷା କାରଣରୁ ଲାହୋରରେ ଆୟୋଜନ କରାଯିବ ବୋଲି  ଦର୍ଶାଇଛି ପିସିବି। ଭାରତ ଚାମ୍ପିୟନ୍ସ ଟ୍ରଫିର ଗ୍ରୁପ ଏ’ରେ ରହିଛି। ଏହି ଗ୍ରୁପରେ ଭାରତ ସହ ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜିଲ୍ୟାଣ୍ଡ ରହିଛନ୍ତି,ଗ୍ରୁପ ବି’ରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଆଫଗାନିସ୍ତାନ ପ୍ରମୁଖ ଦଳ ରହିଛନ୍ତି ।ଭାରତୀୟ ଖେଳାଳି ଯେଉଁଭଳି ଭାବେ ବ୍ୟାଟିଂ,ବୋଲିଂରେ ଜବରଦସ୍ତ ପ୍ରର୍ଦଶନ କରୁଛନ୍ତି ହିଟ୍ ମ୍ୟାନ୍ ରୋହିତଙ୍କ ନେତୃତ୍ବରେ ଭାରତ ଚାମ୍ପିୟନ୍ସ ଟ୍ରଫି ଜିତି ୨୦୧୭ ପ୍ରତିଶୋଧ ୨୫ ନେଉ ଭାରତ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରଶଂସକ।

Sponsored
Tension to PakistanRohit-Kohli | Argus News