ଟେଷ୍ଟ:ଅଶ୍ବିନଙ୍କୁ ହଟାଇ ବୁମରା ଏକନମ୍ବର
·1 year ago

ଅର୍ଗସ ବ୍ୟୁରୋ: ବାଂଲାଦେଶ ବିପକ୍ଷରେ ୨-୦ରେ ଟେଷ୍ଟ ସିରିଜ୍ ଜିତିଛି ଟିମ୍ ଇଣ୍ଡିଆ । ପ୍ରକାଶିତ ଆଇସିସି ଟେଷ୍ଟ୍ ମାନ୍ୟତାରେ ସଫଳ ଅଲରାଉଣ୍ଡର ସାଥୀ ଖେଳାଳି ରବିଚନ୍ଦ୍ରନ୍ ଅଶ୍ବିନ୍ଙ୍କୁ ହଟାଇ ଭାରତୀୟ ଦ୍ରୁତ ବୋଲର ଯଶ୍ପ୍ରୀତ ବୁମ୍ରା ୮୭୦ ପଏଣ୍ଟ ସହ ନଂ ୧ସ୍ଥାନକୁ ଫେରିଛନ୍ତି। ବାଂଲାଦେଶ ବିପକ୍ଷ କାନପୁର ଟେଷ୍ଟ୍ରେ ୩୦ ବର୍ଷୀୟ ବୁମ୍ରା ୬ ୱିକେଟ୍ ନେଇଥିଲେ। ଫଳରେ ଅଶ୍ବିନ୍ ୮୬୯ ପଏଣ୍ଟ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଉଭୟ ଖେଳାଳି ଦମଦାର ପ୍ରଦର୍ଶନ କରି ୧୧ଟି ଲେଖାଏଁ ୱିକେଟ୍ ହାସଲ କରିଛନ୍ତି । କାନପୁର ଐତିହାସିକ ମ୍ୟାଚରେ ବୁମରାହ ୬ଟି ୱିକେଟ ନେଇଥିବା ବେଳେ ଅଶ୍ୱୀନ ୫ଟି ସଫଳତା ପାଇଛନ୍ତି । ତେବେ ପ୍ରଥମ ଟେଷ୍ଟରେ ବିସ୍ଫୋରକ ଶତକ ସହ ଅଶ୍ବିନ ସିରିଜରେ ପ୍ଲେୟର ଅଫ ଦ ସିରିଜ ଭାବରେ ମଧ୍ୟ ବିବେଚିତ ହୋଇଛନ୍ତି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: