Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଟେଷ୍ଟରେ ଟି୨୦ର ଜଲୱା,ଟିମ୍ ଇଣ୍ଡିଆର ଐତିହାସିକ ବିଜୟ

Sangram Tripathy
Browse all articles by Sangram Tripathy
·1 year ago·1 min read
ଟେଷ୍ଟରେ ଟି୨୦ର ଜଲୱା,ଟିମ୍ ଇଣ୍ଡିଆର ଐତିହାସିକ ବିଜୟ

ଅର୍ଗସ ବ୍ୟୁରୋ:ଗର୍ଜିଲା ଜୈସ୍ୱାଲଙ୍କ ବ୍ୟାଟ୍ ଖେଳିଲେ ୫୧ ରନର  ଧୂଆଁଦାର ଅର୍ଦ୍ଧଶତକୀୟପାରି,ଅଶ୍ବିନ-ବୁମରାଙ୍କ ଘାଇଲା ବୋଲିରେଚିତପଟାଙ୍ଗ ମାରିଲେ ବାଂଲା ବ୍ୟାଟର।କାନପୁର ଟେଷ୍ଟରେ ଭାରତକୁ ବିରାଟ ବିଜୟ ଭେଟିଦେଇଛନ୍ତି ବିରାଟ-ଜୈସ୍ୱାଲ। ବିରାଟ କୋହଲିଙ୍କ ଅପରାଜିତ ୨୯,ଜୈସ୍ୱାଲଙ୍କ ୫୧ ରନ୍ ବଳରେବାଂଲାଦେଶର ୯୫ ରନ୍ ଟାର୍ଗେଟକୁ ୩ ୱିକେଟରେ ହାସଲ କରିନେଇଛି ରୋହିତ ବାହିନୀ, ଏହି ମ୍ୟାଚକୁ ୭ ୱିକେଟରେଜିତିଛି ଦଳ,୧୭ ଓଭର ଦୁଇଟି ବଲରେ ଲକ୍ଷ୍ୟ ହାସଲ କରିଛି। ଫଳରେ ଏହି ମ୍ୟାଚ୍ ସହ ସିରିଜକୁ ୨-୦ରେ କ୍ଲିନ୍ ସୁଇପ୍ କରିନେଇଛି ଟିମ୍ ଇଣ୍ଡିଆ।

ବାଂଲାଦେଶ ଦୁଇଟି ଇନିଂସରେ ୨୩୩ ଏବଂ ୧୪୬ ରନ୍ କରି ଥିବାବେଳେ ଭାରତ ପ୍ରଥମ ଇନିଂସରେ ୨୮୫ ରନ୍ କରିଥିଲା ଯଶସ୍ୱୀ ୭୨,ରାହୁଲ ୬୮ ରନର ପାରି ଖେଳିଥିଲେ।ଏବଂ ଦ୍ୱିତୀୟ ଇନିଂସରେ ବିରାଟ ୨୯,ଜୈସ୍ୱାଲଙ୍କ ୫୧ ଟାର୍ଗେଟ ପୂରା କରିବା ସହ ମ୍ୟାଚ୍ ଜିତି ସିରିଜ୍ କବଜା କରିନେଇଛି ଭାରତ। ସିରିଜରେ ଜବରଜସ୍ତ ବ୍ୟାଟିଂ ବୋଲିଂ ଲାଗି ରବିଚନ୍ଦ୍ରନ ଅଶ୍ବିନ ସିରିଜର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିବାବେଳେ ଜୈସ୍ୱାଲମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ହାତେଇଛନ୍ତି,ସେ ପ୍ରଥମ ଏବଂ ଦ୍ବିତୀୟ ଇଂନିସରେ ଲଗାତର ଅର୍ଦ୍ଧଶତକ ମାରି ବାଂଲା ବୋଲରଙ୍କ ନିଦ ହଜାଇଦେଇଥିଲେ। ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲରେ ବର୍ତ୍ତମାନ ଟିମ୍ ଇଣ୍ଡିଆ ପ୍ରଥମ ସ୍ଥାନରେ ରହିଥିବାବେଳେ ଅଷ୍ଟ୍ରେଲିଆ ଦ୍ବିତୀୟ ସ୍ଥାନରେ ରହିଛି,କାନପୁର ଟେଷ୍ଟ ପରେ ଭରାତ ୨୦୨୩-୨୫ ଡବ୍ଲ୍ୟୁଟିସି ସିଜିନରେ ମାତ୍ର ୮ଟି ମ୍ୟାଚ ଖେଳିବ । ସେଥିରେ ଭାରତ ଦୁଇ ଶକ୍ତିଶାଳୀ ଟିମ୍ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ।ଫାଇନାଲରେ ସ୍ଥାନ ପକ୍କା କରିବାକୁ ହେଲେ ଭାରତକୁ ସେଥିମଧ୍ୟରୁ ୫ଟି ମ୍ୟାଚରେ ଜିତିଲେ ଡବ୍ଲ୍ୟୁଟିସି ଫାଇନାଲ ଖେଳିବ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Test T20 Jalwa, Team India's historic victory | Argus News