Videos
|
Sports

ପ୍ୟାରିସ ଅଲମ୍ପିକ୍ସ ଭାଗନେବେ ୧୧୭ଜଣିଆ ଭାରତୀୟ ଦଳ

Sangram Tripathy
Browse all articles by Sangram Tripathy
·2 years ago·1 min read
ପ୍ୟାରିସ ଅଲମ୍ପିକ୍ସ ଭାଗନେବେ ୧୧୭ଜଣିଆ ଭାରତୀୟ ଦଳ

ଅଗର୍ସ ବ୍ୟୁରୋ:୨୬ ରୁ ପ୍ୟାରିସରେ ଆରମ୍ଭ ହେବାକୁ ଯାଉଛି ୩୩ତମ ଅଲମ୍ପିକ୍ସ ମହାଲଢେଇ। ଅଲିମ୍ପିକ୍ସରେ ୧୧୭ ଜଣିଆ ଭାରତୀୟ ଦଳ ଭାଗନେବେ। ଦଳ ସହ କିନ୍ତୁ ପ୍ରଶିକ୍ଷକ, ସପୋର୍ଟ ଷ୍ଟାଫ୍ ଓ କ୍ରୀଡ଼ା ବିଜ୍ଞାନ ବିଶେଷଜ୍ଞଙ୍କୁ ମିଶାଇ ୧୪୦ଜଣ ସାଧାରଣ ଅଧିକାରୀ ସେଠାକୁ ଯାତ୍ରା କରିବେ। ଭିନ୍ନ ଭିନ୍ନ ଖେଳରେ ଭାରତର ପ୍ରତିନିଧିତ୍ୱ କରି ଦେଶମାତୃକାର ନାଁକୁ ସାରା ବିଶ୍ୱରେ ଝଲସାଇବେ ।

 

ଏହାପୂର୍ବରୁ ୨୦୨୦ ମସିହାରେ ଟୋକିଓ ଅଲମ୍ପିକ୍ସରେ ଭାରତ ଭାଗ ନେଇ ଐତିହାସିକ ବିଜୟ ରଚିବା ସହ  ମୋଟ ୭ଟି ମେଡାଲ ଜିତିଥିଲା । ଏଥର ଭାରତୀୟ ଆଥଲେଟ ଏହି ରେକର୍ଡକୁ ଭାଙ୍ଗିବା ସହ ପଦକ ସଂଖ୍ୟା ମଧ୍ୟ ବୃଦ୍ଧି ହେବ। ବୁଧବାର କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ସମସ୍ତଙ୍କ ନାଁକୁ ସ୍ବୀକୃତି ଦେଇଥିଲା ବେଳେ ଶେଷ ମୁହୂର୍ତ୍ତରେ ମହିଳା ସଟ୍‌ପୁଟର୍‌ ଆଭା ଖଟୁଆଙ୍କୁ ଭାରତୀୟ ଦଳରୁ ବାଦ୍ ଦିଆଯାଇଛି। ତାଙ୍କୁ କାହିଁକି ଓ କେଉଁ ପରିସ୍ଥିତିରେ ପୂର୍ବ ଘୋଷିତ ଦଳରୁ ବାଦ୍ ଦିଆଯାଇଛି, ତାର ବିବରଣୀ କିନ୍ତୁ ଭାରତୀୟ ଅଲିମ୍ପିକ୍ସ ସଂଘ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ କିମ୍ବା କ୍ରୀଡ଼ା ମନ୍ତ୍ରାଳୟ, କେହି ଦେଇ ନାହାନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଟୋକିଓ ଅଲିମ୍ପିକ୍ସରେ ୬୮ଜଣ ପୁରୁଷ ଓ ୫୪ଜଣ ମହିଳା ଖେଳାଳିଙ୍କ ସହ ମୋଟ ୧୧୯ ଭାରତୀୟ ଖେଳାଳି ଅଂଶଗ୍ରହଣ କରିଥିଲେ। ପ୍ୟାରିସ୍ ଅଲିମ୍ପିକ୍ସ ୧୧୭ଜଣିଆ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି। ଦୌଡ଼କୁଦରେ ସର୍ବାଧିକ ୨୯ଜଣ ଖେଳାଳି ଭାଗ ନେଇଛନ୍ତି


 

Paris Olympics | Argus News