Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଟି-୨୦ ବିଶ୍ୱକପ ପାଇଁ ଖୁବଶୀଘ୍ର ହୋଇପାରେ ଭାରତୀୟ ଦଳ ଘୋଷଣା

Sports

ଟି-୨୦ ବିଶ୍ୱକପ ପାଇଁ ଖୁବଶୀଘ୍ର ହୋଇପାରେ ଭାରତୀୟ ଦଳ ଘୋଷଣା

Ritu Das
Browse all articles by Ritu Das
·2 years ago·1 min read
ଟି-୨୦ ବିଶ୍ୱକପ ପାଇଁ ଖୁବଶୀଘ୍ର ହୋଇପାରେ ଭାରତୀୟ ଦଳ ଘୋଷଣା

ଅର୍ଗସ ବ୍ୟୁରୋ: ଟି-୨୦ ବିଶ୍ୱକପ ପାଇଁ ଆଉ ମାସଟିଏ ସମୟ ବାକି ଅଛି । ଆସନ୍ତା ଜୁନ୍ ୨ରୁ ଜୁନ୍ ୨୯ ଯାଏଁ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ ଟି-୨୦ ବିଶ୍ୱକପ । ତେବେ ଏହାପୂର୍ବରୁ ଭାରତୀୟ ଟିମ୍ ଚୟନ ନେଇ ପ୍ରକ୍ରିୟା ଆରମ୍ଭ କରିଛି ବିସିସିଆଇ । ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏହାମଧ୍ୟରେ ଦିଲ୍ଲୀରେ ପହଞ୍ଚିଛନ୍ତି । ଦିଲ୍ଲୀ ଓ ମୁମ୍ବାଇ ମ୍ୟାଚରେ ଅଜିତ ଅଗରକରଙ୍କୁ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା । ମ୍ୟାଚ୍ ପରେ ଅଧିନାୟକ ରୋହିତଙ୍କ ସହ ଅଗରକର ସମ୍ଭାବ୍ୟ ଟିମ୍ ନେଇ ଅନୌପଚାରିକ ଆଲୋଚନା କରିପାରନ୍ତି । କାରଣ ମେ’ ୧ ସୁଦ୍ଧା ବିସିସିଆଇକୁ ୧୫ ଜଣିଆ ଟିମ୍ ଘୋଷଣା କରିବାକୁ ପଡିବ ।

ଯେହେତୁ ଆଇପିଏଲ ଚାଲିଛି, ତେଣୁ ପ୍ରତି ଖେଳାଳୀଙ୍କ ପ୍ରଦର୍ଶନ ଉପରେ ନଜର ରଖିଛନ୍ତି ଚୟନକର୍ତ୍ତା । ତେବେ ୧୫ ଜଣିଆ ଟିମ୍ ଘୋଷଣା ପୂର୍ବରୁ ରୋହିତଙ୍କ ସହ ଆଲୋଚନା କରି ସମସ୍ତ ଖେଳାଳୀଙ୍କ ପ୍ରଦର୍ଶନ ବାବଦରେ ଜାଣିବାକୁ ଚାହିଁପାରନ୍ତି ଚୟନକର୍ତ୍ତା । ଖାସକରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସ୍ଥାନ ମିଳିବ କି ନାହିଁ ସେନେଇ ଆଲୋଚନା ହୋଇପାରେ । କାରଣ ହାର୍ଦ୍ଦିକ ଏବେ ଭଲ ଫର୍ମରେ ନଥିବା ବେଳେ ରିଙ୍କୁ ସିଂ ଓ ଶିବମ ଦୁବେ ଦମଦାର ଫର୍ମରେ ରହିଛନ୍ତି । ତେଣୁ କାହାକୁ ୧୫ ଜଣିଆ ଟିମରେ ସ୍ଥାନ ମିଳିବ ତାହା ସବୁଠୁ ବଡ ପ୍ରଶ୍ନ ।

ସେହିଭଳି ୱିକେଟ କିପର ଭାବେ ରେସରେ ଋଷଭ ପନ୍ତ, କେ.ଏଲ ରାହୁଲ ଓ ସଞ୍ଜୁ ସାମସନ ରହିଛନ୍ତି । ତେଣୁ ଏମାନଙ୍କ ମଧ୍ୟରୁ କାହାକୁ ଟିମରେ ସ୍ଥାନ ମିଳିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । କାରଣ ୩ ଖେଳାଳୀ ଚଳିତ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଛନ୍ତି । କିନ୍ତୁ ବୋଲର ଚୟନକୁ ନେଇ ଚିନ୍ତାରେ ପଡିପାରନ୍ତି ଚୟନକର୍ତ୍ତା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
The announcement of the Indian | Argus News