Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ମନ୍ଦିର ଯାଉଥିବା ବେଳେ କାର ଦୁର୍ଘଟଣାର ଶିକାର ହେଲେ କ୍ରିକେଟର

Sports

ମନ୍ଦିର ଯାଉଥିବା ବେଳେ କାର ଦୁର୍ଘଟଣାର ଶିକାର ହେଲେ କ୍ରିକେଟର

Ritu Das
Browse all articles by Ritu Das
·2 years ago·1 min read
ମନ୍ଦିର ଯାଉଥିବା ବେଳେ କାର ଦୁର୍ଘଟଣାର ଶିକାର ହେଲେ କ୍ରିକେଟର

ଅର୍ଗସ ବ୍ୟୁରୋ: ଶ୍ରୀଲଙ୍କା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଲାହିରୁ ଥିରିମାଣେ ମାର୍ଚ୍ଚ ୧୪ ତାରିଖରେ ଏକ ଭୟଙ୍କର କାର ଦୁର୍ଘଟଣାର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଥିରିମାଣେ ପରିବାର ସହିତ ମନ୍ଦିରକୁ ଯାଉଥିବା ବେଳେ ହଠାତ ସାମ୍ନା ପାର୍ଶ୍ବରୁ ଆସୁଥିବା ଏକ ଟ୍ରକ ସହ ତାଙ୍କ କାର ଧକ୍କା ହୋଇଥିଲା। ଏହି ଧକ୍କ‌ାପରେ ସେହି ରାସ୍ତା ଦେଇଯାଉଥିବା ଲୋକେ ଦେବଦୂତ ସାଜି ଘଟଣାସ୍ଥଳରେ ପହଞ୍ଚି କାର ଭିତରୁ ଗୁରୁତର ଅବସ୍ଥାରେ କ୍ରି‌କେଟର ଥିରିମାଣେ ଓ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଉଦ୍ଧାର କରି ପୋଲିସକୁ ଦୁର୍ଘଟଣା ବିଷୟରେ ଜଣାଇ ଦୁହିଁଙ୍କୁ ଚିକିତ୍ସା ପାଇଁ ଅନୁରାଧାପୁରା ଟିଚିଂ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଥିରିମାଣେ ଓ ତାଙ୍କ ସହିତ ଥିବା ପରିବାରର ଜଣେ ସଦସ୍ୟଙ୍କ ଚିକିତ୍ସା ଚାଲିଛି।  ଚିକିତ୍ସା ପରେ ଦୁହିଁଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।

ଥିରିମାଣେଙ୍କ ଖେଳ ବିଷୟରେ କହିବାକୁ ଗଲେ ବର୍ତ୍ତମାନ ଲିଜେଣ୍ଡ୍ସ କ୍ରିକେଟରେ ନ୍ୟୁୟର୍କ ଷ୍ଟ୍ରାଇକର୍ସ ପକ୍ଷରୁ ସେ ଖେଳୁଛନ୍ତି। ୨୦୧୦ରେ ଥିରିମାଣେ ଶ୍ରୀଲଙ୍କା ପାଇଁ ଡେବ୍ୟୁ କରିଥିଲେ। ୧୩ ବର୍ଷର କ୍ରିକେଟ କ୍ୟାରିୟର ମଧ୍ୟରେ ସେ ୪୪ଟି ଟେଷ୍ଟ, ୧୨୭ ଦିନିକିଆ ଓ ୨୬ଟି ଟି-୨୦ ଖେଳିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus Whatsapp Channel Mobile Top
Sponsored
Lahiru Thirimane, | Argus News