Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଟି-୨୦ ବିଶ୍ବକପ ପାଇଁ ଯାତ୍ରା କଲେ ଟିମ ଇଣ୍ଡିଆର ପ୍ରଥମ ବ୍ୟାଚ

Ritu Das
Browse all articles by Ritu Das
·2 years ago·1 min read
ଟି-୨୦ ବିଶ୍ବକପ ପାଇଁ ଯାତ୍ରା କଲେ ଟିମ ଇଣ୍ଡିଆର ପ୍ରଥମ ବ୍ୟାଚ

ଅର୍ଗସ ବ୍ୟୁରୋ: ଟିମ ଇଣ୍ଡିଆର ପ୍ରଥମ ମ୍ୟାଚ ଟି-୨୦ ବିଶ୍ବକପ ୨୦୨୪ ପାଇଁ ଯାତ୍ର କରିଛନ୍ତି। ଆଇପିଏଲ ୨୦୨୪ ମଧ୍ୟରେ ଟିମ ଇଣ୍ଡଆ ଟି-୨୦ ବିଶ୍ବକପ ପାଇଁ ଆମେରିକା ବାହାରିଛି। କିନ୍ତୁ ବିରାଟ କୋହଲି ଟିମ ଇଣ୍ଡିଆ ସହ ଯାଇ ନାହାନ୍ତି। 

 

ଆମେରିକା ଯାଉଥିବା ଭାରତୀୟ ଦଳର ଫଟୋ ଏବେ ସାମ୍ନାକୁ ଆସିଛି। ଦଳର ଅଧିନାୟକ ରୋହିତ ଶର୍ମାଙ୍କଠାରୁ ଆରମ୍ଭ କରି ବୋଲର ଯଶପ୍ରିତ ବୁମରାଙ୍କ ପର୍ଯ୍ୟନ୍ତ ଦଳର ଅନେକ ଖେଳାଳି ନଜର ଆସିଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଲରାଉଣ୍ଡର ଶିବମ ଦୁବେଙ୍କ ବ୍ୟତୀତ ଶୁଭମନ ଗିଲଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଗିଲ ଦଳର ମୁଖ୍ୟ ୧୫ର ଅଂଶ ନାହାନ୍ତି। ତାଙ୍କୁ ରିଜର୍ଭ ଖେଳାଳି ଭାବେ ଦଳରେ ସାମିଲ କରାଯାଇଛି। 

ସୂଚନା ଥାଉ ଟି-୨୦ ବିଶ୍ବକପ ଜୁନ ୧ରୁ ଆରମ୍ଭ ହେବ। କିନ୍ତୁ ଭାରତୀୟ ସମୟ ଅନୁଯାୟୀ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଜୁନ ୨ରେ ଖେଳାଯିବ। ଯାହା ଆମେରିକା ଏବଂ କାନାଡ଼ା ମଧ୍ୟରେ ଖେଳାଯିବ। 
ଟିମ ଇଣ୍ଡିଆ ବିଶ୍ବକପ ଅଭିଯାନ ୫ ଜାନୁୟାରୀ ବୁଧବାର ଠାରୁ ଆରମ୍ଭ କରିବ। ଗ୍ରୁପ-ଏ'ରେ ଥିବା ଭାରତୀୟ ଦଳର ପ୍ରଥମ ମୁକାବିଲା ଆର୍ୟଲାଣ୍ଡ ସହିତ ହେବ। ତେବେ ଟିମ ଇଣ୍ଡିଆ ରବିବାର ପାକିସ୍ତାନ ବିପକ୍ଷରେ ଦ୍ବିତୀୟ ମ୍ୟାଚ ଖେଳିବ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
The first batch of Team | Argus News