Videos
|
Sports

ଅବସର ପରେ ସାମ୍ନାକୁ ଆସିଲା ଷ୍ଟାର କପଲଙ୍କ ପ୍ରଥମ ଫଟୋ

Ritu Das
Browse all articles by Ritu Das
·1 year ago·1 min read
ଅବସର ପରେ ସାମ୍ନାକୁ ଆସିଲା ଷ୍ଟାର କପଲଙ୍କ ପ୍ରଥମ ଫଟୋ

ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ସୋମବାର ସକାଳୁ ଏୟାରପୋର୍ଟରେ ସ୍ପଟ ହୋଇଛନ୍ତି। ଏହି ସମୟରେ କପଲ ଖୁବ ସିମ୍ପଲ ଲୁକରେ ନଜର ଆସିଛନ୍ତି। ଦୁହିଁଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଇଣ୍ଡଷ୍ଟ୍ରୀର ସବୁଠୁ ପ୍ରିୟ କପଲଙ୍କ ମଧ୍ୟରୁ ଅନ୍ୟତମ। ଫ୍ୟାନ୍ସ ଏହି ଯୋଡ଼ିକୁ ଖୁବ ପସନ୍ଦ କରନ୍ତି। ଏହାରି ମଧ୍ୟରେ ବିରାଟ କୋହଲି ଇନଷ୍ଟାଗ୍ରାମରେ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି। ଏହାପରେ ବିରାଟ ଏବଂ ଅନୁଷ୍କା ଶର୍ମାଙ୍କୁ ଏୟାରପୋର୍ଟରେ ସ୍ପଟ କରାଯାଇଛି। ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି। ଏଥିସହ ସେ ସଙ୍ଗେ ସଙ୍ଗେ ସ୍ତ୍ରୀ ସହ ବିଦେଶ ଗମନ କରିଛନ୍ତି। ଏୟାରପୋର୍ଟରେ ବିରାଟ ଏବଂ ଅନୁଷ୍କା ଖୁବ ସିରିୟସ ନଜର ଆସିଛନ୍ତି।


ଏହି ସମୟରେ ବିରାଟ କୋହଲି ଫ୍ୟାନ୍ସଙ୍କୁ ସ୍ମାଇଲ ଦେଲେ, ହେଲେ ଅନୁଷ୍କା ଖୁବ ସିରିୟସ ଲାଗୁଥିଲେ। ବିରାଟ କୋହଲି ଏହି ସମୟରେ ଅଲ ହ୍ୱାଇଟ ଲୁକରେ ନଜର ଆସିଛନ୍ତି। ଏହି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
the-first-photo-of-the-star-couple-after-their-breakup-has-surfaced | Argus News