Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଗର୍ଜିଲା କଙ୍ଗାରୁ ଦଳ, ନ୍ୟୁଜିଲାଣ୍ଡ ଆମ କାମକୁ କରିଦେଲା ସହଜ 

Sangram Tripathy
Browse all articles by Sangram Tripathy
·1 year ago·2 min read
ଗର୍ଜିଲା କଙ୍ଗାରୁ ଦଳ, ନ୍ୟୁଜିଲାଣ୍ଡ ଆମ କାମକୁ କରିଦେଲା ସହଜ 

ଅର୍ଗସ ବ୍ୟୁରୋ:ବର୍ଡର-ଗାଭାସ୍କର ଟ୍ରଫିକୁ ଆଉ ଦିନ କେଇଟା ଥିବାବେଳେ ଏବେଠୁ ଗର୍ଜିଲାଣି ଅଷ୍ଟ୍ରେଲିଆ ଦଳ,ନିକଟରେ ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ଭାରତକୁ ନିଜ ଘରେ ୩-୦ରେ ପରାସ୍ତ କଲା ପରେ କଙ୍ଗାରୁ ଦଳ କହିଲାଣି ନ୍ୟୁଜିଲାଣ୍ଡ ଆମ କାମକୁ ସହଜ କରିଦେଲା,ଅନ୍ୟପଟେ ଭାରତ କିନ୍ତୁ ଚାପରେ ରହିଛ,ଅଧିନାୟକ ରୋହିତ ଶର୍ମା,ରନ୍ ମେସିନ ବିରାଟ କୋହଲି ବାରମ୍ବାର ଫେଲ୍ ମାରିବା ଟିମ୍ ଇଣ୍ଡିଆ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଭାରତରେ ଭାରତକୁ ନ୍ୟୁଜିଲାଣ୍ଡ ସିରିଜ୍ ମୂଳପୋଛ କରିବା ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଟିମ୍ ଇଣ୍ଡିଆ ଖେଳିବ କି ନାହିଁ ଏବେଠୁ ପ୍ରଶ୍ନବାସୀ ସୃଷ୍ଟି ହେଲାଣି। ନିଜ ମାଟିରେ କଙ୍ଗାରୁମାନଙ୍କୁ ପରାସ୍ତ କରିବା ଭାରତ ପାଇଁ ସହଜ ହେବ ନାହିଁ। ଟିମ୍ ଇଣ୍ଡିଆର ଅଷ୍ଟ୍ରେଲିଆ ସହ ଟକ୍କର ଜୋରଦାର ହେବ।

ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳ ୫ଟି ଟେଷ୍ଟ ମ୍ୟାଚ୍ ର ସିରିଜ୍ ଖେଳିବ। ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ପ୍ରଥମ ମ୍ୟାଚ୍ ନଭେମ୍ବର ୨୨ରୁ ଆରମ୍ଭ ହେବ। ବର୍ତ୍ତମାନ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ ୫ରୁ ୪ ମ୍ୟାଚ୍ ଜିତିବାକୁ ପଡିବ ନଚେତ ଭାରତର WTC ଫାଇନାଲ୍ ଗଣିତ ବିଗିଡି ପାରେ। ଟିମ୍ ଇଣ୍ଡିଆ WTCପଏଣ୍ଟ  ଟେବୁଲର ନ୍ୟୁଜିଲାଣ୍ଡ ଠାରୁ ସିରିଜ୍ ହାରିବା ପରେ ପ୍ରଥମରୁ ଦ୍ବିତୀୟକୁ ଖସି ଆସିଛି ଅଷ୍ଟ୍ରେଲିଆ ଦଳ ପ୍ରଥମ ସ୍ଥାନରେ ରହିଛି। ଅନ୍ୟପଟେ ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆର ଆଡାମ ଗିଲକ୍ରିଷ୍ଟ ଓ ଡେଭିଡ ୱାର୍ଣ୍ଣର ଦେଇଛନ୍ତି ବଡ ବୟାନ। ନ୍ୟୁଜିଲାଣ୍ଡ ଠାରୁ ଘରୋଇ ମାଟିରେ ଶୋଚନୀୟ ପରାଜୟ ଭାରତୀୟ ଖେଳାଳିଙ୍କ ମାନସିକତାକୁ ଆଘାତ ଦେଇଛି ବୋଲି ଅଷ୍ଟ୍ରେଲିଆର ଆଡାମ ଗିଲକ୍ରିଷ୍ଟ ଓ ଡେଭିଡ୍ ୱାର୍ଣ୍ଣର ଅନୁଭବ କରିଛନ୍ତି। ଏଥିସହ ପର୍ଥରେ ଆରମ୍ଭ ହେବାକୁ ଥିବା ୫ ଟିକିଆ ବର୍ଡର-ଗାଭାସ୍କର ଟ୍ରଫିରେ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳକୁ ସହଜରେ ପରାସ୍ତ କରିବା କଥା ଭାବିବା ଠିକ୍ ହେବ ନାହିଁ ବୋଲି ଏହି ଦୁଇ ଭେଟେରାନ୍କଙ୍ଗାରୁ ଦଳକୁ ସୂଚାଇ ଦେଇଛନ୍ତି। ଏଥିସହ ଡେଭିଡ୍ ଓ୍ଵାର୍ଣ୍ଣର ଆହୁରୀ ମଧ୍ୟ କହିଛନ୍ତି ଭାରତୀୟ ଦଳରେ ପରାଜୟକୁ ଅତିକ୍ରମ କରିବାର ସାମର୍ଥ୍ୟ ଅଛି। ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳା ପରାଜୟ ନିଶ୍ଚୟ ଭାରତୀୟ କ୍ରିକେଟରଙ୍କ ମନରେ ରହିଥିବ,ଏହାର ଫାଇଦା ଅଷ୍ଟ୍ରେଲିଆକୁ ମିଳିପାରେ । ଫ୍ୟାନ୍ ମାନେ ଆଶା ରଖିଛନ୍ତି ଭାରତ ପୁଣି ବିଜୟ ଧାରାକୁ ଫେରୁ ବୋଲି।ତେବେ ଦେଖିବାକୁ ବାକି ରହିଲା ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ସେନା କିଭଳି ପ୍ରର୍ଦଶନ କରୁଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Gorilla Kangaroo team, New Zealand made our job easy | Argus News