ଭାରତ-ଇଂଲଣ୍ଡ ମହିଳା ଟେଷ୍ଟ ମ୍ୟାଚ୍,ପ୍ରଥମଥର ଖେଳାଯିବ ଲର୍ଡସରେ
·1 year ago

ଅର୍ଗସ ବ୍ୟୁରୋ:ଲର୍ଡସରେ ପ୍ରଥମଥର ଖେଳାଯିବ ମହିଳା ଟେଷ୍ଟ ମ୍ୟାଚ୍,ଐତିହାସିକ ମ୍ୟାଚ୍ରେ ଭାରତ-ଇଂଲଣ୍ଡ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ । ୨୦୨୬ରେ ଏଠାରେ ପ୍ରଥମ ଥର ମହିଳା ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେବ। ଦୁଇ ଦେଶ ମଧ୍ୟରେ ଏକମାତ୍ର ମହିଳା ଟେଷ୍ଟ ୨୦୨୬ରେ ଲର୍ଡସରେ ଖେଳାଯିବ ବୋଲି ଇସିବି ପକ୍ଷରୁ କରାଯାଇଛି ଘୋଷଣା । ୨୦୨୬ ଲର୍ଡସ ଟେଷ୍ଟ ପୂର୍ବରୁ ଭାରତୀୟ ମହିଳା ଦଳ ସୀମିତ ଓଭର ସିରିଜ ଖେଳିବାକୁ ୨୦୨୫ରେ ଇଂଲଣ୍ଡ ଗସ୍ତ କରିବ।
ଜୁନ ୨୮ରୁ ନଟ୍ଟିଂହାମରେ ଭାରତ ଓ ଇଂଲଣ୍ଡ ମହିଳା ଦଳ ମଧ୍ୟରେ ୫ ଟିକିଆ ଟି-୨୦ ସିରିଜ ଆରମ୍ଭ ହେବ। ଜୁଲାଇ ୧୬ରୁ ଜୁଲାଇ ୨୨ ମଧ୍ୟରେ ଦୁଇ ଦଳ ପରସ୍ପର ସହ ୩ଟି ଦିନିକିଆ ମ୍ୟାଚ୍ ମଧ୍ୟ ଖେଳିବେ। ୨୦୨୩ ଡିସେମ୍ବରେ ଭାରତ ଓ ଇଂଲଣ୍ତ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳା ଯାଇଥିଲା। ଭାରତ ୩୪୭ ରନରେ ଇଂଲଣ୍ଡକୁ ହରାଇଥିଲା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: