Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ନ୍ୟୁଜିଲାଣ୍ଡ ସିରିଜ୍ ଭିତରେ ବାପା ହେଲେ ଏହି ଭାରତୀୟ ଖେଳାଳି 

Sangram Tripathy
Browse all articles by Sangram Tripathy
·1 year ago·1 min read
ନ୍ୟୁଜିଲାଣ୍ଡ ସିରିଜ୍ ଭିତରେ ବାପା ହେଲେ ଏହି ଭାରତୀୟ ଖେଳାଳି 

ଅର୍ଗସ ବ୍ୟୁରୋ:ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି ଟେଷ୍ଟ ଶୃଙ୍ଖଳା,ଆଉ ଏହାରି ମଧ୍ୟରେ ଭାରତୀୟ ଟେଷ୍ଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସରଫରାଜ ଖାନ୍ ମିଳିଛି ଖୁସି ଖବର। ଟେଷ୍ଟ ସିରିଜ୍ ମଧ୍ୟରେ ବାପା ହୋଇଛନ୍ତି ଟିମ୍ ଇଣ୍ଡିଆର ଏହି ଷ୍ଚାର ଖେଳାଳି। ଅକ୍ଟୋବର ୨୨ ଅର୍ଥାତ ଆଜି ତାଙ୍କ ଜନ୍ମଦିନ ହୋଇଥିବାବେଳେ ଅକ୍ଟୋବର ୨୧ରେ ତାଙ୍କ ପତ୍ନୀ ରୋମାନା ଜହୁର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏବେ ତାଙ୍କ ଖୁସି ଡବଲ ହୋଇଛି,ଜନ୍ମ ଦିନରେ ଛୁଟିଛି ଶୁଭେଛାର ସୁଅ।  ଏନେଇ ସେ ତାଙ୍କ କୁନି ପୁଅ ଏବଂ ପିତାଙ୍କ ସହ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ସରଫରାଜ ଲେଖିଛନ୍ତି ITS A BOY।

୨୦୨୩ ଅଗଷ୍ଟ ୬ରେ ସେ ରୋମାନା ଜହୁରଙ୍କୁ ବିବାହ କରିଥିଲେ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ପ୍ରଥମ ଟେଷ୍ଟରେ ସରଫରାଜ୍ ୧୫୦ ରନର ଜବରଦସ୍ତପାରି ଖେଳି ବୋଲରଙ୍କ ନିଦନିଦହଜାଇଦେଇଥିଲେ,ଖାନ୍ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୪ଟି ଟେଷ୍ଟ ମ୍ୟାଚ୍ ଏବଂ ୫୨ ଫାଷ୍ଟ କ୍ଲାସ୍ ମ୍ୟାଚ୍ ଖେଳିଛନ୍ତି । ସରଫରାଜ୍‌ ଖାନ୍‌ ୧୫ ଫେବୃଆରୀ ୨୦୨୪ରେ ଇଂଲଣ୍ଡ ବିପକ୍ଷରେ ଆନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ କରିଥଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ସରଫରାଜଙ୍କ ସର୍ବାଧିକ ସ୍କୋର ଅପରାଜିତ ୩୦୧ ରନ୍ । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମୋଟ୍ ୩ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ ଏହାରି ମଧ୍ୟରେ ଗୋଟିଏ ଶେଷ ହୋଇଥିବାବେଳେ ଭାରତ ପରାସ୍ତ ହୋଇଛି,ଦ୍ହିତୀୟ ଟେଷ୍ଟ୨୪ ଅକ୍ଟୋବରରୁ ଖେଳାଯିବ,ଏହି ମ୍ୟାଚ୍ ଜିତି ସିରିଜକୁ ଫେରିବାକୁ ଯୋଜନା କରୁଛି ରୋହିତ ସେନା ଏବଂ ସରଫରାଜଙ୍କ ଉପରେ ମଧ୍ୟ ସଭିଙ୍କ ନଜର ରହିଛି ଏହି ମ୍ୟାଚ୍ ସେ ଶତକୀୟ ପାରି ଖେଳନ୍ତୁ ବୋଲି ସଭିଏଁ ଆଶା ରଖିଛନ୍ତି।ସରଫରାଜ ଖାନ୍ ବାପା ହୋଇଥିବାରୁ ଫ୍ୟାନ୍ ସୋସିଆଲ ମିଡିଆରେ ଲେଖିଛନ୍ତି ଇଣ୍ଡିଆକୁ ମିଳିଗଲେ ଜୁନିୟର ସରଫରାଜ୍ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Indian player became a father during the New Zealand series | Argus News