ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ ଇଣ୍ଡିଆ ଟିମ ବାଛିଲା ନୂଆ ମୁହଁ

ଅର୍ଗସ ବ୍ୟୁରୋ: ଜାନୁଆରୀ ୨୫ ରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଭାରତ ଦଳ ଘୋଷଣା କରିଛି । ଶାର୍ଦୁଲ, ଶାମି, ଇଶାନଙ୍କୁ ଦଳ ବାହାରେ ରଖିଥିବା ବେଳେ । ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିବା ଧ୍ରୁବ ଜୁରେଲଙ୍କ ଉପରେ ଦଳ ଦେଖାଇଛି ଭରସା। ସେ ଇଣ୍ଡିଆନ ପ୍ରିମିୟର ଲିଗରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳନ୍ତି। କିନ୍ତୁ କିଏ ଏହି ଧ୍ରୁବ ଆପଣ ତାଙ୍କ ପର୍ସନାଲ ଲାଇଫ ବିଷୟରେ କଣ ଜାଣିଛନ୍ତି?
୨୨ ବର୍ଷିୟ ଏହି ଖେଳାଳି ଜଣଙ୍କ, ରଣଜିରେ ଉତ୍ତରପ୍ରଦେଶ ପାଇଁ ଖେଳିଛନ୍ତି। ଧ୍ରୁବ ୨୦୦୧ ମସିହା ଜାନୁୟାରୀ ୨୧ରେ ଉତ୍ତରପ୍ରଦେଶ ରାଜ୍ୟର ଆଗ୍ରାରେ ଜନ୍ମଗ୍ରହଣ କରିଥିଲେ। ୨୦୨୦ ବିଶ୍ବକପର ଅଣ୍ଡର ୧୯ରେ ସେ ଉପକ୍ୟାପଟେନର ଦାୟିତ୍ବ ତୁଲାଇଥିଲେ। ଧ୍ରୁବଙ୍କର ଆର୍ଥିକ ସ୍ଥିତି ସେତେ ଭଲ ନ ଥିଲା। ମ୍ୟାଚ ଖେଳିବାକୁ ତାଙ୍କୁ ଏକ ବ୍ୟାଟ ଦରକାର ଥିଲା ଯାହାର ଦାମ ଥିଲା ୧୪୦୦ ଟଙ୍କା। ଆଉ ଏହି ବ୍ୟାଟ କିଣିବାକୁ ଘରେ ଜିଦି କରି ବସିଥିଲେ ଆଉ କହିଥିଲେ ବ୍ୟାଟ ନ ଦେଲେ ଘର ଛାଡ଼ି ପଳେଇବି। ଆଉ ଏହି କଥାରେ ତାଙ୍କ ମା' ଭାବୁକ ହୋଇ ନିଜ ସୁନା ଚେନ ବିକ୍ରି କରି ବ୍ୟାଟ ଆଣିଥିଲେ।
📱 Get Argus News App
✨ବିସିସିଆଇ ଶୁକ୍ରବାର ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଦୁଇଟି ମ୍ୟାଚ ପାଇଁ ଖେଳାଳି ଚୟନ କରିଛି। ଏହି ଚୟନ ପ୍ରକ୍ରିୟାରେ ଅନେକ ବଡ ଖେଳାଳିଙ୍କ ନାମ ନ ଥିବାବେଳେ ଧ୍ରୁବ ଜୁରେଲଙ୍କ ନାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଘରୋଇ କ୍ରିକେଟରେ ଧ୍ରୁବ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଦଳରେ ସ୍ଥାନ ମିଳିଛି । ଫାଷ୍ଟକ୍ଲାସ କ୍ୟାରିୟରରେ ଧ୍ରୁବ ୧୯ ପାଳିରେ ୭୯୦ ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ଏବଂ ୫ଟି ଅର୍ଦ୍ଧଶତକ ରହିଛି ।
ଧ୍ରୁବଙ୍କ ପିତା ନିମ୍ ସିଂ ଜୁରେଲ ସେନାରେ କାର୍ଯ୍ୟ କରିଛନ୍ତି। ସେ କାର୍ଗିଲ ଯୁଦ୍ଧରେ ମଧ୍ୟ ଲଢିଛନ୍ତି। ତାଙ୍କ ପିତା ଚାହୁଁଥିଲେ ଯେ ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ଯୋଗ ଦେଇ ଦେଶର ସେବା କରନ୍ତୁ। କିନ୍ତୁ ଧ୍ରୁବ କ୍ରିକେଟକୁ ହିଁ ବାଛିଥିଲେ। । ନିମ ସିଂ କହିଛନ୍ତି ଯେ ଏହା ଏକ ଅଲଗା କ୍ଷେତ୍ର। ଆଉ ଏଥିରେ ରହି ମଧ୍ୟ ଦେଶ ସେବା କରିହେବ। ଧ୍ରୁବ ଏକ ଇଣ୍ଟରଭ୍ୟୁରେ କହିଥିଲେ ମୋ ବାପା ମୋତେ ପ୍ରଥମେ ସପୋର୍ଟ କରୁ ନ ଥିଲେ କିନ୍ତୁ ଏବେ ସେ ହିଁ ମୋ ସପୋର୍ଟ ସିଷ୍ଟମ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର