ଅଣ୍ଡର-୧୯ ବିଶ୍ବକପ ଫାଇନାଲରେ ରବିବାର ଅଷ୍ଟ୍ରେଲିଆକୁ ଭେଟିବ ଇଣ୍ଡିଆ ଟିମ
·2 years ago

ଅର୍ଗସ ବ୍ୟୁରୋ: ଅଣ୍ଡର-୧୯ ବିଶ୍ବକପ ୨୦୨୪ ସିଜନର ଫାଇନାଲରେ ଏଣ୍ଟ୍ରି କରିସାରିଛି। ଏହି ଟୁର୍ଣ୍ଣାମେଣ୍ଟ ବର୍ତ୍ତମାନ ସାଉଥଆଫ୍ରିକାରେ ଖେଳାଚାଲିଛି। ଫାଇନାଲରେ ମୁହଁମୁହିଁ ହେବେ ଭାରତ ଅଷ୍ଟ୍ରେଲିଆ। ଏହି ଜବରଦସ୍ତ ମ୍ୟାଚ ରବିବାର ଖେଳାଯିବ। ଆଉ ସମସ୍ତଙ୍କ ନଜର ଏହି ମ୍ୟାଚ ଉପରେ। କାରଣ ଭାରତ ଏବଂ ଅଷ୍ଟ୍ରେଲିଆ ଦିନିକିଆ ମ୍ୟାଚରେ ଭାରତକୁ ୬ ଓ୍ବିକେଟରେ ପରାସ୍ତ କରିଥିଲା। ଆଉ ଏହାର ପ୍ରତିଶୋଧ ନେବାର ପୁରାପରି ସୁଯୋଗ ରହିଛି ୧୯ବର୍ଷରୁ କମ ଭାରତୀୟ ଟିମ ପାଖରେ।
ଭାରତୀୟ ଟିମ ସେମିଫାଇନାଲ ମୁକାବିଲାରେ ସାଉଥଆଫ୍ରିକାକୁ ୨ଓ୍ବିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି। ସେହିପରି ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଟିମ ପାକିସ୍ତାନକୁ ହରାଇ ଫାଇନାଲରେ ଏଣ୍ଟ୍ରି କରିଛି। ରବିବାର ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ କଡା ଟକ୍କର ହେବ। ତେବେ ଏହି ମ୍ୟାଚ ଅତ୍ୟନ୍ତ ମଜାଦାର ହେବ ବୋଲି ସବୁଠି ଚର୍ଚ୍ଚା।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: