Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଟେଷ୍ଟ କ୍ରିକେଟରେ ଭାରତୀୟ ମହିଳା ଟିମ୍ କଲା ସବୁଠାରୁ ଅଧିକ ସ୍କୋର

Sports

ଟେଷ୍ଟ କ୍ରିକେଟରେ ଭାରତୀୟ ମହିଳା ଟିମ୍ କଲା ସବୁଠାରୁ ଅଧିକ ସ୍କୋର

Ritu Das
Browse all articles by Ritu Das
·1 year ago·1 min read
ଟେଷ୍ଟ କ୍ରିକେଟରେ ଭାରତୀୟ ମହିଳା ଟିମ୍ କଲା ସବୁଠାରୁ ଅଧିକ ସ୍କୋର

ଅର୍ଗସ ବ୍ୟୁରୋ: ଗୋଟିଏ ପଟେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି ୨୦ ବିଶ୍ୱକପର ଫାଇନାଲ ଖେଳାଯିବ । ହେଲେ ତା ପୂର୍ବରୁ ଭାରତୀୟ କ୍ରିକେଟ ପ୍ରଶଂସକମାନଙ୍କୁ ଖୁସି କରିଦେଇଛନ୍ତି ଭାରତୀୟ ମହିଳା କ୍ରିକେଟ ଟିମ୍ । ଟେଷ୍ଟ କ୍ରିକେଟରେ ଶନିବାର ଦିନ ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳୁଥିବା ଭାରତୀୟ ମହିଳା ଟିମ୍ ସବୁଠାରୁ ବଡ ସ୍କୋର କରିବାରେ ସମର୍ଥ ହୋଇଛନ୍ତି । ଚେନ୍ନାଇ ଠାରେ ଖେଳାଯାଉଥିବା ଏକମାତ୍ର ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଭାରତୀୟ ମହିଳା ଟିମ୍ ୬୦୩ ରନ କରି ପାଳି ଘୋଷଣା କରିଛି । ଏହି ସ୍କୋର ପୂର୍ବରୁ ସର୍ବାଧିକ ସ୍କୋର ତାଲିକାରେ ଅଷ୍ଟ୍ରେଲିଆ ମହିଳା ଟିମର ନାମ ଥିଲା । ଏବେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଏହି ରେକର୍ଡକୁ ଭାଙ୍ଗିଦେଇଛି ।

ମହିଳା ଟେଷ୍ଟ କ୍ରିକେଟରେ ଏପର୍ଯ୍ୟନ୍ତ ସର୍ବାଧିକ ସ୍କୋର ଅଷ୍ଟ୍ରେଲିଆ ଟିମ୍ ନାମରେ ରହିଥିଲା । ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକା ବିରୋଧରେ ୫୭୫ ରନ କରିଥିଲା । ଭାରତୀୟ ମହିଳା ଟିମ୍ ଏହି ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ୫୨୫ ରନ ସ୍କୋର କରିଥିଲା । ହେଲେ ଆଜି ଦଳୀୟ ସ୍କୋର ୬୦୩ ରେ ପହଞ୍ଚିବା ପରେ ଭାରତୀୟ ଟିମ୍ ପାଳି ଘୋଷଣା କରିଛି ।

ଏହି ଟେଷ୍ଟ ମ୍ୟାଚରେ ଶେଫାଳୀ ବର୍ମା ୨୦୫, ସ୍ମୃତି ମନ୍ଧନା ୧୪୯ ରନ୍ କରି ଭାରତୀୟ ଟିମକୁ ଏକ ମଜବୁତ ସ୍କୋରରେ ପହଞ୍ଚାଇଛନ୍ତି । ଉଭୟ ୨୯୨ ରନର ପାଳି ଖେଳି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ମହିଳା କ୍ରିକେଟରେ ଏହା ମଧ୍ୟ ସବୁଠାରୁ ବଡ ଭାଗିଦାରୀ ବୋଲି କୁହାଯାଉଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Sponsored
The Indian women's | Argus News