Videos
|
Sports

ଭାରତରେ କ୍ରିକେଟ୍ ପ୍ରେମ ସତରେ ନିଆରା

Sangram Tripathy
Browse all articles by Sangram Tripathy
·2 years ago·2 min read
ଭାରତରେ କ୍ରିକେଟ୍ ପ୍ରେମ ସତରେ ନିଆରା

ଅର୍ଗସ ବ୍ୟୁରୋ:ମୋ ଭାରତ,ଏଠି ଭିନ୍ନ ପରିଭାଷା ତଥାପି ସଭିଙ୍କ ମନରେ  ଭରିଦିଏ ଏକତା,ସଭିଙ୍କୁ ଶିଖାଇ ଦିଏ ଭଲପାଇବା । କ୍ରିକେଟ ପାଗଳ ଦେଶ ଇଏ। ବିଶ୍ବ କ୍ରିକେଟରେ ଅଧିକ କେଜ୍ର ଦେଖିବାକୁ ମିଳେ ଭାରତରେ,କ୍ରିକେଟକୁ ପ୍ରେମ ସତରେ ଭାରତରେ ନିଆରା। ଯେଉଁଠି ଟ୍ରଫିକୁ ଆମେ ମାନନ୍ତି ଭଗବାନ ବୋଲି,ଭାରତୀୟ ଖେଳାଳି ମାନେ ନିଜଠୁ ଅଧିକ ଭଲପାଆନ୍ତି ଭଗବାନ ଦେଇଥିବା ସନ୍ତକକୁ। ତାକୁ ଜାବୁଡିକୁ ଧରନ୍ତି,ଗେଲ ବି କରନ୍ତି, ଟ୍ରଫି ହାତରେ ଥିଲେ ଲାଗେ ଦୁନିଆର ସବୁ  କିଛି ଅଛି ଆମ ଖେଳାଳିଙ୍କ ହାତ ପାହାନ୍ତାରେ ସେଇଥି ପାଇଁ ତ,ଏତେ ଖୁସି,ଆନନ୍ଦର ଲୁହ।୧୭ ବର୍ଷ ପରେ ଆମେ ପୁଣି ଥରେ ଟି-୨୦ ରେ ବିଶ୍ବକପ ତୋଳିଧରିଛନ୍ତି । ଟିକିଏ ପଛକୁ ଫେରିବାକୁ ଚାହିଁବି । 


୨୦୨୩ ନଭେମ୍ବର ଦିନିକିଆ ବିଶ୍ବକପ୍ ଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରିଥିଲା। ବିରାଟ,ରୋହିତଙ୍କ ସମେତ କୋଟି କୋଟି ଭାରତୀୟଙ୍କ  ଆଖିରେ ଲୁହ ମାନୁଥିଲା ବୋଲ,ହେଲେ ସର୍ବାଧିକ ଥର ଆଇସିସି ଟ୍ରଫି ଜିତିଥିବା କଙ୍ଗାରୁ ଦଳ,ମଦ ନିଶାରେ ଚୁର ହୋଇଥିଲା,ହାତରେ ଥିଲା ବିଅର ବୋତଲ,ଟ୍ରଫି ଉପରେ ଗୋଡ ରଖିଥିଲେ ଅଷ୍ଟ୍ରେଲିଆ ଖେଳାଳି । ସେ ଚମ୍ପିୟାନ ହୋଇ ମଦ ନିଶାରେ ଝୁମୁଥିଲେ,ଆଇସିସି ଟ୍ରଫି ଉପରେ ପାଦ ରଖି ମଜା ଉଡାଉଥିଲ। ସେମାନଙ୍କ ଗର୍ବ,ଅହଂଙ୍କାର ଏତେ ବଢିଯାଇଥିଲା ନିଶା ଛାଡିବା ପରେ ମଧ୍ୟ କ୍ଷମା ମାଗିନଥିଲେ କ୍ରିକେଟପ୍ରେମୀଙ୍କୁ। ସେଇ ଫଟୋକୁ ନେଇ ବେଶ ଚର୍ଚ୍ଚା  ହୋଇଥିଲା,କିନ୍ତୁ ଏହି ଟ୍ରଫି ଭାରତୀୟଙ୍କ ପାଇଁ ଥିଲା ଭଗବାନ, । କିନ୍ତୁ ଆମେ ଚମ୍ପିଆନ ହେବା ପରେ ଅଧିନାୟକ ରୋହିତ ଶର୍ମା ବିଜୟର ମାଟିକୁ ଖାଉଥିଲେ। ସେହି ଟ୍ରଫିକୁ ଆମେ ଛାତିରେ ଜାବୁଡୁ ଧରୁଛନ୍ତି, ମଥିରେ ଲଗାଉଛନ୍ତି । ସେଥିପାଇଁ ତ ଆମେ ଭାରତୀୟ,କିଛି ଦିନ ପରେ ଭାଙ୍ଗିଥିଲା କଙ୍ଗାରୁର ଗର୍ବ ଅହଂଙ୍କାର। ସମୟ ବଦଲିଗଲା  ୨୦୨୩ରୁ ୨୦୨୪ ଗୋଟିଏ ବର୍ଷ ବ୍ୟବଧାନରେ ଟି-୨୦ ବିଶ୍ବକପ୍ ,ସୁପର ୮ରେ ଭାରତ ଅଷ୍ଟ୍ରେଲିଆକୁ ହରାଇ ଦେଖାଇଥିଲା ବିଦାୟ ରାସ୍ତା ,ଆଫଗାନିସ୍ତାନ ମଧ୍ୟ କଙ୍ଗାରୁ ଦଳକୁ ହରାଇଥିଲା। ଭାରତ ପାଇଁ ଏ ଟ୍ରଫି କେତେ ଗୁରୁତ୍ବପୂର୍ଣ୍ଣ  ଫଟୋ ଦେଖି ଜାଣିପାରୁଥିବେ ନିଶ୍ଚୟ। ଜୟ ଶାହ ଘୋଷଣା କରିଥିଲେ ଅଧିନାୟକ ହୋଇ ଟ୍ରଫି ଜିତି ସମ୍ମାନ ରଖିଲେ ରୋହିତ। ଜୟ ଶାହା କହିଥିଲେ ବାର୍ବଡସ   ତ୍ରିରଙ୍ଗା ଉଡିବ ଉଡାଇଦେଲେ ରୋହିତ ସେନା। ଏ ଦୁଇଟି ଫଟୋକୁ ଦେଖନ୍ତୁ ଭଲଭାବେ।


୨୦୨୩ ମସିହାରେ ଅଷ୍ଟ୍ରେଲିଆ ଦିନିକିଆ ବିଶ୍ବକପ ଜିତିଥିଲା,ଟ୍ରଫି ଉପରେ ଗୋଡ ରଖି ଖେଳାଳି ନିଶାରେ ଝୁମୁଥିଲେ। ମାତ୍ର ଭାରତ ଟ୍ରଫି ଜିତିବା ପରେ ଅଧିନାୟକ ରୋହିତ ଶର୍ମା ମାଟି ଖାଇବା ସହ ଚୁମା ଦେଉଥିଲେ ବିଜୟର ମଇଦାନକୁ। ଟି-୨୦ରୁ  ସନ୍ନ୍ୟାସ ମଧ୍ୟ ଘୋଷଣା କରିଦେଲେ। ଏଇ ଫରକ ଭାରତୀୟ ଅଷ୍ଟ୍ରେଲିଆ ଖେଳାଳିଙ୍କ ମଧ୍ୟରେ,  ଭାରତୀୟଙ୍କ ପାଇଁ ଏ ଟ୍ରଫି ଏକ ଇମୋସନ,ଏହା ପାଇଁ ପ୍ରତି ଖେଳାଳିଙ୍କ ଆଖିରେ ଥିଲା ଖୁସିର ଲୁହ,ଟ୍ରଫି ଧରି ବୁଲୁଥିଲେ ରୋହିତ ସାଥି ଖେଳାଳି କହିବାପରେ ଦେଇଥିଲେ ଟ୍ରଫି । ଏହା ବିରାଟଙ୍କର ମଧ୍ୟ ଅବସ୍ଥା ଥିଲା ସମାନ,ଏ ଭଲପାଇବାଲ ପାଇଁ ତ ଭାରତ ଆଜି ବିଶ୍ବ ବିଜେତା,ଆମେ ସଚ୍ଚା ଭାରତୀୟ। ଏ ଟ୍ରଫି ପାଇଁ ଇମୋସିନ କେବଳ ଭାରତୀୟଙ୍କ ପାଖରେ ହିଁ ଦେଖିବାକୁ ମିଳେ,ସେଇଥିପାଇଁ ତ ଭାରତୀୟଙ୍କ କ୍ରିକେଟ୍ ପ୍ରେମ ସତରେ ନିଆରା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The love of cricket in India is truly unique | Argus News