Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଛୋଟ ପିଲାଙ୍କ ଦ୍ବାରା ନ୍ୟୁଜିଲାଣ୍ଡ ଦଳ ଘୋଷିତ

Sports

ଛୋଟ ପିଲାଙ୍କ ଦ୍ବାରା ନ୍ୟୁଜିଲାଣ୍ଡ ଦଳ ଘୋଷିତ

Ritu Das
Browse all articles by Ritu Das
·2 years ago·2 min read
ଛୋଟ ପିଲାଙ୍କ ଦ୍ବାରା ନ୍ୟୁଜିଲାଣ୍ଡ ଦଳ ଘୋଷିତ

ଅର୍ଗସ ବ୍ୟୁରୋ: ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ନ୍ୟୁଜିଲାଣ୍ଡ ଦଳ ସୋମବାର ଘୋଷିତ ହୋଇଛି। ଦଳ ଘୋଷଣା ସାଧାରଣତଃ ଚୟନକର୍ତ୍ତା କରିଥାନ୍ତି। କିନ୍ତୁ ଗତ ବର୍ଷଠୁ ଘୋଷଣାର ପରମ୍ପରା ବଦଳାଇଛି ନ୍ୟୁଜିଲାଣ୍ଡ। ବିଭିନ୍ନ ପ୍ରତିଯୋଗିତା ସହ ଗତ ଦିନିକିଆ ବିଶ୍ବକପ୍‌ ଲାଗି ଦଳୀୟ ଖେଳାଳିଙ୍କ ପରିବାର ସଦସ୍ୟ ଦଳ ଘୋଷଣା କରିଥିଲେ। ଏହି ପରମ୍ପରାକୁ ଟିକେ ଆଗକୁ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ପ୍ରଥମ ଥର ଦେଶର ଦୁଇଜଣ ଛୋଟ ପିଲା ମାଟିଲଦା ଓ ଅଙ୍ଗୁଜଙ୍କୁ ଦଳ ଘୋଷଣାର ସୁଯୋଗ ଦେଇଛି। ଏହି ଦୁଇ ବାଳକ ‌ଷ୍ଟେଜ୍‌କୁ ଆସି ସମ୍ମାନଜନକ ଆଇସିସି ପ୍ରତିଯୋଗିତା ଲାଗି ୧୫ ଜଣିଆ ଦଳ‌ ଘୋଷଣା କରିଥିଲେ। 

ଏହାର ଭିଡିଓ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛି। ଦଳର ନେତୃତ୍ବଭାର କେନ୍‌ ୱିଲିୟମସନ୍‌ଙ୍କୁ ମିଳିଥିଲା ବେଳେ ୨୦୨୩ ଦିନିକିଆ ବିଶ୍ବକପ୍‌ ହିରୋ ରାଚିନ ରବୀନ୍ଦ୍ର ନିଜ ସ୍ଥାନ ବଜାୟ ରଖିଛନ୍ତି। ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରୁଥିବା ‌ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଦଳକୁ ଫେରିଛନ୍ତି। ସୋମବାର ଦଳ ଘୋଷଣା ସହ ବିଶ୍ବକପ୍‌ ଜର୍ସି ମଧ୍ୟ ଉନ୍ମୋଚିତ ହୋଇଛି। 

ଏହି ଜର୍ସି ୧୯୯୦ ମସିହା କିଟ୍‌ ସହ ସମାନ ରହିଛି। ଉନ୍ମୋଚିତ ହେଲା ପରେ ମାର୍କ ଚାପମାନ, ଜେମ୍ସ ନୀସମ, ଈଶ ସୋଢ଼ୀ ଓ ଟିମ୍‌ ସାଉଦି ନୂଆ ଜର୍ସି ପିନ୍ଧି ଫଟୋ ଉଠାଇଥିଲେ। ଆଗାମୀ ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ ଗ୍ରୁପ୍‌-ସି’ରେ ଆୟୋଜକ ୱେଷ୍ଟ୍‌ଇଣ୍ଡିଜ୍‌, ଆଫ୍‌ଗାନିସ୍ତାନ, ପପୁଆ ନ୍ୟୁ ଗିନି ଓ ଉଗାଣ୍ଡା ସହ ରହିଛି। ଜୁନ୍‌ ୭ରେ ଆଫ୍‌ଗାନିସ୍ତାନ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନ୍ୟୁଜିଲାଣ୍ଡ ଦଳ: କେନ୍‌ ୱିଲିୟମସନ୍‌ (ଅଧିନାୟକ), ଫିନ୍‌ ଅଲିନ, ଟ୍ରେଣ୍ଟ ବୋଲ୍ଟ, ମାଇକେଲ ବ୍ରେସୱେଲ, ମାର୍କ ଚାପମାନ, ଡେଭନ୍‌ କନ୍‌ୱେ, ଲୁକି ଫର୍ଗୁସନ, ମାଟ୍‌ ହେନ୍‌ରି, ଡାରିଲ ମିଚେଲ୍‌, ଜିମି ନୀସମ, ଗ୍ଲେନ୍‌ ଫିଲିପ୍ସ, ରାଚିନ ରବୀନ୍ଦ୍ର, ମିଚେଲ୍‌ ସାଣ୍ଟନର୍‌, ଈଶ୍‌ ସୋଢ଼ୀ, ଟିମ୍‌ ସାଉଦି। ବେନ୍‌ ସିଅର୍ସ (ରିଜର୍ଭ)।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Painting
Sponsored
The New Zealand | Argus News