ଭାରତକୁ ଅଲମ୍ପିକ୍ସ ପଦକ ଭେଟିଦେଲେ,ଦେଶଦେଲା ବଡ଼ ପୁରସ୍କାର

ଅର୍ଗସ ବ୍ୟୁରୋ: ହକି ମଇଦାନକୁ ଫେରୁଛନ୍ତି ଟିମ୍ ଇଣ୍ଡିଆର ଭେଟରାନ ଗୋଲ୍ କିପର ଶ୍ରୀଜେଶ,ପୁଣି ହେବ ଧମାଲ୍। ଆରମ୍ଭ କରିବେ ଦ୍ୱିତୀୟ ଇନିଂସ,ବିପକ୍ଷ ଦଳର ଉଡାଇବେ ହୋସ୍,ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ନିଶ୍ଚୟ,ପ୍ୟାରିସ ଅଲମ୍ପିକ୍ସରେ ଭାରତକୁ ହକିରେ ବ୍ରୋଞ୍ଜ ପଦକ ଭେଟିଦେବାରେ ମହାନାୟକ ସାଜିଥିବା ହକିର ଦି ଗ୍ରେଟ୍ ୱାଲ୍
ଶ୍ରୀଜେଶ,ହକିରୁ ଅବସର ଘୋଷଣା କରିଥିବାବେଳେ ସେ କେମିତି ଫେରିବେ ମଇଦାନକୁ,ହକିରେ ଭାରତକୁ ବ୍ରୋଞ୍ଜ ପଦକ ଭେଟିଦେଇଥିବାବେଳେ ,ହକିରୁ ଅବସର ଘୋଷଣା କରୁକରୁ ଦେଶ ମଧ୍ୟ ତାଙ୍କୁ ଦେଇଛି ବଡ଼ ପୁରସ୍କାର। ଦୀର୍ଘ ୧୮ ବର୍ଷ ହକି ପାଇଁ ନିଜକୁ ଉତ୍ସଗିକୃତ କରିଥିଲେ ଏହି ହକି ଖେଳାଳି ଜଣଙ୍କ।
୩୬ ବର୍ଷୀୟ ଶ୍ରୀଜେଶଙ୍କୁ ହକି ଇଣ୍ଡିଆ ୨୧ ବର୍ଷରୁ କମ୍ ଭାରତୀୟ ହକି ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତି କରାଯିବ ବୋଲି ଘୋଷଣା କରିଛନ୍ତି ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀ। ଯାହାକୁ ନେଇ ହକିପ୍ରେମୀ ଖୁସିବ୍ୟକ୍ତ କରିଛନ୍ତି। କାରଣ ପ୍ୟାରିସ ଅଲମ୍ପିକ୍ସରେ ସ୍ପେନକୁ ୨-୧ ଗୋଲରେ ହରାଇ ବ୍ରୋଞ୍ଜ ପଦକ ହାତେଇଛି ଭାରତୀୟ ହକି ଦଳ । ବିଜୟର ମହାନାୟକ ସାଜି ଭାରତକୁ ବିଜୟ ଭେଟିଦେଇ କାନ୍ଦି କାନ୍ଦି ବିଦାୟ ନେଇଛନ୍ତିଭାରତୀୟ ଟିମର ଦ ୱାଲ ଭାବେ ପରିଚିତ ଗୋଲକିପର ଶ୍ରୀଜେଶ। ଏଥିସହ ସେ ପଡ଼ିଆରେ ନିଜ ଗୋଲକିପିଂ ଗ୍ଲୋବ୍ସକୁ ରଖି ଦଣ୍ଡବତ ମଧ୍ୟ ହୋଇଥିଲେ।ଅଧିନାୟକ ହରମନପ୍ରୀତ ତାଙ୍କୁ କାନ୍ଧରେ ବସାଇ ଷ୍ଟାଡିୟମ ସାରା ବୁଲାଇଥିଲେ।
ଗୋଲ୍ ପୋଷ୍ଟରେ ଦମଦାର ପ୍ରଦର୍ଶନ ଯୋଗୁଁ ଟିମ ଇଣ୍ଡିଆର ଦିୱାଲ୍ ପାଲଟି ଯାଇଥିଲେ ଶ୍ରୀଜେଶ । କିନ୍ତୁ ପ୍ୟାରିସ ଅଲିମ୍ପିକ୍ସ-୨୦୨୪ ରେ ଭାରତୀୟ ଦଳର ଅଭିଯାନ ସହ ଶ୍ରୀଜେଶଙ୍କ କ୍ୟାରିୟର ମଧ୍ୟ ଶେଷ ହୋଇଛି । ବ୍ରୋଞ୍ଜ ପଦକ ମୁକାବିଲାରେ ଶ୍ରୀଜେଶ ୬ରୁ ୫ଟି ପେନାଲ୍ଟି କର୍ଣ୍ଣର ବଞ୍ଚାଇଥିଲେ । ମୋ ପ୍ରତି ଦେଶବାସୀଙ୍କ ବିଶ୍ୱାସ ଥିଲା, ତାହା କିପରି ଭାଙ୍ଗିବାକୁ ଦେଇଥାନ୍ତି ବୋଲି କହିଛନ୍ତି ଏହି ମହାନ ଖେଳାଳିଜଣଙ୍କ । ୨୦୦୬ରେ ଭାରତୀୟ ସିନିୟର ଟିମ୍ ପାଇଁ ଡେବ୍ୟୁ କରିଥିଲେ ଶ୍ରୀଜେଶ। ୨୦୧୧ରେ ସେ ଟିମ୍ ର ପ୍ରମୁଖ ଅଙ୍ଗ ପାଲଟିଯାଇଥିଲେ । ୨୦୧୪ ଏସିଆନ ଗେମ୍ସରେ ପାକିସ୍ତାନ ବିପକ୍ଷରେ ୨ଟି ପେନାଲ୍ଟି ଷ୍ଟ୍ରୋକ ବଞ୍ଚାଇ, ପାଲଟିଯାଇଥିଲେ ହକି ଦୁନିଆର ହିରୋ। ଆଉ ତାପରେ ପଛକୁ ଫେରିଚାହିଁ ନାହାନ୍ତି ଶ୍ରୀଜେଶ ।
ଶ୍ରୀଜେଶଙ୍କର ଏହି ହକି ଯାତ୍ରା ଜିଭି ରାଜା ସ୍ପୋର୍ଟସ ସ୍କୁଲରୁ ଆରମ୍ଭ ହୋଇଥିଲା। ସେ ଲେଖିଥିଲେ, ମୋର ଏବେ ବି ମନେଅଛି ମୋ ବାପା ଗାଈ ବିକ୍ରି କରି ମୋର ପ୍ରଥମ କିଟ୍ କିଣିଥିଲେ। ତାଙ୍କର ଏହି ତ୍ୟାଗ ମୋ ମନ ଭିତରେ ନିଆଁ ଲଗାଇ ଦେଇଥିଲା, ଯାହା ମୋତେ କଠିନ ପରିଶ୍ରମ କରିବାକୁ ଓ ବଡ଼ ସ୍ୱପ୍ନ ଦେଖିବାକୁ ପ୍ରେରଣାଦେଇଥିଲା, ଆଉ ସେବେଠୁ ମୁଁ ପଛକୁ ଫେରିଚାହିଁନି ହକି ଖେଳିଚାଲିଛି। ଭାରତ ପକ୍ଷରୁ ୩୩୫ଟି ମ୍ୟାଚ୍ ଖେଳିଛନ୍ତି। ଏହାପୂର୍ବରୁ ୨୦୦୪ରେ ଜାତୀୟ ଜୁନିୟର ଟିମ୍ରେ ସାମିଲ ହୋଇଥିଲେ।
📱 Get Argus News App
✨ପର୍ଥରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ଜାତୀୟ ଜୁନିୟର ଟିମ୍ ତରଫରୁ ଖେଳିଥିଲେ ପ୍ରଥମ ମ୍ୟାଚ୍। ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଟିମ୍ ବ୍ରୋଞ୍ଜ ପଦକ ଜିତିଥିବା ବିଜୟୀଦଳର ଶ୍ରୀଜେଶ ସଦସ୍ୟ ରହିଥିବାବେଳେ, ୨୦୨୪ ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ହକି ଟିମ୍ ବ୍ରୋଞ୍ଜ ବିଜୟୀ ଦଳର ସଦସ୍ୟ ମଧ୍ୟ ରହିଛନ୍ତି । ହକି ସୁପରଷ୍ଟାରଙ୍କର ଏ ସ୍ମରଣାୟ ବିଦାୟ ସଭିଏଁ ମନେ ରଖିଥିବାବେଳେ,କୋଚ ଭାବେ ସେ କେମିତି ମଇଦାନରେ ଆଗାମୀ ଦିନରେ ରଣନୀତି କରି ଭାରତକୁ ଜିତାଉଛନ୍ତି ତା ଉପରେ ସମସ୍ତଙ୍କ ନଜର