Videos
|
Sports

ବିସିସିଆଇକୁ ଏଭଳି କହି ସବୁ ସୀମା ଟପିଲେ ପାକିସ୍ତାନୀ କ୍ରିକେଟର

Ritu Das
Browse all articles by Ritu Das
·2 years ago·2 min read
ବିସିସିଆଇକୁ ଏଭଳି କହି ସବୁ ସୀମା ଟପିଲେ ପାକିସ୍ତାନୀ କ୍ରିକେଟର

ଅର୍ଗସ ବ୍ୟୁରୋ: ଆଇସିସିର ପ୍ରତ୍ୟେକ ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆର ଗୁରୁତ୍ବ ଅଧିକ ରହିଥାଏ। କାରଣଟି ହେଲା ଦଳର ପ୍ରଶଂସକ ଏବଂ ହେବାକୁ ଥିବା ରୋଜଗାର। ଟିମ ଇଣ୍ଡିଆ ଖେଳିଲେ ଆୟୋଜକ ଦେଶ ଭଲ ରୋଜଗାର କରିଥାଏ। ୨୦୨୫ରେ ଆଇସିସି ଚାମ୍ପିୟନ୍ସ ଟ୍ରଫି କରାଇବାକୁ ଯାଉଛି। ଯାହାକି ପାକିସ୍ତାନ ଆୟୋଜନ କରିବ। ହେଲେ ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତା କାରଣରୁ ଭାରତୀୟ ଟିମ ପାକିସ୍ତାନ ଯାଇ ନ ପାରେ ବୋଲି କୁହାଯାଉଛି। 

ଏପରିକି ଆଇସିସିକୁ ବିସିସିଆଇ ପକ୍ଷରୁ ହାଇବ୍ରିଡ ମଡେଲ ଦାବି କରାଯାଇଥିବା ରିପୋର୍ଟ ପ୍ରକାଶ ପାଉଛି। ଏହାକୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟରମାନେ ବୟାନବାଜି କରୁଛନ୍ତି। ଏହିକ୍ରମରେ ପାକିସ୍ତାନର ପୂର୍ବତନ କ୍ରିକେଟର ତନବୀର ଅହମ୍ମଦ ବଡ଼ ବୟାନ ଦେଇଛନ୍ତି ଯାହାକୁ ଶୁଣି ପ୍ରତ୍ୟେକ ଭାରତୀୟ ଫ୍ୟାନମାନେ ରାଗରେ ନିଆଁବାଣ ହେଉଛନ୍ତି। ସୋସିଆଲ ମିଡିଆରେ ସେ ବିସିସିଆଇକୁ ନେଇ ବିବାଦୀୟ ଶବ୍ଦ ବ୍ୟବହାର କରିଛନ୍ତି। ଭାରତୀୟ ଲୋକେ ପାକିସ୍ତାନ ଖେଳାଳିଙ୍କ ଉପରେ ରାଗିଯାଇ କହିଛନ୍ତି ପାକିସ୍ତାନ କେବେ ତାର ପ୍ରକୃତି ଛାଡ଼ିବନି। ଯାହା ହେଉ ଆମ ଟିମ ଖେଳିବାକୁ ଯାଉନି। ତୁମେ ଆମ ବିନା କିଛି ନୁହେଁ ବୋଲି କିଛି ଫ୍ୟାନ ରାଗିଯାଇ କହିଛନ୍ତି। 

ତନବୀର ପାକିସ୍ତାନ ନ ଯିବାକୁ ନେଇ ଭାରତ ଉପରେ ଖପ୍ପା ଅଛନ୍ତି। ସେ କହିଛନ୍ତି, ବିସିସିଆଇର ଲୋକମାନଙ୍କ ପାଇଁ ଚୁଡ଼ି ପଠାଇଛି, ଏହାକୁ ପିନ୍ଧ କାହିଁକି ନା ତୁମମାନଙ୍କ ହୃଦୟ ଛେଳି ପରି ଯିଏ ପାକିସ୍ତାନ ଆସିବାକୁ ଡରୁଛି। ହୃଦୟ ତ ପାକସ୍ତାନୀ ଟିମର ଯିଏ କି ସିଂହ ଭଳି ଭାରତ ଗଲା ଏବଂ ବିଶ୍ବକପ ଖେଳି ଆସିଲା। ତେବେ ତାଙ୍କର ଏହି ବୟାନ ଭାଇରାଲ ହେଉଛି। ତନବୀର ଆଉ ମଧ୍ୟ କହିଛନ୍ତି ବିସିସିଆଇ ହେଉଛି ସବୁଠୁ ବଡ଼ ଡ୍ରାମେବାଜ। ଆଉ ଭାରତୀୟ ଖେଳାଳି ହେଉଛନ୍ତି ବିସିସିଆଇର ଚାମଚା। ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ହେଉଛି ଦମ ଅଛି ତ ଆସିକି ଦେଖାଅ। 

ସେପଟେ ପୂର୍ବତନ ଭାରତୀୟ ଭେଟେରାନ ସ୍ପିନର ହରଭଜନ ସିଂ ପାକିସ୍ତାନର ଲାଇଭ୍ ସୋ’ରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ଭଜୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହରଭଜନ କହିଛନ୍ତି, “ଯଦି ଆମର ଖେଳାଳିମାନେ ପାକିସ୍ତାନରେ ସୁରକ୍ଷିତ ନୁହଁନ୍ତି, ତେବେ ଆମେ ଆମ ଦଳ ପଠାଇବୁ ନାହିଁ। ଯଦି ଆପଣ ଖେଳିବାକୁ ଚାହାଁନ୍ତି, ତେବେ ଖେଳନ୍ତୁ, ଯଦି ଆପଣ ଖେଳିବାକୁ ଚାହୁଁ ନାହାନ୍ତି, ତେବେ ଖେଳାନ୍ତୁ ନାହିଁ। ଭାରତୀୟ କ୍ରିକେଟ ପାକିସ୍ତାନ ବିନା ବି ବଞ୍ଚିପାରିବ। ଯଦି ଆପଣମାନେ ଭାରତୀୟ କ୍ରିକେଟ୍ ବିନା ବଞ୍ଚିପାରିବେ, ତେବେ ତାହା କରନ୍ତୁ।
ମିଡିଆ ରିପୋର୍ଟ ଅନୁଯାୟୀ, ଦୁବାଇ କିମ୍ବା ଶ୍ରୀଲଙ୍କାରେ ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆ ଏହାର ମ୍ୟାଚ୍ ଖେଳିପାରେ। ରିପୋର୍ଟ ଅନୁଯାୟୀ ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଗସ୍ତ କରିବ ନାହିଁ। ଦୁବାଇ କିମ୍ବା ଶ୍ରୀଲଙ୍କାରେ ସେମାନଙ୍କ ମ୍ୟାଚ୍ ଆୟୋଜନ କରିବାକୁ ବିସିସିଆଇ ଆଇସିସି ସହିତ କଥା ହେବ। ତେବେ ବିସିସିଆଇ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ଅଫିସିଆଲି ଷ୍ଟେଟମେଣ୍ଟ ଦେଇନାହିଁ। ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛି। ପିସିବିର କାର୍ଯ୍ୟସୂଚୀ ଅନୁଯାୟୀ, ଏହି ଟୁର୍ନାମେଣ୍ଟ ୧୯ ଫେବୃଆରୀରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ଦିନିକିଆ ଫର୍ମାଟରେ ଖେଳାଯିବ। 
ପିସିବି ଏହି ଟୁର୍ନାମେଣ୍ଟ ପାଇଁ ଏହାର ଡ୍ରାଫ୍ଟ ଉପସ୍ଥାପନ କରିସାରିଛି ଯେଉଁଥିରେ ଲାହୋରରେ ୭ଟି, ରାୱଲପିଣ୍ଡିରେ ୫ଟି ଏବଂ କରାଚିରେ ୩ଟି ମ୍ୟାଚ୍ ଧାର୍ଯ୍ୟ କରାଯାଇଥିଲା। ମାର୍ଚ୍ଚ ୧ ରେ ଲାହୋରରେ ପିସିବି ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ସ୍ଥିର କରିଛି। କିନ୍ତୁ ବିସିସିଆଇ ଏବଂ ଆଇସିସି ଭାରତ ମ୍ୟାଚ କେବେ ବି ପାକିସ୍ତାନରେ ରଖିବ ନାହିଁ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇସାରିଛି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

The Pakistani | Argus News