Videos
|
Sports

ଓ୍ବିମ୍ବଲଡନ୍‌ ଫାଇନାଲ ଦେଖିଲେ ରାଜକୁମାରୀ

Ritu Das
Browse all articles by Ritu Das
·2 years ago
ଓ୍ବିମ୍ବଲଡନ୍‌ ଫାଇନାଲ ଦେଖିଲେ ରାଜକୁମାରୀ

ଅର୍ଗସ ବ୍ୟୁରୋ: ବ୍ରିଟେନ ରାଜକୁମାରୀ କେଟ ମିଡିଲଟନ କ୍ୟାନସରରୁ ଆରୋଗ୍ୟ ହେଉଥିବାବେଳେ ରବିବାର ଲଣ୍ଡନରେ ଅନୁଷ୍ଠିତ ଓ୍ବିମ୍ବଲଡନ ପୁରୁଷ ଫାଇନାଲ ମ୍ୟାଚ ଦେଖିବାକୁ ଆସିଥିଲେ। ସେ ରୟାଲ ବକ୍ସରେ ଆସନ ଗ୍ରହଣ କଲାବେଳେ ଉତ୍ସାହିତ ଦର୍ଶକ ମାନଙ୍କୁ ହାତ ହଲାଇ ଅଭିନନ୍ଦନ ଜଣାଉଥିବା ଦେଖାଯାଇଥିଲା। 

ତାଙ୍କ ପାଖରେ ଅଭିନେତା ଟମ କ୍ରୁଜ, ଜେଣ୍ଡାୟା ଏବଂ ହଗ ଜାକମାନ ବସିଥିଲେ। ୪୨ ବର୍ଷୀୟା ପ୍ରିନ୍ସେସ ଅଫ ଓ୍ବେଲ୍ସଙ୍କ ସହ ତାଙ୍କର ୯ବର୍ଷର ଝିଅ ଚାର୍ଲୋଟେ ଥିଲେ। ମ୍ୟାଚ ପୂର୍ବରୁ ମିଡିଲଟନ ଖେଳାଳିଙ୍କ ସହ କଥା ହେଉଥିବା ଦେଖାଯାଇଥିଲା। ମେନ୍ସ ସିଙ୍ଗଲ ଫାଇନାଲରେ ସର୍ବିୟାର ନୋଭାକ ଜୋକୋଭିକ ଏବଂ ସ୍ପେନର କାର୍ଲୋସ ଅଲକାରାଜ ପରସ୍ପରକୁ ଭେଟିଥିଲେ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The princess | Argus News