Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଡିଲେଡରେ ଅଷ୍ଟ୍ରେଲିଆ ଓ ଟିମ୍ ଇଣ୍ଡିଆ ମଧ୍ୟରେ ହେବ ଟେଷ୍ଟ ମ୍ୟାଚ୍

Sports

ଆଡିଲେଡରେ ଅଷ୍ଟ୍ରେଲିଆ ଓ ଟିମ୍ ଇଣ୍ଡିଆ ମଧ୍ୟରେ ହେବ ଟେଷ୍ଟ ମ୍ୟାଚ୍

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଡିଲେଡରେ ଅଷ୍ଟ୍ରେଲିଆ ଓ ଟିମ୍ ଇଣ୍ଡିଆ ମଧ୍ୟରେ ହେବ ଟେଷ୍ଟ ମ୍ୟାଚ୍

ଅର୍ଗସ ବ୍ୟୁରୋ:  ଆସନ୍ତାକାଲିଠାରୁ ଆଡିଲେଡରେ ଅଷ୍ଟ୍ରେଲିଆ ଓ ଟିମ୍ ଇଣ୍ଡିଆ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବ । ଏହି ମ୍ୟାଚରେ ରୋହିତ ଶର୍ମା ଖେଳିବେ । ପୂର୍ବରୁ ଇନିଂସ ଓପନ କରୁଥିବା ରୋହିତ ଏବେ କେଉଁ ପୋଜିସନରେ ଖେଳିବେ ତାକୁ ନେଇ ଚାଲିଛି ଚର୍ଚ୍ଚା । ପ୍ରଥମ ଟେଷ୍ଟର ଓପନିଂ ଯୋଡି ଯଶସ୍ବୀ ଯଶଓ୍ବାଲ ଓ କେଏଲ ରାହୁଲଙ୍କ ଯୋଡିରେ କୌଣସି ପରିବର୍ତ୍ତନ ଚାହୁଁନାହାନ୍ତି ଟିମ୍ ମ୍ୟାନେଜମେଣ୍ଟ । ତେଣୁ ରୋହିତ ଶର୍ମା ପଞ୍ଚମ କିମ୍ବା ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବାକୁ ଆସିପାରନ୍ତି । ଏହି ମ୍ୟାଚ ଜିତି ବର୍ଡର ଗାଭାସ୍କର ସିରିଜରେ ଆଗୁଆ ରହିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।

କିନ୍ତୁ ଆଡିଲେଡ ଟେଷ୍ଟ ମ୍ୟାଚ ଦିବା-ରାତ୍ର ଖେଳାଯିବ । ଏହା ଉଭୟ ଟିମ୍ ପାଇଁ ଚ୍ୟାଲେଂଜ ସୃଷ୍ଟି କରିବ। ଟେଷ୍ଟ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ଶକ୍ତ ଧକ୍କା ଲାଗିଛି । ଫାଷ୍‌ଟ ବୋଲର ଜୋସ୍ ହାଜଲଉଡ୍ ଆଘାତ କାରଣରୁ ଖେଳିବେ ନାହିଁ । ପର୍ଥ ପିଚରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରି ବିଜୟୀ ହୋଇଥିଲା । ଯଶପ୍ରୀତ ବୁମ୍ରା ଅଷ୍ଟ୍ରେଲିଆର ବୋଲିଂ ଲାଇନକୁ ଧୂଳିସାତ କରି ଦେଇଥିଲେ। ଅନ୍ୟପକ୍ଷରେ ଯଶସ୍ବୀ ଯଶଓ୍ବାଲ ଓ ବିରାଟ କୋହଲିଙ୍କ ଶତକ ଟିମ୍ ଇଣ୍ଡିଆକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲା ।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The second Test between India and Australia will begin on December 6 | Argus News