ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ଶୁଭେଚ୍ଛା ଜଣାଇଲେ ଦକ୍ଷିଣଆଫ୍ରିକା କ୍ରିକେଟର

ଅର୍ଗସ ବ୍ୟୁରୋ: ଭାରତ ସମେତ ସମଗ୍ର ବିଶ୍ବର ଆଖି ୨୨ ଜାନୁୟାରୀ ମାନେ ଆଜିର ଦିନ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଅଯୋଧ୍ୟା ଉପରେ ରହିବ। ଜାନୁୟାରୀ ୨୨, ୨୦୨୪ରେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ଇତିହାସ ସୃଷ୍ଟି ହେବାକୁ ଯାଉଛି। ସୋମବାର ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଏହି ସମୟରେ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ମାନେ ଭାରତୀୟ ପ୍ରଶଂସକଙ୍କୁ ରାମ ମନ୍ଦିରରେ ଉଦଘାଟନ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସୂଚନା ଅନୁସାରେ କ୍ରିକେଟର କେଶବ ମହାରାଜଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ସେ ଅଭିନନ୍ଦନ ଜଣାଉଥିବା ଦେଖାଯାଉଛି।
କେଶବ କହିଛନ୍ତି, ସମସ୍ତଙ୍କୁ ନମସ୍କାର ଏବଂ ମୁଁ ରାମ ମନ୍ଦିରର ଉଦଘାଟନ ପାଇଁ ଆଫ୍ରକିାରେ ରହୁଥିବା ଭାରତୀୟ ସମ୍ପ୍ରଦାୟକୁ ଅଭିନନ୍ଦନ ଜଣାଉଛି। ଏହା ଆପଣଙ୍କ ଜୀବନରେ ଅନେକ ସୁଖ ଆଣିପାରେ। ଜୟ ଶ୍ରୀ ରାମ।
ସୂଚନା ଥାଉ କି,କେଶବ ମହାରାଜଙ୍କ ପୂର୍ବପୁରୁଷ ମାନେ ଭାରତର ବାସୀନ୍ଦା ଥିଲେ। ଉତ୍ତରପ୍ରଦେଶର ସୁଲତାନପୁର ସହିତ ତାଙ୍କର ଗଭୀର ସମ୍ପର୍କ ଥିଲା। ଏକ ଇଣ୍ଟରଭ୍ୟୁରେ କେଶବ ମହାରାଜଙ୍କ ପିତା ଏହା ପ୍ରକାଶ କରିଥିଲେ। କେଶବ ମହାରାଜ ବଜରଙ୍ଗବାଲି ଅର୍ଥାତ ହନୁମାନଙ୍କର ଜଣେ ଭକ୍ତ। ହନୁମାନଙ୍କ ଉପରେ ତାଙ୍କର ଅଦମ୍ୟ ବିଶ୍ବାସ ରହିଛି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର