Videos
|
Sports

କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌

Ritu Das
Browse all articles by Ritu Das
·1 year ago·2 min read
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌

ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବାର ମ୍ୟାଚ୍‌ର ଦ୍ୱିତୀୟ ଦିନରେ କିଓ୍ୱି ବୋଲରଙ୍କ ଆଗେ ଧରାଶାୟୀ ହୋଇଥିଲେ ଟିମ୍ ଇଣ୍ଡିଆ ବ୍ୟାଟର । ପ୍ରଥମ ଇଂନିସ ହାରିବା ପରେ ଦ୍ୱିତୀୟ ସିଜନକୁ କମ୍‌ବ୍ୟାକ୍ କରିବାକୁ ଚେଷ୍ଟ କରିଥିଲା ରୋହିତ ବ୍ରିଗେଡ । 

ଭାରତୀୟ ଦଳର ସବୁଠୁ ବଡ ଆଶା ଥିଲା ଷ୍ଟାର ବ୍ୟାଟ୍ସମ୍ୟାନ୍ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ରୋହିତ ଓ କ୍ୟାପଟେନ୍‌ଙ୍କ ଉପରେ । କିନ୍ତୁ ସେ କରିଥିଲେ ନିରାଶ । ମୈଦାନରେ ଚାଲିନଥିଲା ଏମାନଙ୍କ ଯାଦୁ । ୯ ବଲର ସମ୍ମୁଖୀନ ହୋଇ ବିରାଟ କୋହଲି ମାତ୍ର ଗୋଟିଏ ରନ୍ ସ୍କୋର କରିଥିଲେ । ଇନିଂସର ୨୪ ତମ ଓଭରରେ କିଙ୍ଗ କୋହଲିଙ୍କୁ ବାମହାତୀ ସ୍ପିନର ମିଚେଲ ସାଣ୍ଟନରଙ୍କ ସ୍ପିନର ଶିକାର ହୋଇଥିଲେ । କୋହଲି ମିଡିଲ ଷ୍ଟମ୍ପ ଆଡକୁ ଯିବାବେଳେ ଭୁଲ ଲାଇନରେ ଲୋୟର ଫୁଲ୍ ଟସ୍ ବଲ୍ ଖେଳିଥିଲେ । 

 କୋହଲି ଏସୀୟ ପିଚ୍‌ରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ୨୦୨୧ରେ ତାଙ୍କ ଟେଷ୍ଟ ରେକର୍ଡକୁ ଦେଖିଲେ, ସ୍ପିନ ବିପକ୍ଷରେ ତାଙ୍କ ରେକର୍ଡ ବହୁତ ଖରାପ ହୋଇଛି। କୋହଲି ୨୦୨୧ ପରଠାରୁ ଏସିଆରେ ସ୍ପିନ ବିପକ୍ଷରେ ୨୧ ଥର ଆଉଟ ହୋଇଛନ୍ତି। ଗତ କିଛି ବର୍ଷ ମଧ୍ୟରେ ସ୍ପିନ ବିପକ୍ଷରେ କୋହଲି ଏକ ନିରାଶାଜନକ ପ୍ରଦର୍ଶନ କରିଛନ୍ତି। ବେଙ୍ଗାଲୁରୁ ଟେଷ୍ଟରେ ମଧ୍ୟ କୋହଲି ସମାନ ଢଙ୍ଗରେ ଆଉଟ ହୋଇଥିଲେ। ସେ ବେଙ୍ଗାଲୁରୁ ଟେଷ୍ଟରେ ୭୦ ରନ ସ୍କୋରରେ ବ୍ୟାଟିଂ କରୁଥିଲେ। କିନ୍ତୁ ତା’ପରେ ନ୍ୟୁଜିଲାଣ୍ଡର ସ୍ପିନର ଗ୍ଲେନ ଫିଲିପ୍ସ ତାଙ୍କ ଉଇକେଟ୍‌ ନେଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କୋହଲିଙ୍କ ପାଇଁ ସବୁଠାରୁ ବଡ ସମସ୍ୟା ହେଉଛି left handed orthodox ସ୍ପିନ୍‌ ବୋଲର ମିଚେଲ ସାଣ୍ଟନରଙ୍କ ପରି ବୋଲରମାନେ ତାଙ୍କୁ ବହୁତ ଅସୁବିଧାରେ ପକାନ୍ତି। କୋହଲି ୨୦୨୧ ପରଠାରୁ ସ୍ପିନରଙ୍କ ବିପକ୍ଷରେ ୨୬ଟି ଇନିଂସରେ ୨୧ ଥର ଆଉଟ ହୋଇଛନ୍ତି। ଏହି ଅବଧି ମଧ୍ୟରେ, left handed orthodox ସ୍ପିନରମାନେ ତାଙ୍କୁ ୧୦ଥର ଆଉଟ୍‌ କରିଛନ୍ତି। ତାଙ୍କ ବିପକ୍ଷରେ କୋହଲିଙ୍କ ଷ୍ଟ୍ରାଇକରେଟ ହାରାହାରି ୨୭.୧୦% ରହିଛି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

The spinners | Argus News