Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଜୁନ ୧୯ରୁ ଆରମ୍ଭ ଟି-20 ବିଶ୍ୱକପର ସୁପର ୮ ଷ୍ଟେଜ୍

Sports

ଜୁନ ୧୯ରୁ ଆରମ୍ଭ ଟି-20 ବିଶ୍ୱକପର ସୁପର ୮ ଷ୍ଟେଜ୍

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଜୁନ ୧୯ରୁ ଆରମ୍ଭ ଟି-20 ବିଶ୍ୱକପର ସୁପର ୮ ଷ୍ଟେଜ୍

ଅର୍ଗସ ବ୍ୟୁରୋ: ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଚାଲିଥିବା ଟି-ଟ୍ବେଣ୍ଟି ବଶ୍ବକପର ସୁପର 8 ରାଉଣ୍ଡ ଲାଗି 8ଟି ଦଳ ଯୋଗ୍ୟତା ଅର୍ଜନ କରିଛନ୍ତି। ଗ୍ରୁପ ଏରୁ ଭାରତ ଓ ଆମେରିକା। ଗ୍ରୁପ୍ ବିରୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ। ଗ୍ରୁପ୍ ସିରୁ ଆଫଗାନିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ଏବଂ ଗ୍ରୁପ୍ ଡିରୁ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ସୁପର 8 ରାଉଣ୍ଡରେ ପ୍ରବେଶ କରିଛନ୍ତି। ସୁପର-8ରେ 12ଟି ମ୍ୟାଚ୍ 4ଟି ଷ୍ଟାଡିଅମରେ ଖେଳାଯିବ। ଟିମ୍ ଇଣ୍ଡିଆ ନିଜର 3ଟି ମ୍ୟାଚ୍ ଅଲଗା ଅଲଗା ଭେନ୍ୟୁରେ ଖେଳିବ।  

ସୁପର-8 ଷ୍ଟେଜ୍ ଜୁନ-19ରୁ ଆରମ୍ଭ ହେବ। 4ଟି ଲେଖାଏଁ ଟିମକୁ ନେଇ 2ଟି ଗ୍ରୁପ୍ କରାଯାଇଛି। ଭାରତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଓ ବାଂଲାଦେଶ ଗ୍ରୁପ୍ 1ରେ ଥିବା ବେଳେ ଗ୍ରୁପ୍ 2ରେ ଇଂଲଣ୍ଡ, ଓ୍ବେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା ଓ ଆମେରିକା ରହିଛନ୍ତି। ଏହି ରାଉଣ୍ଡର ସମସ୍ତ ମ୍ୟାଚ ଓ୍ବେଷ୍ଟଇଣ୍ଡିଜର 4ଟି ଗ୍ରାଉଣ୍ଡରେ ଖେଳାଯିବ। ଆଣ୍ଟିଗୁଆରେ 4ଟି, ସେଣ୍ଟ ଭିନସେଣ୍ଟରେ 2ଟି ଏବଂ ସେଣ୍ଟ ଲୁସିଆ ଏବଂ ବାର୍ବାଡୋସରେ 3ଟି ଲେଖାଏଁ ମ୍ୟାଚ୍ ଖେଳାଯିବ। 

ଜୁନ19ରେ ଆମେରିକା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହି ରାଉଣ୍ଡର ପ୍ରଥମ ମୁକାବିଲା ହେବ। ଭାରତ ଜୁନ 20ରେ ଆଫଗାନିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ। ଏହାପରେ ଜୁନ 22ରେ ଭାରତ ବାଂଲାଦେଶ ବିପକ୍ଷରେ ଦ୍ବିତୀୟ ମୁକାବିଲା ଖେଳିବ। ଶେଷରେ ଜୁନ 24ରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳିବା ଲାଗି ରୋହିତ ବାହିନୀ ପଡିଆକୁ ଓହ୍ଲାଇବେ। ସୁପର-8ରେ ପ୍ରତି ଗ୍ରୁପର ଦୁଇ ଶ୍ରେଷ୍ଠ ଟିମ ସେମି ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। ଜୁନ 26ରେ ପ୍ରଥମ ଏବଂ ଜୁନ 27ରେ ଦ୍ବିତୀୟ ସେମି ପାଇନାଲ ଖେଳାଯିବ। ଜୁନ 29ରେ ବାର୍ବାଡୋସରେ ପାଇନାଲ ମୁକାବିଲା ଅନୁଷ୍ଠିତ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଖେଳ ଖବର:

Argus Whatsapp Channel Mobile Top
Sponsored
The Super Eight stage commences in Antigua on Wednesday 19 J | Argus News