ଆସନ୍ତାକାଲି ଖେଳାଯିବ ଟି-୨୦ ବିଶ୍ବକପର ସେମିଫାଇନାଲ

ଅର୍ଗସ ବ୍ୟୁରୋ: ଗୁରୁବାର ଖେଳାଯିବ ଟି-୨୦ ବିଶ୍ୱକପର ସେମି ଫାଇନାଲ। ଭାରତୀୟ ସମୟ ଅନୁସାରେ ସକାଳ 6ଟାରେ ପ୍ରଥମ ସେମି ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଆଫଗାନିସ୍ତାନ। ଏବଂ ଭାରତୀୟ ସମୟ ରାତି 8ରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମି ଫାଇନାଲରେ ଇଂଲଣ୍ଡକୁ ଭେଟିବ ଟିମ ଇଣ୍ଡିଆ। ଟୁର୍ଣ୍ଣାମେଣ୍ଟ ପୂର୍ବରୁ ହିଁ ଭାରତ ଗାୟାନାରେ ସେମି ଫାଇନାଲ ଖେଳିବ ବୋଲି ସ୍ଥିର ହୋଇଥିଲା।
ଦୁଇଟି ଯାକ ଭେନ୍ୟୁର ପ୍ଲେଇଂ କଣ୍ଡିସନ ପୂରା ଭିନ୍ନ। ଭାରତ-ଇଂଲଣ୍ଡ ସେମି ଫାଇନାଲ ପାଇଁ କୌଣସି ପ୍ରକାରର ସଂରକ୍ଷିତ ଦିବସ ନାହିଁ। କାରଣ ସେମି ଓ ଫାଇନାଲ ମଧ୍ୟରେ କେବଳ ଗୋଟିଏ ଦିନର ଗ୍ୟାପ ରହୁଛି। ଗୁରୁବାର ସେମି ଫାଇନାଲ ଖେଳାଯିବାକୁ ଥିବା ବେଳେ ଶନିବାର ଫାଇନାଲ ଅନୁଷ୍ଠିତ ହେବ।
ତେବେ ଭାରତ ଓ ଇଂଲଣ୍ଡ ମ୍ୟାଚ ପାଇଁ ମୋଟ ୨୫୦ ମିନିଟ ବା ୪ ଘଣ୍ଟା ୧୦ ମିନିଟର ସମୟ ରଖାଯାଇଛି। ଏହାର ଅର୍ଥ ବର୍ଷା ବାଧକ ହେଲେ ମଧ୍ୟ ମ୍ୟାଚ୍ ସେହି ଦିନ ସାରିବାକୁ ଯୋଜନା ରହିଛି। ସେହିପରି ସେମି ଓ ଫାଇନାଲ ମ୍ୟାଚ୍ର ରେଜଲ୍ଟ ପାଇଁ ସର୍ବନିମ୍ନ ୧୦ ଓଭର ରଖାଯାଇଛି। ଏହାର ଅର୍ଥ ବର୍ଷା ହେଲେ ଆଉ ୫ ଓଭର ପରେ ଡିଏଲଏସ୍ ଲାଗୁ ହେବ ନାହିଁ। ୧୦ ଓଭର ପରେ ଏହି ନିୟମ ଲାଗୁ କରାଯିବ।
📱 Get Argus News App
✨ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର