Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାରତକୁ 254 ରନ ର ଟାର୍ଗେଟ୍ ଦେଲା ଅଷ୍ଟ୍ରେଲିଆ

Sports

ଭାରତକୁ 254 ରନ ର ଟାର୍ଗେଟ୍ ଦେଲା ଅଷ୍ଟ୍ରେଲିଆ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଭାରତକୁ 254 ରନ ର ଟାର୍ଗେଟ୍ ଦେଲା ଅଷ୍ଟ୍ରେଲିଆ

ଅର୍ଗସ ବ୍ୟୁରୋ: ଭାରତକୁ 254 ରନ ର ଟାର୍ଗେଟ୍ । ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟରେ ଭାରତ ଆଗରେ ୨୫୪ ରନର ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ୫୦ ଓଭରରେ ୭ ଓ୍ବିକେଟ ହରାଇ ୨୫୩ ରନ କରିବାକୁ ସକ୍ଷମ ହୋଇଥିଲା କଙ୍ଗାରୁ ଦଳ । ଦଳର ସ୍କୋର ମାତ୍ର ୧୬ ରନ ହୋଇଥିବାବେଳେ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ସାମ କୋନଷ୍ଟାସ୍ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ ।

ତେବେ ହ୍ୟାରି ଡିକ୍ସନ ଓ ହ୍ୟୁ ଓ୍ବେବଜେନ ଏକ ଭଲ ପାର୍ଟନରସିପ୍ କରି ଦଳକୁ ସଂକଟରୁ ଉଦ୍ଧାର କରିଥିଲେ । ହରଜାସ ସିଂ ୫୫ରନ କରିଥିବା ବେଳେ ହ୍ୟୁ ଓ୍ବେବଜେନ ୪୮ ରନ ଓ ଓଲିଭର ପିକ୍ ୪୬ ରନ କରିଥିଲେ । ସେହିପରି ହ୍ୟାରି ଡିକ୍ସନ ୪୨ରନ କରିଥିଲେ । ଭାରତ ପକ୍ଷରୁ  ରାଜ୍ ଲିମ୍ବାନି ୩ଟି ଓ୍ବିକେଟ ନେଇଥିବା ବେଳେ ନମନ ତିଓ୍ବାରି ୨ ଓ୍ବିକେଟ ନେଇଥିଲେ । ସଉମି ପାଣ୍ଡେ ଓ ମୁସିର ଖାଁ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The team has been set a target of 254 runs by the Australian side | Argus News