ଭାରତୀୟ ଦଳର ଟପ୍ କ୍ରିକେଟର ଖେଳିବେ ଦୁଲୀପ ଟ୍ରଫି:ବିସିସିଆଇ

ଅର୍ଗସ ବ୍ୟୁରୋ:ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ବିସିସିଆଇ କରିଛି ବଡ଼ ଘୋଷଣା। ଟିମ ଇଣ୍ଡିଆର ସମସ୍ତ ବଡ଼ ଖେଳାଳିମାନଙ୍କ ପାଇଁ ଏଭଳି ଆଦେଶ ଜାରି କରିଛି ବୋର୍ଡ । ଭାରତୀୟ ଦଳର ସମସ୍ତ ଟପ୍ କ୍ରିକେଟର ଦୁଲୀପ ଟ୍ରଫିରେ ଭାଗନେବେ। କିନ୍ତୁ ଏଥିରେ ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏଥିରୁ ବାଦ୍ ଦିଆଯାଇଛି। ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଦୁଲୀପ ଟ୍ରଫିରେ ଖେଳିବେ କି ନାହିଁ ସେ ନିଷ୍ପତ୍ତି ସେମାନେ ନିଜେ ନେବେ ବୋଲି କହିଛି ବିସିସିଆଇ।
ଦୁଲୀପ ଟ୍ରଫି ୫ ସେପ୍ଟେମ୍ବର ୨୦୨୪ରୁ ଆରମ୍ଭ ହେବାକୁ ଯାଉଛି । ଏଥିରେ ଟିମ୍ ଇଣ୍ଡିଆର ଉପ-ଅଧିନାୟକ ଶୁଭମନ ଗିଲ୍ ଏବଂ କେ.ଏଲ ରାହୁଲ,ଆର. ଅଶ୍ୱୀନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶ୍ରେୟସ ଆୟର ଏବଂ ଯଶସ୍ୱୀ ଜଏସ୍ୱାଲଙ୍କୁ ଦୁଲୀପ ଟ୍ରଫି ଖେଳିବା ପାଇଁ ନିର୍ଦ୍ଦେଶ ରହିଛି। ତେବେ ଦ୍ରୁତ ବୋଲର ବୁମରା ଟୁର୍ଣ୍ଣାମେଣ୍ଟ ଖେଳିବେ ନାହିଁ, ତାଙ୍କୁ ବିଶ୍ରାମ ଦିଆଯାଇଛି। ଆସନ୍ତା ଚାରି ମାସ ମଧ୍ୟରେ ଅଷ୍ଟ୍ରେଲିଆରେ ୫ଟି ଟେଷ୍ଟ ମ୍ୟାଚ୍ ସମେତ ୧୦ ଟି ଟେଷ୍ଟ ମ୍ୟାଚ୍ ପାଇଁ ଭାରତର ପ୍ରସ୍ତୁତି ଜୋରଦାର କରୁଛି ବିସିସିଆଇ