କାକୁଡ଼ି ଦେଖି ରିଂ ଛାଡ଼ି ପଳାନ୍ତି ଅଣ୍ଡରଟେକର

Key Points
ଯାହାଙ୍କୁ ରିଙ୍ଗରେ ଦେଖି ସମସ୍ତେ ଡରନ୍ତି
ସେ ପୁଣି ଡରନ୍ତି ଏକ ପରିବାକୁ
ବକ୍ସିଂ ବେଳେ ବଡ଼ ବଡ଼ ଲୋକଙ୍କୁ ମାରି ତଳେ ପକାଇଦିଅନ୍ତି ଅଣ୍ଡରଟେକର
ହେଲେ ସାମାନ୍ୟ ପରିବାକୁ ଦେଖିଲେ ଭୟରେ ଥରହର
WWEର ମହାନ ରେସଲର ‘ଦ ଅଣ୍ଡରଟେକର’ଙ୍କ ନାମ ନିହାତି ଶୁଣିଥିବେ। ରିଙ୍ଗରେ ବଡ଼ ବଡ଼ ଖେଳାଳିମାନେ ଭୟରେ ଥରନ୍ତି ସେ ଆସିଲେ। ଏହି ଦୁର୍ଦ୍ଦାନ୍ତ ରେସଲରଙ୍କୁ ଏକ ଛୋଟ ଜିନିଷ ମଧ୍ୟ ଭୟଭୀତ କରେ। ତାହା ପୁଣି ଏକ ପରିବା। ଏହି ଆଶ୍ଚର୍ଯ୍ୟଜନକ ତଥ୍ୟର ଖୁଲାସା କରିଛନ୍ତି ତାଙ୍କର ପୂର୍ବତନ ମ୍ୟାନେଜର ପଲ ବିୟରର । ୬ ଫୁଟ ୧୦ ଇଞ୍ଚ ଲମ୍ବା ଓ ୧୫୦ କିଲୋ ଓଜନର ଏହି ରେସଲର ଯେତେବେଳେ ବକ୍ସିଂ କରନ୍ତି, ସେତେବେଳେ ଆହୁରି ଭୟଙ୍କର ହୋଇପଡ଼ନ୍ତି। WWEରେ ଅଣ୍ଡରଟେକରଙ୍କୁ ‘ମୃତ୍ୟୁର ଦୂତ’ ଭାବେ ପରିଚିତ କରାଯାଏ।ହେଲେ ସେ ଏକ ସାମାନ୍ୟ ପରିବାକୁ ନେଇ ଡ଼ରୁଛନ୍ତି, ଯାହା ଶୁଣିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି। ହେଲେ ଏହା ସତ।
ଦୁଇ ବର୍ଷ ତଳେ ଅବସର ନେଇଥିବା ଅଣ୍ଡରଟେକର ସବୁବେଳେ ଅନ୍ୟ ଖେଳାଳିଙ୍କୁ ଭୟଭୀତ କରିଛନ୍ତି। ଅନେକେ ଭାବୁଥିବେ ସେ କାହାକୁ ଭୟ କରୁ ଥାଇ ନ ପାରନ୍ତି। ହେଲେ ଏହା ଭୁଲ୍। ସେ କାକୁଡ଼ିକୁ ବହୁତ ଡ଼ରନ୍ତି ! ହଁ, ଅଣ୍ଡରଟେକରଙ୍କୁ କାକୁଡ଼ି ଦେଖିଲେ ଭୟ ଲାଗେ ଏବଂ ସେ ଏହାକୁ ଏଡାଇ ଯାଆନ୍ତି। ଅଣ୍ଡରଟେକର WWEର ଅନ୍ୟତମ ସଫଳ ଷ୍ଟାର ମଧ୍ୟରୁ ଜଣେ। ସେ ଅନେକ ବିଶ୍ୱ ଚାମ୍ପିୟନଶିପ ଜିତିଛନ୍ତି। ୧୯୯୦ରେ ସେ ପ୍ରଥମେ ରିଙ୍ଗରେ ପାଦ ଦେଇ ତତ୍କାଳୀନ ସୁପରଷ୍ଟାର ହଲ୍କ ହୋଗାନଙ୍କୁ ପରାସ୍ତ କରିଥିଲେ। ରେସଲମାନିଆରେ ତାଙ୍କର ୨୫-୨ ରେକର୍ଡ ଅତ୍ୟନ୍ତ ପ୍ରଶଂସନୀୟ, ଯେଉଁଥିରେ ପ୍ରାୟ ଦୁଇ ଦଶନ୍ଧି ପର୍ଯ୍ୟନ୍ତ ୨୧-୦ ରେକର୍ଡ ଅତୁଟ ଥିଲା। ଅଣ୍ଡରଟେକର ଚାରିଥର WWE ଚାମ୍ପିୟନ ଏବଂ ଛଅଥର WWE ଟ୍ୟାଗ ଟିମ ଚାମ୍ପିୟନଶିପ ଜିତିଛନ୍ତି।
📱 Get Argus News App
✨୨୦୦୭ରେ ସେ ରୟାଲ ରମ୍ବଲ ଜିତି ଇତିହାସ ରଚିଥିଲେ। ଦୁଇ ବର୍ଷ ତଳେ ଅଣ୍ଡରଟେକର ରିଙ୍ଗରୁ ଅବସର ନେଇଥିଲେ, କିନ୍ତୁ ତାଙ୍କର କିମ୍ବଦନ୍ତୀ ଏବଂ କାକୁଡ଼ି ସହ ଜଡ଼ିତ ଏହି ରୋଚକ କାହାଣୀ ଏବେ ମଧ୍ୟ ଚର୍ଚ୍ଚାରେ ରହିଛି। ଅଣ୍ଡରଟେକର ଯେତେବେଳେ ୮ ବର୍ଷର ଥିଲେ, ସେ କିଛି କାକୁଡ଼ି ଖାଇଥିଲେ, ଯାହା ଫଳରେ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା। ଏହା ପରେ ସେ କାକୁଡ଼ି ଖାଇବାକୁ ମନା କରୁଥିଲେ। ଏହାପରେ ସେ ଯେବେବି କାକୁଡ଼ି ଖାଆନ୍ତି, ତାଙ୍କର ବାନ୍ଦି ହୋଇଯାଏ। ଏବଂ ସେ କୁକୁଡି ଦେଖିଲେ ଭୟ କରନ୍ତି। ଏପରି ମଧ୍ୟ ହୋଇଛି ଯେ ରିଙ୍ଗରେ ମୁକାବିଲା ସମୟରେ କିଛି ରେସଲର ଅଣ୍ଡରଟେକରଙ୍କୁ ଭୟଭୀତ କରିବା ପାଇଁ କାକୁଡ଼ି ଆଣୁଥିଲେ। ଏକ ଛୋଟ କାକୁଡ଼ି ଦେଖିଲେ ଭୟଭୀତ ହୋଇଯାଆନ୍ତି ଅଣ୍ଡରଟେକର । ପଲ ବିୟରର ଏକ ସାକ୍ଷାତକାରରେ ଏଭଳି କିଛି କଥା ଖୁଲାସା କରିଛନ୍ତି।