ଏଣିକି ଦିନିକିଆ, ଟି-୨୦ରେ ବାଧ୍ୟତାମୂଳକ ହେବ ଷ୍ଟପଓ୍ବାଚ ବ୍ୟବହାର
·2 years ago·1 min read

ଅର୍ଗସ ବ୍ୟୁରୋ: ଏଣିକି ହ୍ବାଇଟ ବଲ କ୍ରିକେଟରେ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଉଥିବା ଷ୍ଟପଓ୍ବାଚକୁ ନିୟମିତ ଭାବେ ବ୍ୟବହାର କରାଯିବ। ସମୟ ଅପଚୟକୁ ରୋକିବା ଦିଗରେ ଏଭଳି ପଦକ୍ଷେପ ନେଇଛି ଆଇସିସି। ଗୋଟିଏ ଓଭର ଶେଷ ହେବାପରେ ଏହାର ୬୦ ସେକେଣ୍ଡ ମଧ୍ୟରେ ପରବର୍ତ୍ତୀ ଓଭର ବୋଲିଂ ଆରମ୍ଭ କରିବାକୁ ହେବ। ଏଥିରେ ବିଳମ୍ବ ହେଲେ ୫ ରନ ପେନାଲଟିର ବ୍ୟବସ୍ଥା ରହିଛି।
ଚଳିତବର୍ଷ ଟି-୨୦ ବିଶ୍ବକପରୁ ଷ୍ଟପଓ୍ବାଚକୁ ନିୟମିତ ଭାବେ ବ୍ୟବହାର କରାଯିବ। ଏହା ୨୦୨୩ ଡିସେମ୍ବରରେ ପ୍ରଥମେ ପ୍ରଚଳନ କରାଯାଇଥିଲା। ସେବେଠାରୁ ଏହାକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଇ ଆସୁଛି। ହେଲେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଆସନ୍ତା ଜୁନ ପହିଲାରୁ ଆରମ୍ଭ ହେବାକୁଥିବା ଟି-୨୦ ବିଶ୍ବକପରେ ଏହି ବ୍ୟବସ୍ଥାକୁ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ କରାଯିବ।
ଏହାପରେ ଦିନିକିଆ ମ୍ୟାଚରେ ମଧ୍ୟ ଷ୍ଟପକ୍ଲକର ବ୍ୟବହାର କରାଯିବ ବୋଲି ପକ୍ଷରୁ କୁହାଯାଇଛି। ଆଇସିସି ବୋର୍ଡ ବୈଠକରେ ଏନେଇ ସୂଚନା ଦିଆଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର