Videos
|
Sports

ବିଶ୍ୱ ବିଜେତା ଭାରତୀୟ ଦଳକୁ ମିଳିଲା ମାଳଦ୍ୱୀପର ନିମନ୍ତ୍ରଣ

Ritu Das
Browse all articles by Ritu Das
·2 years ago·1 min read
ବିଶ୍ୱ ବିଜେତା ଭାରତୀୟ ଦଳକୁ ମିଳିଲା ମାଳଦ୍ୱୀପର ନିମନ୍ତ୍ରଣ

ଅର୍ଗସ ବ୍ୟୁରୋ: ଟି-୨୦ କ୍ରିକେଟ ବିଶ୍ବକପ ବିଜେତା ଭାରତୀୟ ଦଳକୁ ମାଳଦ୍ବୀପ ଆମନ୍ତ୍ରଣ କରାଯାଇଛି। ଭାରତର ବିଶ୍ବକପ ବିଜୟକୁ ସେଲିବ୍ରେଟ କରିବାପାଇଁ ମାଳଦ୍ବୀପର ପର୍ଯ୍ୟଟନ ବିଭାଗ ଓ ମାର୍କେଟିଂ ଆଣ୍ଡ ପବ୍ଲିକ ରିଲେଶନ କର୍ପୋରେଶନ ପକ୍ଷରୁ ନିମନ୍ତ୍ରଣ ମିଳିଛି। 

ଜୁନ ୨୯ ତାରିଖରେ ବାର୍ବାଡୋସରେ ଖେଳାଯାଇଥିବା ଫାଇନାଲରେ ରୋହିତ ଶର୍ମାଙ୍କ ଦଳ ଦକ୍ଷିଣ ଆଫ୍ରିକାକୁ ୭ରନରେ ହରାଇ ବିଶ୍ବ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ଭାରତୀୟ ଦଳକୁ ଦିଲ୍ଲୀ ଓ ମୁମ୍ବାଇରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ମୁମ୍ବାଇରେ ଅନୁଷ୍ଠିତ ବିଜୟ ପରେଡରେ ଲକ୍ଷାଧିକ ଲୋକ ଭାଗ ନେଇଥିଲେ। 

ମାଲଡିଭସ ମାର୍କେଟିଂ ଆଣ୍ଡ ପବ୍ଲିକ ରିଲେସନ୍ସ କର୍ପୋରେଶନ ଓ ମାଲଡିଭସ ଆସୋସିଏଶନ ଅଫ ଟୁରିଜିମ ଇଣ୍ଡଷ୍ଟ୍ରି (ଏମଏଟିଆଇ) ପକ୍ଷରୁ ମିଳିତ ଭାବେ ଭାରତୀୟ କ୍ରିକେଟ ଦଳକୁ ଏହି ନିମନ୍ତ୍ରଣ କରାଯାଇଛି। ତେବେ ଭାରତୀୟ ଖେଳାଳିମାନେ ବର୍ତ୍ତମାନ ବିଶ୍ରାମ ନେଉଥିବାବେଳେ ଜୁଲାଇ ୨୭ ତାରିଖରେ ଶ୍ରୀଲଙ୍କା ସିରିଜ ପାଇଁ ଅକ୍ସନରେ ନଜର ଆସିବେ। ଏହି ସିରିଜରେ ଭାରତ ୩ଟି ଲେଖାଏ ଦିନିକିଆ ଓ ଟି-୨୦ ମ୍ୟାଚ ଖେଳିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

The world champion | Argus News