Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲା ବିଶ୍ବ ଚାମ୍ପିୟନ ଭାରତୀୟ ଟିମ

Ritu Das
Browse all articles by Ritu Das
·2 years ago·2 min read
ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲା ବିଶ୍ବ ଚାମ୍ପିୟନ ଭାରତୀୟ ଟିମ

ଅର୍ଗସ ବ୍ୟୁରୋ: ଗତ ମାସ ୨୯ ତାରିଖରେ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଭାରତ ୧୭ ବର୍ଷ ପରେ ବିଶ୍ୱ ଚାମ୍ପିୟନ ହୋଇଥିଲା । ୨୦୦୭ରେ ଟିମ୍ ଇଣ୍ଡିଆ ପ୍ରଥମ ଥର ଟି-୨୦ ବିଶ୍ୱକପରେ ଚାମ୍ପିୟନ ହୋଇଥିଲା। ତେବେ ଖରାପ ପାଗ ପାଇଁ ଟିମ୍ ଇଣ୍ଡିଆ ବାର୍ବାଡୋସରେ କିଛିଦିନ ଅଟକି ରହିଥିଲା।

 

ବିଶ୍ୱ ଚାମ୍ପିୟନ ଭାରତୀୟ ଟିମ୍ ସ୍ୱଦେଶକୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଖେଳାଳିମାନଙ୍କ ସହ ବିଶ୍ୱକପର ସଂଘର୍ଷମୟ ଯାତ୍ରା ବିଷୟରେ ପ୍ରଶ୍ନ କରିଥିବା ବେଳେ ଖେଳାଳିମାନେ ଜଣ ଜଣ କରି ସେହି ଅବିସ୍ମରଣୀୟ ଯାତ୍ରା ବିଷୟରେ ବର୍ଣ୍ଣନା କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଟିମ୍ ଇଣ୍ଡିଆର ସମସ୍ତ ସଦସ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିବା ପାଇଁ ଲୋକ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ପହଞ୍ଚିଥିଲେ । ଏହି ଅବସରରେ ଟିମ୍ ଇଣ୍ଡିଆକୁ ଚାମ୍ପିୟନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ ପ୍ରଧାନମନ୍ତ୍ରୀଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଟି-୨୦ ବିଶ୍ୱକପ ଜିତିବା ପରେ ବାର୍ବାଡୋସରୁ ସ୍ୱଦେଶ ପହଞ୍ଚିବା ପରେ ଭାରତୀୟ ଦଳକୁ ଆଜି ସକାଳ ୬ଟା ସମୟରେ ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରେ ସ୍ୱାଗତ କରାଯାଇଥିଲା ।

ଏହାପରେ ଟିମ୍ ଇଣ୍ଡିଆ ଦିଲ୍ଲୀର ଆଇଟିସି ମୌର୍ଯ୍ୟ ହୋଟେଲରେ ପହଞ୍ଚିଥିଲେ । ସେଠାରୁ ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ବାହାରିଥିଲେ । ଟିମ୍ ଇଣ୍ଡିଆର ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ସମୟର ଏକ ଭିଡିଓ ସାମ୍ନାକୁ ଆସିଛି । ୧.୩୦ ମିନିଟର ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ଟିମ୍ ଇଣ୍ଡିଆର ସଦସ୍ୟଙ୍କ ସହିତ ଆଲୋଚନା କରୁଥିବା ଦେଖାଯାଉଛି । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଖେଳାଳିମାନେ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରେ ଅବତରଣ କରିବା ପରେ ଖେଳାଳିମାନଙ୍କୁ ଏକ ଖୋଲା ବସରେ ୱାଙ୍ଖେଡ଼େ ଷ୍ଟାଡିୟମକୁ ନିଆଯିବ । ସନ୍ଧ୍ୟଶ ୫ଟା ସମୟରେ ମରୀନ ଡ୍ରାଇଭ ଓ ୱାଙ୍ଖେଡ଼େ ଷ୍ଟାଡିୟମ ମଧ୍ୟରେ ଏକ ବିଜୟ ପରେଡ଼ର ଆୟୋଜନ କରାଯିବ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
The world champion | Argus News