Videos
|
Sports

ଇଂଲଣ୍ଡ କ୍ରିକେଟର ବେନ୍ ଷ୍ଟୋକ୍ସଙ୍କ ଘରୁ ଚୋରି: ନେଇଗଲେ ବହୁ ମୂଲ୍ୟବାନ ଜିନିଷ

Ritu Das
Browse all articles by Ritu Das
·1 year ago·1 min read
ଇଂଲଣ୍ଡ କ୍ରିକେଟର ବେନ୍ ଷ୍ଟୋକ୍ସଙ୍କ ଘରୁ ଚୋରି: ନେଇଗଲେ ବହୁ ମୂଲ୍ୟବାନ ଜିନିଷ

ଅର୍ଗସ ବ୍ୟୁରୋ:ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ଘରୁ ଚୋରି ହୋଇଛି। କିଛି ଦୁର୍ବୁତ୍ତ ତାଙ୍କ ଘରକୁ ଟାର୍ଗେଟ କରିଛନ୍ତି। ଏହି ସମୟରେ ଷ୍ଟୋକ୍ସ ପାକିସ୍ତାନରେ ଟେଷ୍ଟ ମ୍ୟାଚ୍ ଖେଳୁଥିଲେ। ଦୁର୍ବୁତ୍ତମାନେ ତାଙ୍କର ପରି ବହୁ ମୂଲ୍ୟବାନ ଜିନିଷ ସବୁ ଚୋରି କରି ନେଇଛନ୍ତି , ଯେଉଁଥିରେ ତାଙ୍କର ଅନେକ ସ୍ମୃତି ଯୋଡି ହୋଇ ରହିଥିଲା।
ଚୋରି ହୋଇଯାଇଥିବାର କିଛି ଜିନିଷ ଷ୍ଟୋକ୍ସ ତାଙ୍କ ପୋଷ୍ଟରେ ଶେୟାର କରିଛନ୍ତି।

ଯେଉଁଥିରେ ୨୦୨୦ ଓବିଇ ମେଡାଲ, ସୁନା ଚେନ୍, ଡିଜାଇନର ବ୍ୟାଗ୍, ମୁଦି ଆଦି ସାମିଲ ଅଛି ଯାହା ବହୁମୂଲ୍ୟ ଅଟେ। ଷ୍ଟୋକ୍ସଙ୍କ କହିବା ମୁତାବକ ଅକ୍ଟୋବର ୧୭ ତାରିଖ ସନ୍ଧ୍ୟାରେ ଏହି ଘଟଣା ଘଟିଛି। ଯେତେବେଏ କି ଚୋରି ସମୟରେ ତାଙ୍କ ଘରେ ସ୍ତ୍ରୀ ଓ ଦୁଇ ଦୁଇ ପିଲା ଥିଲେ। ଯାହାକୁ ନେଇ ସେ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି।

ଘରେ କେହି ନଥିବା ବେଳେ ତାଙ୍କର ସ୍ତ୍ରୀ ଏବଂ ଦୁଇ ପିଲା ଥିବା ସ୍ଥିତିରେ ଏହି ଘଟଣା ଘଟିଥିଲା, ଯାହାକୁ ସମ୍ପୂର୍ଣ୍ଣ ଚିନ୍ତାଜନକ। ଭଗବାନଙ୍କ କୃପାରୁ ତାଙ୍କର ପରିବାର ସଦସ୍ୟ ସମ୍ପୁର୍ଣ୍ଣ ଠିକ ଅଛନ୍ତି, ସେମାନଙ୍କୁ କୌଣସି ଶାରୀରିକ କ୍ଷତି ପହଞ୍ଚାଇ ନାହାନ୍ତି। ଚୋରି ସାମଗ୍ରୀ ଗୁଡିକୁ ଖୋଜିବାକୁ ସହଜ ହେବ। ଶେଷରେ ଏହି ସମସ୍ତ ଚିରି ଜିନିଷକୁ ଏବଂ ଦୁର୍ବୁତ୍ତମାନଙ୍କୁ ଧରିବାକୁ ସେ ସାହାଯ୍ୟ ମାଗିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored