Videos
|
Sports

ମୁଁ ନୁହେଁ ଏହି ଖେଳାଳି ହେଉଛନ୍ତି ଦୁନିଆର ନଂ-୧ ବ୍ୟାଟ୍ସମ୍ୟାନ

Ritu Das
Browse all articles by Ritu Das
·1 year ago·1 min read
ମୁଁ ନୁହେଁ ଏହି ଖେଳାଳି ହେଉଛନ୍ତି ଦୁନିଆର ନଂ-୧ ବ୍ୟାଟ୍ସମ୍ୟାନ

ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଭାରତ ପାକିସ୍ତାନକୁ ପରାଜୟ କରିଛି। ପାକିସ୍ତାନ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ପରେ ବାଜି ମାରିନେଇଥିଲା ଭାରତ। ଏହି ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତୀୟ ଟିମ ପାଇଁ ଢାଲ ପରି ଠିଆ ହୋଇଥିଲେ ବିରାଟ କୋହଲି। ସେ ଭାରତୀୟ ଟିମ ପାଇଁ ଶେଷ ପର୍ଯ୍ୟନ୍ତ କ୍ରିଜରେ ଠିଆ ହୋଇଥିଲେ ଏବଂ ଟିମକୁ ଜିତାଇଥିଲେ। ସେ ଶାନଦାର ଶତକୀୟ ଇଂନିସ ଖେଳିଛନ୍ତି। ବିଜୟ ପରେ ବିରାଟ କୋହଲି ନିଜକୁ ନୁହେଁ, ବରଂ ଶୁଭମନ ଗିଲଙ୍କୁ ନମ୍ବର ୱାନ ବ୍ୟାଟ୍ସମ୍ୟାନ କହିଛନ୍ତି। ସେ କହିଛନ୍ତି ଯେ, ଶୁଭମନ ହିଁ ଶାହୀନଙ୍କ ବିପକ୍ଷରେ ଭଲ ଖେଳିପାରିଛନ୍ତି।


ଏହି କାରଣ ପାଇଁ ସେ ଦୁନିଆର ନମ୍ବର ୱାନ ବ୍ୟାଟ୍ସମ୍ୟାନ। ପାୱାରପ୍ଲେରେ ହାରାହାରି ୬୦ ରୁ ୭୦ ରନ ଆବଶ୍ୟକତା ଥିଲା, ନଚେତ ଆମକୁ ଖେଳିବା ପାଇଁ ମୁସକିଲ ହୋଇଥାଆନ୍ତା। ସେ ଆହୁରି କହିଛନ୍ତି ଯେ, ଶ୍ରେୟସ ବାସ୍ତବରେ ନମ୍ବର ୪ରେ ଆସୁଛନ୍ତି। ଭାରତରେ ଭଲ ପ୍ରଦର୍ଶନ କରିଛନ୍ତି, ଏବଂ ବର୍ତ୍ତମାନ ମଧ୍ୟ ସେ ଭଲ ପ୍ରଦର୍ଶନ କରୁଛନ୍ତି। ସତ କହିବାକୁ ଗଲେ ଏହି ୩୬ ବର୍ଷ ବୟସରେ ମୋତେ ପ୍ରକୃତରେ ଭଲ ଲାଗୁଛି। ମୁଁ କିଛି ଦିନ ପାଇଁ ନିଜ ପାଦରେ ଛିଡା ରହିବି, କାରଣ ଖେଳରେ ଏଭଳି ପ୍ରୟାସ କରିବା ପାଇଁ ମୋତେ ବହୁତ କିଛି କରିବାକୁ ପଡିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
This player is the world's No. 1 batsman, not me. | Argus News