Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏଥର ଆଇପିଏଲ ହେବ ଧମାଲ, ଫେରୁଛନ୍ତି ସିକ୍ସର କିଙ୍ଗ୍

Sports

ଏଥର ଆଇପିଏଲ ହେବ ଧମାଲ, ଫେରୁଛନ୍ତି ସିକ୍ସର କିଙ୍ଗ୍

Sangram Tripathy
Browse all articles by Sangram Tripathy
·1 year ago·2 min read
ଏଥର ଆଇପିଏଲ ହେବ ଧମାଲ, ଫେରୁଛନ୍ତି ସିକ୍ସର କିଙ୍ଗ୍



ଅର୍ଗସ ବ୍ୟୁରୋ: ୨୦୨୫ ଆଇପିଏଲରେ ହେବ ସୁପର ଫାଇଟ୍ । ବଦଳିବେ ଖେଳାଳି ବଦଳିବ ଟିମ୍ ,କମବ୍ୟାକ କରିବେ ସିକ୍ସର କିଙ୍ଗ୍ ତଥା ଟିମ୍ ଇଣ୍ଡିଆର ୨୦୧୧ ବିଶ୍ବକପ୍ ହିରୋ ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂ,ମୋଗା ନିଲାମ୍ ପୂର୍ବରୁ ଆସୁଛି ବଡ଼ ଖବର,ଅନେକ ସମୟରେ ଟିମ୍ ପାଇଁ ସେ ସାଜିଥାନ୍ତି ସଙ୍କଟମୋଚକ। ପଡିଆ ଭିତରେ ଦେଖାଇଥାନ୍ତି ଜଲୱା। ଏଥର ଆଇପିଏଲରେ ବରିଷ୍ଠ ଖେଳାଳିଙ୍କ ସ୍ଥାନ ନେବେ ଯୁବରାଜ,ଟିମର ସମ୍ଭାଳିବେ ଗୁରୁ ଦାୟିତ୍ବ,ତେବେ ଆପଣମାନେ ଚିନ୍ତାରେ ପଡୁଥିବେ ନିଶ୍ଚୟେ, ଖେଳାଳି ଭାବେ ନୁହେଁ କୋଚ୍ ଭାବେ ନଜର ଆସିବେ ସିକ୍ସର କିଙ୍ଗ୍ ଯୁବରାଜ ସିଂହ

ଗୁଜୁରାଟ୍ ଟାଇଟନ୍ସର କୋଚ୍ ଆଶିଷ ନେହେରା ଛାଡିପାରନ୍ତି ଦଳ, ନେହେରାଙ୍କ ସ୍ଥାନ ନେଇପାରନ୍ତି ଷ୍ଟାର ଅଲରାଉଣ୍ଡର ଯୁବରାଜ ବୋଲି ଜୋର ଧରିଛି ଚର୍ଚ୍ଚା। ଆରମ୍ଭରୁ ଗୁଜୁରାଟର ହେଡ୍ କୋଚ୍ ଦାୟିତ୍ବରେ ରହିଆସିଛନ୍ତି ନେହେରା, ଦଳକୁ ମଧ୍ୟ ଚମ୍ପିୟାନ କରାଇବାରେ ତାଙ୍କର ରହିଥିଲା ଗୁରୁଦାୟିତ୍ବ। ଏଥର ଆଇପିଏଲରେ ଦେଖିବାକୁ ମିଳିବ ଗୁଜୁରାଟ୍ ଟାଇଟନ୍ସର ଅନେକ ପରିବର୍ତ୍ତନ,ଦଳରେ ହେଡ୍ କୋଚଙ୍କ ସମେତ ମାଲିକ ମଧ୍ୟ ବଦଳିବାର ସମ୍ଭାବନା ରହିଛି,ଆଦାନୀ ଗ୍ରୁପ୍ କିଣିପାରେ ଗୁଜୁରାଟର ଅଂଶ ଧନ


ଗୁଜୁରାଟ୍ ପରିବର୍ତ୍ତନ ସେବେଠୁ ଆରମ୍ଭ ହୋଇଛି ଯେବେ ଠୁ ଟିମ୍ ର ମେଣ୍ଟର ଗ୍ୟାରି କିଷ୍ଟେନ ପଦରୁ ଇସ୍ତଫା ଦେଇଥିଲେ,ଆଉ ତାପରେ ପରେ ଆରମ୍ଭ ହୋଇଛି ଦଳରେ ଯିବା ଆସିବା। ଯୁବରାଜ ଆଇପିଏଲରୁ ଅବସରନେବା ପରେ କୌଣସି ଟିମ୍ ସହ ସାମିଲହୋଇନଥିଲେ,ଶେଷ ଥର ପାଇଁ ୨୦୧୯ରେ ତାଙ୍କୁ ଆଇପିଏଲରେ ଦେଖିବାକୁ ମିଳିଥିଲା,ଗୁଜୁରାଟ ଟାଇଟନ୍ସର ଅଧିନାୟକ ହେଉଛନ୍ତି ଶୁଭମନ୍ ଗିଲ୍ ,ଯିଏ ଯୁବରାଜଙ୍କ ପରି ଆସିଛନ୍ତି ପଞ୍ଜାବରୁ,୨୦୨୨ରେ ଗୁଜୁରାଟ ଟାଇଟନ୍ସର ଆଇପିଏଲକୁ ଏଣ୍ଟ୍ରି କରିଥିଲା,ପାଣ୍ଡ୍ୟାଙ୍କ ନେତୃତରେ ଦଳ  ଚାମ୍ପିୟାନ ହେବା ସହ ୨୦୨୩ରେ ଚେନ୍ନାଇଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ହୋଇଥିଲା,ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସରେ ଅଧିନାୟକ ହେବା ପରେ ଗିଲ୍ ଟାଇଟନ୍ସରଅଧିନାୟକ ଦାୟତ୍ବ ସମ୍ଭାଳିଆସୁଛନ୍ତି। ଆଇପିଏଲ ୨୦୨୪ରେ ଦଳ ଏତେ ଭଲ ପ୍ରଦର୍ଶନ କରିପାରିନଥିଲା । ଟିମ୍ କେମିତି ୨୦୨୫ରେ ଭଲ ପ୍ରଦର୍ଶନ କରିବ ସେନେଇ ଟିମରେ  ବଡ଼ ପରିବର୍ତ୍ତନ ହେବ ବୋଲି ଜଣାପଡିଛି। ଗୁଜୁରାଟକୁ ଫେରିବେ ଯୁବରାଜ, କରିବେ କମାଲ୍ ବୋଲି ଚର୍ଚ୍ଚା ଜୋର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
This time IPL will be Dhamal, the King of Sixers is returning | Argus News