Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଇଜ୍ଜତ ବଞ୍ଚାଇଲେ ତିଳକ, ଜିତିଲା ମୁମ୍ବାଇ...

Sports

Tilak Varma / ଇଜ୍ଜତ ବଞ୍ଚାଇଲେ ତିଳକ, ଜିତିଲା ମୁମ୍ବାଇ...

Rashmita Mishra
Browse all articles by Rashmita Mishra
·2 months ago·2 min read
ଇଜ୍ଜତ ବଞ୍ଚାଇଲେ ତିଳକ, ଜିତିଲା ମୁମ୍ବାଇ...
Tilak Varma

Key Points

ତିଳକଙ୍କୁ ଦାନ୍ତ ରଗଡ଼ି ଗାଳିଦେଲେ ପାଣ୍ଡ୍ୟା
ତାପରେ ବହେ ଧୋଇଲେ
୨୨ ବଲରେ ମାତ୍ର ୧୯ ରନ୍‌ କରିଥିଲେ ତିଳକ
ଏହାପରେ ତିଳକଙ୍କୁ ବହେ ଗାଳିଦେଲେ ହାର୍ଦ୍ଦିକ ପାଣ୍ଡ୍ୟା
ତାପରେ ଯେମିତି ତିଳକଙ୍କ ବ୍ୟାଟରୁ ନିଆଁ ବର୍ଷିଥିଲା

୪୫ ବଲ ଖେଳି ମାରିଲେ୧୦୧ ରନ୍‌ ଇଜ୍ଜତ୍‌ ବଞ୍ଚାଇ ଦେଲେ ତିଳକ । ଚଉକା ଛକା ମାରି ସବୁ ବୋଲର ମାନଙ୍କୁ ବସାଇ ଦେଲେ । କାହାରିକୁ ଆଉ ଛାଡ଼ିଲେ ନାହିଁ । ପାଣ୍ଡ୍ୟା ଗଳିଦେଲା ପରେ ଯେମିତି ତିଳକଙ୍କୁ ବୁଷ୍ଟର ପାୱାର ମିଳିଯାଇଥିଲା । ଏମିତି ମାଡ଼ ମାରିଥିଲେ କି ସବୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।

୨୨ ବଲରେ ୧୯ ରନ୍‌ କରିଥିଲେ । ଏହା ପରେ ୪୫ ବଲ ହେଲା ବେନଳକୁ ସେ ୧୦୧ ରନ୍‌ ସଂଗ୍ରହ କରିସାରିଥିଲେ । ଲଗାତାର ପରାଜୟ ପରେ ଏବେ ବିଜୟର ସ୍ଵାଦ ଚାଖିଛି ମୁମ୍ବାଇ । ଗୋଟିଏ ଦିନରେ ୩ଟି ଖୁସିର ହକଦାର ହୋଇଛି ମୁମ୍ବାଇ । ପ୍ରଥମରେ ମୁମ୍ବାଇ ବିଜୟ ହୋଇଛି । ଦ୍ଵିତୀୟରେ ମୁମ୍ବାର ବୋଲର ବୁମରାଙ୍କୁ ଏଇ ସିଜିନର ପ୍ରଥମ ଓ୍ବିକେଟ ମିଳିଛି ଏବଂ ତୃତୀୟରେ ମୁମ୍ବାଇ ବ୍ୟାଟର ତିଳକ ମାରିଛନ୍ତି ତାଙ୍କର ପ୍ରଥମ ଆଇପିଏଲ୍‌ରେ ଶତକ ।

ତିଳକଙ୍କ ଉପରେ ପ୍ରଚଣ୍ଡ ରାଗରେ ଦାନ୍ତ ରଗଡ଼ିଥିଲେ ପାଣ୍ଡ୍ୟା । ପଡ଼ିଆ ମଝିରେ ତିଳକଙ୍କୁ ଗାଳି ଦେଇଥିଲେ। କହିଥିଲେ କି ଏମିତି କଣ ଖେଳୁଛୁ । ତୁ ତେର ପ୍ରକୃତ ଖେଳ ଖେଳେ । ଏଭଳି ଖେଳ ଖେଳିଲେ କିଛି ବି ହେବ ନାହିଁ । ୨୨ ବଲରେ ୧୯ ରନ୍‌ ଏ ତୋ ଖେଳ ନୁହେଁ ।

ଏହା ପରେ ଯେମିତି ତିଳକଙ୍କ ଦେହରେ ଅଜବ ଶକ୍ତି ଆସିଯାଇଥିଲା । ତାପରେ ଇଜ୍ଜତ ବଞ୍ଚାଇ ଦେଇଛନ୍ତି ତିଳକ । ଶତକ ମାରି ମୁମ୍ବାଇକୁ ବିଜୟର ସ୍ବାଦ ଚଖାଇଛନ୍ତି । ପାଣ୍ଡ୍ୟା ଗାଳିଦେବା ପରେ ଶତକ ହାସଲ କରିଛନ୍ତି । ୪୫ ବଲ ହେଲା ବେଳକୁ ତିଳକ ମାରିଥିଲେ ୧୦୧ ରନ୍‌। ପରବର୍ତ୍ତି ୨୩ ବଲରେ ମାରିଥିଲେ ବିସ୍ଫୋରକ ୮୨ ରନ୍‌। ଏମିତି ମାଡ଼ ଦେଖି ନାଚି ଉଠିଥିଲେ ପାଣ୍ଡ୍ୟା ।

ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ଗୁଜରାଟକୁ ୨୦୦ ରନ୍‌ର ବିଜୟ ଲକ୍ଷ ଦେଇଥିଲା ।  ତିଳକ ୪୫ବଲରେ ୧୦୧ ରନ୍‌ ଏବଂ ନମନ ଧୀର ୪୫ ରନ୍‌ର ବିସ୍ଫୋରକ ପାରି ଖେଳିଥିଲେ। ଏହାପରେ ମୈଦାନକୁ ଓହ୍ଲାଇଥିଲା ଗୁଜରାଟ୍‌ ।  କିନ୍ତୁ ମୁମ୍ବାଇର ସାମ୍ନା କରିପାରିଲା ନାହିଁ। ପ୍ରଥମ ବଲରେ ପ୍ରଥମ ଓ୍ବିକେଟ ହାତେଇଥିଲେ ବୁମରା ।  ସାଇ ସୁଦର୍ଶନଙ୍କୁ ପ୍ରଥମ ବଲରେ ହିଁ ଆଉଟ କରିଦେଇଥିଲେ ।  ମୁମ୍ବାଇ ଲଏବେ ୬ଟି ମ୍ୟଚରୁ ୨ଟି ମ୍ୟାଚ୍‌ରେ ବିଜୟ ହାସଲ କରି ଚେନ୍ନାଇଠୁ ଉପରକୁ ଉଠିଛି ।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Tilak Varma | Tilak Varma Century Saves Mumbai, Leads Team to Victory | Argus News